ETV Bharat / state

ମଲାଗୁଣି ବ୍ୟାରେଜ ଚିନ୍ତା, ଜଳସେଚନ ଅଭାବରୁ କ୍ଷତିଗ୍ରସ୍ତ ଆଶଙ୍କାରେ ଚାଷୀ

author img

By

Published : Jul 24, 2022, 7:33 PM IST

ରାଜ୍ୟରେ ଚେକଡ୍ୟାମ୍‌ ଓ ବ୍ୟାରେଜ ନିର୍ମାଣ ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ମାତ୍ର ରକ୍ଷଣା ବେକ୍ଷଣା ଅଭାବରୁ ଆସି ପାରୁନି ଚାଷୀଙ୍କ କାମରେ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରମରେ । ଅଧିକ ପଢ଼ନ୍ତୁ

ମଲାଗୁଣି ବ୍ୟାରେଜ ଚିନ୍ତା, ଜଳସେଚନ ଅଭାବରୁ କ୍ଷତିଗ୍ରସ୍ତ ଆଶଙ୍କାରେ ଚାଷୀ
ମଲାଗୁଣି ବ୍ୟାରେଜ ଚିନ୍ତା, ଜଳସେଚନ ଅଭାବରୁ କ୍ଷତିଗ୍ରସ୍ତ ଆଶଙ୍କାରେ ଚାଷୀ

ଖୋର୍ଦ୍ଧା: ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ଏଥିନିମନ୍ତେ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ରକ୍ଷଣବକ୍ଷଣା ଅଭାବରୁ ଚାଷୀଙ୍କ କାମରେ ଆସିପାରୁନାହିଁ ବିଭିନ୍ନ ପ୍ରକଳ୍ପ । ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରମ ନିକଟରେ ଏହାର ଏକ ସଦ୍ୟ ଉଦାହରଣ ସାମ୍ନାକୁ ଆସିଛି, ଯାହା ସରକାର ତଥା ଜିଲ୍ଲା ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରିଛି । ମଲାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜ ଏବେ ଚାଷୀଙ୍କ କାମରେ ଆସୁନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

୧୯୮୧ ମସିହା ଡିସେମ୍ବର ୨୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀବଲ୍ଲବ ପଟ୍ଟନାୟକଙ୍କ ଉଦ୍ୟମରେ ମଲାନଦୀ ବ୍ୟାରେଜ ନିର୍ମାଣ ହୋଇଥିଲା । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ବ୍ୟାରେଜ ଭାଙ୍ଗିରୁଜି ଯାଇଥିବାରୁ ଏହା ବର୍ତ୍ତମାନ ଚାଷୀଙ୍କ କୌଣସି କାମରେ ଆସି ପାରୁନାହିଁ । ପ୍ରତ୍ୟେକ ସମୟରେ ଚାଷ ଜମିକୁ ଜଳସେଚନ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ବ୍ୟାରେଜ । ହେଲେ ବ୍ୟାରେଜ ଅବସ୍ଥା ଦେଖିଲେ ଏହା ଲକ୍ଷ୍ୟ ସାଧନ କରିପାରିନଥିବା ସହଜରେ ବାରି ହୋଇପଡୁଛି ।

୯ ଗେଟ୍‌ ବିଶିଷ୍ଟ ମଲାନଦୀ ବ୍ୟାରେଜ ଫନି ବାତ୍ୟା ସମୟରେ ଭାଙ୍ଗିରୁଜି ଯାଇଥିଲା । ଫଳରେ ବ୍ୟାରେଜ ଉପରେ ନିର୍ଭରଶୀଳ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରି ବ୍ଲକର ଚାଷୀଙ୍କ ଚାଷ ଜମିକୁ ଜଳସେଚନ ହୋଇ ପାରୁନାହିଁ । ଏଥିରୁ ବାହାରିଥିବା କେନାଲ ଧାରା ଶ୍ରାବଣରେ ମଧ୍ୟ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି । ଗତ ମାସରେ ଓସିସି ସଂସ୍ଥା ପକ୍ଷରୁ ବ୍ୟାରେଜର ପୁନଃରୁଦ୍ଧାର କରାଯାଇଥିଲା । ହେଲେ ଏକ ମାସ ପରେ ବ୍ୟାରେଜର ୫ ନମ୍ବର ଗେଟ୍‌ ସମ୍ପୂର୍ଣ୍ଣ ଛିଣ୍ଡି ପଡ଼ିଛି । ମଲା ନଦୀରେ ଚାଷ ପାଇଁ ପାଣି ନାହିଁ । ଫଳରେ ୫୦ରୁ ଅଧିକ ରାଜସ୍ବ ଗ୍ରାମ ଚାଷୀଙ୍କ କ୍ଷତିଗ୍ରସ୍ତ ଆଶଙ୍କା ରହିଛି । ସ୍ବଳ୍ପ ବର୍ଷା ଯୋଗୁଁ କେନାଲ ଉପରେ ଭରସା କରି ବସିଥିବା ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

କେନାଲର ଦୂରାବସ୍ଥା ଯୋଗୁଁ ପ୍ରାୟ ୧୫ରୁ ୨୦ ବର୍ଷ ହେଲା ୮୦ ପ୍ରତିଶତ ଚାଷୀ ରବିଋତୁରେ ଚାଷ ଛାଡ଼ି ନିର୍ମାଣ ଶ୍ରମିକ ପାଲଟିଛନ୍ତି । ମଲାଗୁଣୀ ବ୍ୟାରେଜକୁ ପ୍ରଶାସନର ଅଣଦେଖା ଯୋଗୁଁ କେନାଲକୁ ପାଣି ଆସି ପାରୁନଥିବା ଅଭିଯୋଗ ହୋଇଛି । ତା ସହିତ ନିମ୍ନମାନର କାମ ଯୋଗୁଁ ୫ ନମ୍ବର ଗେଟ୍‌ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଯାହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ଓ କ୍ଷୁଦ୍ର ଜଳସେଚନ ବିଭାଗକୁ ଏଥିପାଇଁ ଦାୟୀ କରିଛନ୍ତି ଚାଷୀ । ସେପଟେ ସମସ୍ୟା ସମ୍ପର୍କରେ ଅବଗତ ଅଛୁ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଛନ୍ତି । ସେ ଯାହା ବି ହେଉ, ଚାଷୀଙ୍କ ସ୍ବାର୍ଥ ଉଦ୍ଦେଶ୍ୟରେ ବ୍ୟାରେଜର ମରାମତି ହେଲେ ହଜାର ହଜାର ଚାଷୀ ଉପକୃତ ହୋଇ ପାରନ୍ତେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.