ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ନଦାତାଙ୍କ ଗଣଧାରଣା

author img

By

Published : Dec 14, 2020, 1:30 PM IST

କୃଷି ଆଇନକୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ନଦାତାଙ୍କ ଗଣଧାରଣା

ଖୋର୍ଦ୍ଧା:କେନ୍ଦ୍ର ସରକାରଙ୍କ ପାରିତ ନୂତନ କୃଷି ବିଲକୁ ସାରା ଦେଶର ଚାଷୀମାନଙ୍କର ବିରୋଧ ଚାଲିଛି । କୃଷି ଆଇନକୁ ବିରୋଧ କରି ରାଜରାସ୍ତାରକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୃଷି ଆଇନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ହୋଇଥିବାର ଦେଖିବାକୁ ମିଳିଛି ।

ନୂତନ କୃଷି ଆଇନ ପାରିତ ହେବା ପରଠୁ ସାରା ରାଜ୍ୟରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କର ନୂତନ କୃଷି ଆଇନ ପ୍ରଣୟନ କୃଷକମାନଙ୍କୁ ମାରଣା ନୀତି ଭଳି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଖୋର୍ଦ୍ଧା ଜିଲ୍ଲାର କୃଷକ ସଙ୍ଗଠନ । ଏ ନେଇ ପାଞ୍ଚ ଦଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ବିଭିନ୍ନ କୃଷି ସଙ୍ଗଠନ ।

କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରହିଛି । ଚାଷୀ ବଞ୍ଚାଅ ଦେଶ ବଞ୍ଚାଅ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସର୍ବ ଭାରତୀୟ କୃଷକ ସଙ୍ଗଠନ । କୃଷକମାନଙ୍କ ଦାବି ପୂରଣ ନ ହେଲେ ରାଜରାସ୍ତାରେ ଲଢେଇ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି କୃଷକ ସଙ୍ଗଠନ । ଅନ୍ୟପଟେ ଆଜିଠୁ କୃଷି ଆଇନକୁ ପ୍ରତ୍ୟାହାର କରବା ଦାବିରେ ହଜାର ହଜାର ଚାଷୀ ଉପାସରେ ଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.