ETV Bharat / state

ବଟି ମାଗି ଗିରଫ ହେଲେ ୱେବ ସାମ୍ବାଦିକ, ଜଣେ ଫେରାର

ମହିଳାଙ୍କୁ ଅସଦାଚରଣ ଓ ବଟି ଆଦାୟ ଅଭିଯୋଗରେ ଜଣେ ୱେବ ଚ୍ୟାନେଲ୍ ପ୍ରତିନିଧିଙ୍କୁ ଗିରଫ କଲା ବାଣପୁର ପୋଲିସ । ସେପଟେ ଆଉ ଜଣେ ସହଯୋଗୀ ଫେରାର । ଅଧିକ ପଢନ୍ତୁ...

fake web journalist arrested in banapur of khurdha
ବଟି ମାଗି ଗିରଫ ହେଲେ ୱେବ ସାମ୍ବାଦିକ, ଜଣେ ଫେରାର
author img

By

Published : Sep 27, 2021, 5:28 PM IST

ଖୋର୍ଦ୍ଧା: ବଟି ମାଗି ୱେବ ସାମ୍ବାଦିକ ଗିରଫ । ମହିଳାଙ୍କୁ ଅସଦାଚରଣ ଓ ବଟି ଆଦାୟ ଅଭିଯୋଗରେ ଜଣେ ୱେବ ଚ୍ୟାନେଲ୍ ପ୍ରତିନିଧିଙ୍କୁ ବାଣପୁର ପୋଲିସ ବାନ୍ଧିଥିବାବେଳେ ଆଉ ଜଣେ ସହଯୋଗୀ ଫେରାର । ଗ୍ରାମବାସୀଙ୍କ ଠାରୁ ବଟି ଆଦାୟ ଏବଂ ଧମକ ଦେବା ସହ ଟୀକାକରଣ କେନ୍ଦ୍ର ବନ୍ଦ କରିଦେବାକୁ ଧମକ ଦେଇଥିବା ନେଇ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା ।

ବଟି ମାଗି ଗିରଫ ହେଲେ ୱେବ ସାମ୍ବାଦିକ, ଜଣେ ଫେରାର

ସୂଚନା ଅନୁଯାୟୀ ଗତ ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ଏସି ୱାର୍ଡ ନମ୍ବର- ୯ ରେ ପ୍ରଶାସନ ଦ୍ବାରା ଟୀକାକାରଣ ଚାଲିଥିଲା । ସେହି ସମୟରେ ବାଣପୁର ଏନ୍ଏସି ୱାର୍ଡ ନମ୍ବର ୪ର ସେକ ରୋଶନ ଏବଂ ତାଙ୍କ ସହଯୋଗୀ ମମତାଜ ଖାନ ପହଞ୍ଚି ନିଜକୁ ସାମ୍ବାଦିକ ପରିଚୟ ଦେଇ ଟୀକା କେନ୍ଦ୍ରରେ ଗଣ୍ଡଗୋଳ କରିବା ସହିତ ପ୍ରତି ଟୀକାକୁ ୫୦ ଟଙ୍କା ନ ଦେଲେ ଟୀକା କେନ୍ଦ୍ର ବନ୍ଦ କରିବାକୁ ଧମକ ଦେଇଥିଲେ। ଏହାସହ ଟୀକା କେନ୍ଦ୍ରରେ ଉପସ୍ଥିତ ଥିବା ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ନେଇ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରି ବାଣପୁର ଥାନାରେ କେସ ନମ୍ବର ୩୨୮/୨୧ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ତା ୨୩/୦୯/୨୧ ରିଖ ଦିନ ମଧ୍ୟ ରାତ୍ରୀରେ ଅଭିଯୁକ୍ତମାନେ ଗ୍ରାମବାସୀ ଓ ସାକ୍ଷୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ ।

ଏନେଇ ଗ୍ରାମବାସୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଶତାଧିକ ମହିଳା ଓ ପୁରୁଷ ବାଣପୁର ଥାନା ଘେରାଉ କରିଥିଲେ । ପୋଲିସ ପ୍ରଶାସନର ପ୍ରତିଶୃତି ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ । ଘଟଣାକୁ ଗୁରୁତର ସହ ନେଇ ବାଣପୁର ଥାନା ଅଧିକାରୀ ଆଜି ତଥାକଥିତ ସାମ୍ବାଦିକଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ଫେରାର ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.