ETV Bharat / state

Padmapur Bypoll: ଚାଷୀ ପ୍ରସଙ୍ଗରେ ତେଜୁଛି ରାଜନୀତି, ସୁର କହିଲେ ବିଜେଡି ବିଜେପିର କୁମ୍ଭୀର କାନ୍ଦଣା - ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ (Padmapur Bypoll) ପୂର୍ବରୁ ଚାଷୀଙ୍କ ଫସଲ ବୀମା ନେଇ ରାଜ୍ୟ ରାଜନୀତି ସରଗରମ । ବିଜେଡି ବିଜେପି ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ

Padmapur Bypoll: ଚାଷୀ ପ୍ରସଙ୍ଗରେ ତେଜୁଛି ରାଜନୀତି

author img

By

Published : Nov 17, 2022, 10:48 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପୂର୍ବରୁ ଚାଷୀଙ୍କ ଫସଲ ବୀମା ନେଇ ରାଜ୍ୟ ରାଜନୀତି ସରଗରମ । ଆସନ୍ତା ୨୦୨୩ ଶେଷ ସୁଦ୍ଧା ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଏବେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ପଦ୍ମପୁରରୁ ଭୋଟ ହାତେଇବାକୁ ଉଭୟ ବିଜେଡି ବିଜେପିର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା । ପଦ୍ମପୁର ଏକ ଜିଲ୍ଲା ହେଉ ହେଲେ ଭୁବନେଶ୍ବରକୁ ଜିଲ୍ଲା କରିବା ପାଇଁ ଦୀର୍ଘବର୍ଷ ହେବ ଦାବି ହୋଇଆସୁଛି । ଯଦି କରିବେ ସମସ୍ତ ଦାବି ପୂରଣ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ଦାବି କରିଛନ୍ତି ।

Padmapur Bypoll: ଚାଷୀ ପ୍ରସଙ୍ଗରେ ତେଜୁଛି ରାଜନୀତି, ସୁର କହିଲେ ବିଜେଡି ବିଜେପିର କୁମ୍ଭୀର କାନ୍ଦଣା

ବିଶେଷକରି ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ସମର୍ଥନ ହାତେଇବାକୁ ଯେଉଁଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି । ପଦ୍ମପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଏବେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ଏ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, " ଚାଷୀ ଓ ଜିଲ୍ଲା ପ୍ରସଙ୍ଗରେ ବିଜେଡି ଡ୍ରାମା କରୁଛି । ଚାଷୀଙ୍କ ସହ ଖେଳୁଛନ୍ତି ସରକାର । ନାମାଙ୍କନ ନେଇ ବିଜେପି ଡ୍ରାମା କରୁଛି । ଚାଷୀଙ୍କ ପାଇଁ ବିଜେପିର ହୃଦୟ ଫାଟି ପଡୁଛି କାନ୍ଦିକାନ୍ଦି ଗାମୁଛା ଓଦା, ବିଜେଡି ମଧ୍ୟ ଚାଷୀଙ୍କ ପାଇଁ ଅଚେତ ହୋଇପଡୁଛି । ଉଭୟ ଚାଷୀଙ୍କୁ ନେଇ ରାଜନୀତି କରୁଛନ୍ତି ।"

ଏହା ବି ପଢନ୍ତୁ- ସଞ୍ଜୟଙ୍କ ବୟାନ ପରେ ଥାର୍ଡ ଫ୍ଲୋରରେ ଝଡ ! ଲଳିତେନ୍ଦୁ କହିଲେ ଆହୁରି ବିସ୍ଫୋରକ ତଥ୍ୟ ଆସିବ

ସେପଟେ ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ, " କଂଗ୍ରେସ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଲଢେଇ କରିବୁ । ବିଜେପି ବିଜେଡି ଉଭୟ ଦଳ ଚାଷୀଙ୍କୁ ପ୍ରତାରଣା କରିଛନ୍ତି । ପ୍ରତିଶୃତି ଦେଇ ପୂରଣ କରିନାହାନ୍ତି । ଚାଷୀ ସମାଜଙ୍କ ଆଖିରୁ ଯେଉଁ ଲୁହ ବାହାରିଛି ସେଥିଲାଗି ଲୋକେ ବିଜେପି ବିଜେଡିକୁ ଭୋଟ ଦେବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.