ଭୁବନେଶ୍ବର: ବାତ୍ୟା ଫନି ପ୍ରଭାବରେ ପୁରୀ, ଭୁବନେଶ୍ବର ଆଦି ସ୍ଥାନରେ ଅନେକ କ୍ଷୟକ୍ଷତି ଘଟାଇଥିବା ବେଳେ ଚିଲିକା ପାଇଁ ଆଣିଛି ନୂଆ ସୁଯୋଗ । ଚିଲିକାରେ 4ଟି ନୂଆ ମୁହାଁଣ ସୃଷ୍ଟି ହେବାକୁ ନେଇ ମିଳିଛି ସୂଚନା ।
ବଙ୍ଗୋପସାଗର ଓ ଚିଲିକା ଭିତରେ ଥିବା ଜଳ ପାଚେରୀ ଆଉ ନାହିଁ । ଯାହାଫଳରେ ଚିଲିକାରେ ନୂଆ ମୁହାଁଣ ସୃଷ୍ଟି ହୋଇଛି । ଆଉ ଚିଲିକାରେ ଏହି ନୂଆ ମୁହାଁଣ ସବୁ ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ନୂଆ ଉପହାର ପରି କାମ ଦେବ ବୋଲି ଚିଲିକା ଡେଭଲପମେଣ୍ଟ ଅଥରୀଟିର ମୁଖ୍ୟ ଶ୍ରୀକାନ୍ତ ନନ୍ଦ କହିଛନ୍ତି । ଫନିର ପ୍ରଭାବରେ ଆଉ 4ଟି ନୂଆ ମୁହାଁଣ ସୃଷ୍ଟି ହେଉଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ