ETV Bharat / state

ଗଣେଶ ପୂଜାରେ ଗଡାଇଥିଲେ ମୁଣ୍ଡ, ୨ ଅଟୋ ଡ୍ରାଇଭରଙ୍କୁ ଆଜୀବନ ଜେଲ୍‌ - BHUBANESWAR MURDER CASE

ଭୁବନେଶ୍ବର ଚା' ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁ ହତ୍ୟା ମାମଲାରେ ୨ ଜଣଙ୍କୁ ଆଜୀବନ ସଜା । ୨୦୨୨ ରେ ଡିସିପି ଅଫିସ ସାମ୍ନାରେ ଘଟିଥିଲା ହତ୍ୟାକାଣ୍ଡ ।

Bhubaneswar Soumya Ranjan Kundu Murder Case
Bhubaneswar Soumya Ranjan Kundu Murder Case (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 9:59 PM IST

ଭୁବନେଶ୍ବର: ରାଜଧାନୀ ଛାତି ଉପରେ ରାତି ଅଧରେ ଭିଆଇଥିଲେ ନିର୍ମମ ହତ୍ୟାକାଣ୍ଡ । ଗଣେଶ ପୂଜାରେ ବୁହାଇଥିଲେ ରକ୍ତର ନଦୀ । ଖୋଦ୍‌ ଡିସିପି ଅଫିସ ସାମ୍ନାରେ ଦାଦା ବଟି ପାଇଁ ଚା' ଦୋକାନୀଙ୍କ ଜୀବନ ନେଇଥିଲେ । କୋର୍ଟ ଏହି ହତ୍ୟାକାଣ୍ଡରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨ ଦୋଷୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ । ୩୧ ଅଗଷ୍ଟ ୨୦୨୨ ମସିହା ଗଣେଶ ପୂଜା ରାତିରେ ଚା' ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ବାଣୀବିହାର ଛକରେ ହତ୍ୟା କରାଯାଇଥିଲା ।

  • ଆଜୀବନ ସଜ୍ଜା ଶୁଣାଇଲେ କୋର୍ଟ:

ଏନେଇ ସରକାରୀ ଓକିଲ ଶରତ ଚନ୍ଦ୍ର ସାମନ୍ତ କହିଛନ୍ତି, "କେମିକାଲ ରିପୋର୍ଟ, ୧୮ ସାକ୍ଷୀ ଓ ୩୯ ଦଲିଲ୍‌ ଓ ତଦନ୍ତର ବହୁଦିଗକୁ ତର୍ଜମା କରି ଦୌରାଜଜ ଆଜି ୨ ଜଣ ଅଟୋ ଡ୍ରାଇଭରର ତଥା ହତ୍ୟାକାରୀ ପାପୁଲି ଓରଫ ମନୋଜ ଦାସ ଓ କାବୁ ଓରଫ ଅଶୋକ ଦାସକୁ ୩୦୨ ଦଫାରେ ଆଜୀବନ ସଜ୍ଜା ଶୁଣାଇଛନ୍ତି । ଏହାସହ ୧୦ ହାଜର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମନା ଅନାଦେୟ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ଅଭିଯୁକ୍ତମାନେ ଛକରେ ପତିଆରା ବୃଦ୍ଧି ପାଇଁ ଚାହୁଁଥିଲେ । ସୌମ୍ୟରଞ୍ଜନଙ୍କଠାରୁ ସେମାନେ ବଟି ଆଦାୟ କରିବାକୁ ଚାହୁଁଥିଲେ । ଟଙ୍କା ଦିଆନିଆକୁ ନେଇ ସୌମ୍ୟରଞ୍ଜନଙ୍କ ସହ ସେମାନଙ୍କର ପୂର୍ବ ଶତ୍ରୁତା ଥିଲା । ଯାହାକୁ ନେଇ ସେମାନେ ତାଙ୍କୁ ହତ୍ୟା କରିଥିଲେ ।"

Bhubaneswar Soumya Ranjan Kundu Murder Case (ETV Bharat Odisha)
  • କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିଲା ଦାବି:

ଏନେଇ ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା କହିଛନ୍ତି," ୨୦୨୨ ମସିହା ଅଗଷ୍ଟ ୩୧ ତାରିଖ ରାତି ୧ଟା ବାଣୀବିହାର ଛକରେ ଦୋକାନ କରିଥିବା ସୌମ୍ୟରଞ୍ଜନ କୁଣ୍ଡୁ ଓରଫ ଲିପୁନା ପାଣି ଆଣିବା ପାଇଁ ପାଖ ଗହଣା ଦୋକାନକୁ ଯାଇଥିଲେ । ଏହି ସମୟରେ ୨ ଅଟୋ ଡ୍ରାଇଭର ପାପୁଲି ଓରଫ ମନୋଜ ଦାସ ଓ କାବୁ ଓରଫ ଅଶୋକ ଦାସ ଏକ ଖଣ୍ଡାରେ ୩୩ ଥର ଆକ୍ରମଣ କରି ସୌମ୍ୟରଞ୍ଜନଙ୍କୁ ହତ୍ୟା କରିଥିଲେ । ଭୁବନେଶ୍ବର ଭଳି ସହରରେ ଏଭଳି ନିର୍ମମ ଭାବରେ ହତ୍ୟା ସମସ୍ତଙ୍କୁ ସ୍ତବ୍ଦ କରିଦେଇଥିଲା । ଏଭଳି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ କୋର୍ଟ ଶୁଣାଣି ସମୟରେ କହିଥିଲୁ । ଏନେଇ ୨ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତି ବାଢ଼ିଥିଲୁ । ସେମାନଙ୍କୁ ଆଜି ଆଜୀବନ ସଜ୍ଜା ଶୁଣାଇଛନ୍ତି ଦୌରାଜଜ ।"

Soumya Ranjan Kundu Murder Case
Soumya Ranjan Kundu Murder Case (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଓ ଟ୍ରିପଲ ମର୍ଡର: ୫ ଜଣକୁ ଫାଶୀ - CHHATTISGARH GANGRAPE

ଏହା ମଧ୍ୟ ପଢ଼ନ୍ତୁ...ବୟ ଫ୍ରେଣ୍ଡକୁ ବିଷ ଦେଇ ମାରିଥିଲେ, ଫାଶୀ ଦଣ୍ଡ ଦେଲେ କୋର୍ଟ - SHARON RAJ MURDER CASE

ବାପା ଆଗରେ ହାଣିଥିଲେ ଦୁର୍ବୃତ୍ତ:

୩୧ ଅଗଷ୍ଟ ୨୦୨୨ ମସିହା ରାତି ୧ଟା ସମୟ, ଗଣେଷ ପୂଜାର ମାହୋଲ ଥାଏ । ପୂଜା ପାଇଁ ରାଜଧାନୀର ବିଭିନ୍ନ ଛକରେ ଉତ୍ସବର ମାହୋଲ । ଏହି ସମୟରେ ବାଣୀବିହାର ଛକ ଡିସିପି ଅଫିସ ସାମ୍ନାରେ ଚା' ଦୋକାନ କରିଥିବା ସୌମ୍ୟରଞ୍ଜନ କୁଣ୍ଡୁ ଦୋକାନରେ ବାପାଙ୍କୁ ବସାଇ ପାଣି ଆଣିବା ପାଇଁ ପାଖରେ ଥିବା ଏକ ଗହଣା ଦୋକାନ ପାଖକୁ ଯାଇଥିଲେ । ହେଲେ ସେଠାରେ ମାରଣାସ୍ତ୍ର ଧରି ବୁଲୁଥିବା ୨ ହତ୍ୟାକାରୀ ଅଟୋ ଡ୍ରାଇଭର ମନୋଜ ଦାସ ଓ ଅଶୋକ ଦାସ, ସୌମ୍ୟରଞ୍ଜନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ସୌମ୍ୟରଞ୍ଜନଙ୍କ ବାପା ଚିତ୍କାର କରି ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ବାପା ଆଗରେ ଏକ ମରଣାସ୍ତ୍ରରେ ୩୩ ଥର ଆକ୍ରମଣ କରି ସୌମ୍ୟରଞ୍ଜନଙ୍କୁ ହତ୍ୟା କରିଥିଲେ । ଗଣେଶ ପୂଜା ମାହୋଲରେ ଏଭଳି ହତ୍ୟା ଘଟଣାକୁ ନେଇ ଏକ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହାପରେ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିଥିଲା ପୋଲିସ । ଅଢ଼େଇ ବର୍ଷ ଭିତରେ ମାମଲାର ତଦନ୍ତ କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ୨ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.