ETV Bharat / state

MANDI PROBLEM: ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ

author img

By

Published : Jan 17, 2022, 5:32 PM IST

ମଣ୍ତି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଚାଷୀ । ମଣ୍ଡି ଖୋଲିବା ପାଇଁ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ । ଅଧିକ ପଢନ୍ତୁ

MANDI PROBLEM : ମଣ୍ଡି ଖୋଲିବା ପାଇଁ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ

ଖୋର୍ଦ୍ଧା : ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛି ଚାଷୀ । କେତେବେଳେ ମରୁଡି ତ ଆଉ କେତେବେଳେ ଅଦିନିଆ ବର୍ଷା ଚାଷୀ ପାଇଁ ବୋଝ ଉପରେ ନଳିତା ବିଡା ସାଜୁଛି । ଆଉ କେତେବେଳେ ମଣ୍ତି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଉଛି ଚାଷୀ ।

ଖୋର୍ଦ୍ଧା ଜିଲ୍ଲାରେ ଚାଷୀ ତାର ଧାନ ସରକାରଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରିବା ପାଇଁ ଚାହିଁ ବସିଥିବାବେଳେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନାହିଁ । ଏହାର ପ୍ରତିବାଦରେ ଆଜି(ସୋମବାର) ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଗେଡ଼ିଆପଲି ଠାରେ ସାଲତରା ସେବା ସମବାୟ ସମିତିର ଶତାଧିକ ଚାଷୀ ଅବରୋଧ କରି ବସିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବେଗୁନିଆ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହାବି ପଢନ୍ତୁ :ଢିଙ୍କିଆ ପ୍ରସଙ୍ଗ: CPIM-BKMUର ପୋଲିସ ପ୍ରତ୍ୟାହାର ଦାବି

ସେପଟେ ରାସ୍ତା ରୋକ ପାଇଁ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକି ରହିଥିବା ଦେଖାଦେଇଛି । ସେହିପରି ଘଟଣାସ୍ଥଳରେ ବୋଲଗଡ଼ ତହସିଲଦାର ଓ ଖୋର୍ଦ୍ଧା ସମବାୟ ନିବନ୍ଧକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ଚାଷୀ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.