ETV Bharat / state

ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ

ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ । କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ । ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଅଭିନବ ଉପାୟରେ ଲୋୟର ପିଏମଜିରେ କରିଛନ୍ତି ପ୍ରତିବାଦ । ଅଧିକ ପଢନ୍ତୁ

ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ
ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ
author img

By

Published : Nov 25, 2022, 7:41 PM IST

ଭୁବନେଶ୍ବର: ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ । କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ । ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ କାନ ଧରି ଆଣ୍ଠେଇ ବସି ଏଭଳି ଅଭିନବ ଉପାୟରେ ଲୋୟର ପିଏମଜିରେ କରିଛନ୍ତି ପ୍ରତିବାଦ । ଏଥିସହ ସରକାରଙ୍କୁ ନିଜର ଦାବି ପୂରଣ କରିବାକୁ କରିଛନ୍ତି ଅନୁରୋଧ ।

ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ

ସୂଚନା ମୁତାବକ, ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ୩ ଦଫା ଦାବି ନେଇ ଚାରିଦିନ ହେଲା କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀ କହିଛନ୍ତି, "ଶୀତ କାକରରେ ବସି ରହି ପ୍ରତିବାଦ କରୁଥିବା ବେଳେ କେତେକ ଆନ୍ଦୋଳନକାରୀ ଅସୁସ୍ଥ ହୋଇ ପଡିଲେଣି । ହେଲେ ସରକାର ଆମ ଦାବୀ ଶୁଣୁନାହାନ୍ତି । ଆମର ଭୁଲ କଣ, କାହିଁକି ଆମ ପ୍ରତି ଏ ଅବିଚାର କରୁଛନ୍ତି କହି କାନଧରୀ ଭୁଲ ମାଗିବା ସହ କ୍ଷମା କରି ଦେଇ ଆମକୁ ଚାକିରୀ ଦିଅନ୍ତୁ । ଶାନ୍ତି ଶାନ୍ତିପୂର୍ଣ ଭାବେ ଧାରଣା ଦେଲୁ ଆପଣ ଶୁଣିଲେନି । ତେଣୁ କାନ ଧରି ଆଣ୍ଠେଇ କାକୁତି ମୀନତି ହୋଇ କହୁଛି ଆପଣ ଆମ ଦୁଃଖ ଶୁଣନ୍ତୁ ସରକାର ।

ଆମ ଘରର ମୁରବି ସରକାରୀ ସେବା କରି ନିଜର ଜୀବନ ଦେଇଛନ୍ତି ସରକାର କାଇଁ ସେମାନଙ୍କ ପରିବାରର ଦୁଃଖ ଦେଖୁନାହାନ୍ତି । ଯାହା ଆମ ପ୍ରତି ଅନ୍ୟାୟ ହେଉଛି ଏପରିକି ଚାକିରୀ ମିଳିବା ଆଶାରେ ଅନେକ ଲୋକଙ୍କର ବୟସ ମଧ୍ୟ ଗଡିଗଲାଣି । ପରିବାର ଲୋକେ ସରକାରୀ କାର୍ଯ୍ୟାଳୟ ଧାଇଁ ଧାଇଁ ନିରାଶ ହେଲେଣି କିନ୍ତୁ ସଫଳ ମିଳୁ ନାହିଁ । ଏହା ଆମମାନଙ୍କୁ ବ୍ୟଥିତ କରୁଛି । ସରକାର ଆମ ମାନଙ୍କ ଦାବି ଶୁଣି ଆନ୍ଦୋଳନରତ ମୃତକଙ୍କ ପରିବାରରୁ ଜଣଙ୍କୁ ସେମାନଙ୍କ ଯୋଗ୍ୟତା ମୁତାବକ ଚାକିରୀ ଦେଲେ ଅନେକ ପରିବାର ଭୋକ ଉପାସରୁ ବର୍ତ୍ତିଯିବେ । ସରକାର ଶୀଘ୍ର ଏଦିଗରେ ପଦକ୍ଷେପ ନିଅନ୍ତୁ । "

ମୃତ କର୍ମଚାରୀଙ୍କ ପରିବାରର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ସହ ୨୦୨୦ ବିଜ୍ଞପ୍ତି ତୁରନ୍ତ ବାତିଲ କରିବାକୁ ସଂଘ ଦାବି କରିଛି । ସରକାର ତୁରନ୍ତ ଏହି ଦାବି ପୂରଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.