ଖୋର୍ଦ୍ଧା : ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବାଦ ପଡିଥିବା ଚାଷୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ବଡ଼ବେରଣା ସେବା ସମବାୟ ସମିତିର ଶତାଧିକ ଚାଷୀ ଏହି ସମ୍ପର୍କରେ ବାଘମାରି କଣ୍ଟିଲୋ 47ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଏନେଇ ପ୍ରଶାସନ କେବଳ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିଥିଲା । କିନ୍ତୁ ଚାଷୀଙ୍କ ନାମ ଚଳିତ ଖରିଫ ଋତୁରେ କିପରି ପଞ୍ଜିକରଣ ହେବ ତାର କୌଣସି ସମାଧାନ ହୋଇପାରିନାହିଁ ।
ଏହାକୁ ପ୍ରତିବାଦ କରି ଆଜି ବଡ଼ବେରଣା ସମବାୟ ସମିତିର ଗଂପୁର ଗ୍ରାମର ଚାଷୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସମସ୍ୟାର ସମାଧାନ ନହେଲେ ଚାଷୀ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ