ETV Bharat / state

ଚିତାଲାଗି ଅମାବାସ୍ୟା: କ୍ଷେତରେ ହୋଇନି ଫସଲ, ଘାସବିଲରେ ଚିତଉ ପିଠା ଭୋଗଲାଗି କଲେ ଚାଷୀ

ଆଜି ଚିତାଲାଗି ଅମାବାସ୍ୟା । ଚଳିତ ମୌସୁମୀ ବର୍ଷାର ଅଭାବ ଯୋଗୁଁ ଘାସ ବିଲରେ ଚିତଉ ପିଠା ଭୋଗଲାଗି କଲେ ଚାଷୀ । ଅଧିକ ପଢ଼ନ୍ତୁ

author img

By

Published : Jul 17, 2023, 5:07 PM IST

chitalagi Amavasya
ଚିତାଲାଗି ଅମାବାସ୍ୟା
ଚିତାଲାଗି ଅମାବାସ୍ୟା

ଖୋର୍ଦ୍ଧା: ଶ୍ରାବଣ ମାସ ଅମାବାସ୍ୟାଟି ଚିତାଲାଗି ଅମାବାସ୍ୟା ନାମରେ ପ୍ରସିଦ୍ଧ । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଅମାବାସ୍ୟାରେ ପ୍ରତ୍ୟେକ ଓଡ଼ିଆ ଘରେ କବାଟକୁ ସୁନ୍ଦର ଭାବେ ଲିପାପୋଛା କରି ଖଡିଚିତା ଦିଆ ଯାଇଥାଏ । ବିରି , ନଡିଆ, ଚାଉଳ, ଗୁଡ଼ରେ ମହିଳାମାନେ ଚିତଉ ପିଠା ପ୍ରସ୍ତୁତ କରନ୍ତି । ଘିଅ ପଲମରେ ପ୍ରସ୍ତୁତ ଚିତଉ ପିଠାକୁ ଗରମ କ୍ଷୀରରେ ଭିଜାଇ ନରମ କରାଯାଏ କୃଷକମାନେ କ୍ଷେତରେ ଅର୍ଘ୍ୟଦାନ କରି ଚିତଉ ପିଠା ପୂଜା କରନ୍ତି । ପୂଜା ପରେ ପିଠାକୁ କ୍ଷେତରେ ପୋତି ଦିଆଯାଏ ।

ବିଶ୍ଵାସ ରହିଛି, ଏହି ଅମାବାସ୍ୟାରେ କ୍ଷେତରେ ଚିତଉ ପୋତିଲେ ଭଲ ଫସଲ ହୋଇଥାଏ । ତେଣୁ ଏହାକୁ ଚିତାଲାଗି ଅମାବାସ୍ୟା ବୋଲି କୁହାଯାଏ । ଚାଷୀ ବିଲରେ ପାଣି କାଦୁଅରେ କାମ କରୁଥିବା ବେଳେ ପାଦକୁ ଗେଣ୍ଡା କାଟି ଦେବାର ଭୟ ଥାଏ । ଗେଣ୍ଡା ଯାହାର ପାଦକୁ କାଟି ଦିଏ, ସେଠାରେ ଗଭୀର କ୍ଷତ ସୃଷ୍ଟି ହୋଇଥାଏ । ଫଳରେ ଯାହାଙ୍କ ପାଦ ଗେଣ୍ଡା କାଟିଥାଏ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରି ପାରନ୍ତି ନାହିଁ । ଚାଷ କାମ ସମୟରେ ଚାଷୀ ଘରେ ବସିଲେ ଚାଷବାସ ଉଜୁଡି ଯିବାର ଭୟ ଥାଏ । ତେଣୁ କ୍ଷେତରେ କ୍ଷୀର, ପିଠାକୁ ପକାଯାଏ । ଏହା ପଛରେ ଏକ ବିଜ୍ଞାନ ଭିତ୍ତିକ କାରଣ ମଧ୍ୟ ରହିଛି । ଘିଅ ଓ କ୍ଷୀରର ଗନ୍ଧରେ ଗେଣ୍ଡା ଦୂରକୁ ଚାଲିଯାଏ । ଚିତଉ ପିଠା କ୍ଷେତରେ ପକାଇବା ଫଳରେ ଗଣ୍ଡା ମାନେ ବିଲରୁ ଚାଲି ଯାଇଥାନ୍ତି ଓ ଚାଷୀ ସୁରକ୍ଷିତ ରହିଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ଚାଷ ଓ ଚାଷୀ ପାଇଁ କାଳ ପାଲଟିଛି । ବିଲରେ ଧାନ ଗଛ ବଦଳରେ ଘାସ ଭର୍ତ୍ତି ହୋଇଛି । ଚାଷୀ ବିଧି ପରମ୍ପରାକୁ ରଖି ଘାସ ବିଲରେ ଚିତଉ ପିଠା ପୋତି ମା' ଲକ୍ଷ୍ମୀଙ୍କୁ ଆବାହନ କରିଛନ୍ତି । ସେହିପରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଚିତାଲାଗି ଅମାବାସ୍ୟା ଅବସରରେ ସ୍ଵତନ୍ତ୍ର ପୂଜା ବିଧି ପାଳନ ହୁଏ । ଏହି ଦିନ ଠାକୁରଙ୍କୁ ଚିତଉ ପିଠାର ଭୋଗ ଲାଗିଥାଏ । ମହାପ୍ରଭୁଙ୍କର ମସ୍ତକରୁ ସ୍ନାନଯାତ୍ରା ରାତିରେ ଦଇତା ସେବକ ମାନଙ୍କ ଦ୍ବାରା ଓଲାଗି କରାଯାଇ ରତ୍ନ ଚିତା ପୁଣି ଥରେ ଲାଗି ହୋଇଥାଏ । ଦଇତା ସେବକ ମାନେ ଏହି ଚିତା ଲଗାଇଥାନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.