ETV Bharat / state

ପିଚୁକୁଳି ସେବା ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଅନଶନ ଜାରି

author img

By

Published : Mar 20, 2021, 8:17 AM IST

ଗତ ଦୁଇ ଦିନରୁ ପିଚୁକୁଳି ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଅନଶନ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ପିଚୁକୁଳି ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଅନଶନ ଜାରି

ଖୋର୍ଦ୍ଧା: ମଣ୍ଡିରେ ପଡିଛି ଧାନ, ଦହଗଞ୍ଜ ହେଉଛି ଚାଷୀ । ସେପଟେ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଯୋଗାଣ ବିଭାଗ । ସରକାରଙ୍କ ନିର୍ଦ୍ଦେଶକୁ ବାଏ ବାଏ ଉଡାଇ ଦେଇଛନ୍ତି ମିଲର ଓ ଯୋଗାଣ ବିଭାଗ । ଯାହାର ସିଧାସଳଖ ପ୍ରଭାବ ପଡିଛି ଚାଷୀଙ୍କ ଉପରେ । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ପିଚୁକୁଳି ସମବାୟ ସମିତିର ଚାଷୀ ସମିତିରେ ତାଲା ପକାଇ ଦୁଇ ଦିନରୁ ଅନଶନରେ ବସିଛନ୍ତି ଚାଷୀ। ଗତ ଫେବୃୟାରୀ ୧୭ ତାରିଖରୁ ମଣ୍ଡିରେ ଧାନ ପଡି ରହିଥିବା ବେଳେ ଖରା ଓ କାକରରେ ଧାନକୁ ଜଗି ରହୁଛନ୍ତି ଚାଷୀ ।

ସରକାରୀ ଦରରେ ଧାନ ବିକି ଲାଭବାନ ହେବାପାଇଁ ଚାଷୀ ଝାଳକୁ ରକ୍ତ କରି ଫସଲ ଅମଳ କରିଛି, କିନ୍ତୁ ମିଲର ଓ ଯୋଗାଣ ବିଭାଗର ମାନମାନୀ ପାଇଁ ଟାର୍ଗେଟ ଆସୁନି କି ମଣ୍ଡି ଖୋଲୁନି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି କୌଣସି ସୁଫଳ ନପାଇ ବାଧ୍ୟହୋଇ ଅନଶନରେ ବସିଛନ୍ତି ଚାଷୀ । ଯଦି ଚାଷୀମାନଙ୍କ ଦାବି ପୂରଣ ନହୁଏ ତେବେ ଚାଷୀମାନେ ବାଧ୍ୟ ହୋଇ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ୫୭ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି ।

ପ୍ରକାଶ ଥାଉକି ଚଳିତ ବର୍ଷ ପିଚୁକୁଳି ସେବା ସମବାୟର ୫୦୪ ଜଣ ଚାଷୀଙ୍କର ୨୧ହଜାର ୮୫୫ କୁଇଣ୍ଟାଲ ଧାନ ବିକ୍ରି ପାଇଁ ପଞ୍ଜୀକରଣ ହୋଇଥିଲା । ହେଲେ ଏଯାବତ ୧୩ହଜାର ୫୫୫ କୁଇଣ୍ଟାଲ ଧାନ ସରକାର କିଣି ଥିଲେ ମଧ୍ୟ ବାକି ଧାନ ଗୁଡିକୁ ମଣ୍ଡିରୁ ତୁରନ୍ତ ଉଠାଇବାକୁ ଦାବି କରି ଆମରଣ ଅନଶନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.