ETV Bharat / state

ଅନୁ ଚୌଧୁରୀଙ୍କୁ କ୍ୟାନ୍ସର ନେଇ ମିଥ୍ୟା ଖବର ପ୍ରସାରଣ, ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ - ଅଭିନେତ୍ରୀ ଅନୁ ଚୌଧୁରୀ

ଓଡ଼ିଶାର ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅନୁଚୌଧରୀଙ୍କୁ କ୍ୟାନ୍ସର ହୋଇଥିବା ମିଛ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । "କିଛି ଅସାମାଜିକ ବ୍ୟକ୍ତି ନିଜର ଶସ୍ତା ଲୋକପ୍ରିୟତା ପଇଁ ଏଭଳି ମିଛ ଖବର ପ୍ରଚାର କରିଥିବା" କହିଛନ୍ତି ଅନୁ । ଅଧିକ ପଢ଼ନ୍ତୁ

ନିଜର ମିଛ କ୍ୟାନସରର ଖବରକୁ ନେଇ ପ୍ରତିକ୍ରିୟା ରଖିଲେ :  ଅଭିନେତ୍ରୀ ଅନୁ ଚୌଧୁରୀ

author img

By ETV Bharat Odisha Team

Published : Sep 12, 2023, 7:35 AM IST

ନିଜର ମିଛ କ୍ୟାନସରର ଖବରକୁ ନେଇ ପ୍ରତିକ୍ରିୟା ରଖିଲେ : ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁଚୌଧରୀଙ୍କୁ କ୍ୟାନ୍ସର ହୋଇଥିବା ନେଇ କିଛି କଥାକଥିତ ୱେବ୍‌ ପୋର୍ଟାଲରେ ଖବର ପ୍ରସାରଣ ହୋଇଥିଲା । ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା । କିଛି ଅସାମାଜିକ ବ୍ୟକ୍ତି ଚ୍ୟାନେଲ୍‌ରେ ଲାଇକ୍‌ ଓ ଭିୟୁ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ଅନେକ ଖବର ପ୍ରସାରଣ କରୁଥିବା ନଜିର ରହିଛି । ଅଭିନେତ୍ରୀ ଅନୁ ଚୌଧୀରଙ୍କୁ କ୍ୟାନ୍ସର ହୋଇଛି ଓ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ନେଇ ମିଥ୍ୟା ଖବର ପ୍ରସାରଣ କରିଥିଲା ସମ୍ପୃକ୍ତ ୱେବ୍‌ ପୋର୍ଟାଲ । ଯାହାକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ସେ ସାଇବର ଥାନାର ଦ୍ବାରସ୍ତ ହୋଇଥିବା ଜଣା ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ...ମିଳୁନି ସୌରିନ ଭଟ୍ଟଙ୍କ ଖୋଜଖବର, କଣ୍ଠଶିଳ୍ପୀଙ୍କ ନାଁରେ ଲୁକ ଆଉଟ ନୋଟିସ୍‌

ଏଭଳି ଖବର ନେଇ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଏକ ଭିଡିଓ ସେୟାର କରି କହିଛନ୍ତି "ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ମୋର କିଛି ହୋଇନାହିଁ । ତେଣୁ ସତ୍ୟତା ନଜାଣି ଏଭଳି ମିଛ ପ୍ରଚାର କରି କିଛି ଲୋକ ନିଜର ଲୋକପ୍ରିୟତା ବା ଭିୟୁଜ୍‌ ପାଇଁ କରିଛନ୍ତି । ଦୟାକରି ଏଭଳି କରନ୍ତୁ ନାହିଁ । ଆପଣଙ୍କର ଏହି ମିଛ ପ୍ରଚାର ପାଇଁ ମୁଁ ଅନେକ ସମସ୍ୟାରେ ପଡ଼ୁଛି । ଯିିଏ ବି କରିଛନ୍ତି ସେ ଏଭଳି ଶସ୍ତା ମାନସିକତାର ଥମ୍ୱନେଲ ତିଆରି କିର ନିଜର ରୋଜଗାର ପନ୍ଥା ଆପଣାନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ପ୍ରତିଭା ଅଛି, ତାହାଲେ କାମ କରି ରୋଜଗାର କରନ୍ତୁ । ଦୟାକରି ଶାନ୍ତିରେ ମତେ ମୋ କାମ କରିବାକୁ ଦିଅନ୍ତୁ ।" ଏନେଇ ଅନୁ ଚୌଧୁରୀ ସାଇବର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

ଓଡ଼ିଶାର ଜଣେ ଆଗଧାଡିର ଜଣାଶୁଣା ଅଭିନେତ୍ରୀ ଅନୁ ଚୌଧୁରୀ । ନିଜର ଚମତ୍କାର ଅଭିନୟ ବଳରେ ଲୋକଙ୍କ ମନକୁ ବାନ୍ଧି ରଖି ଆସିଛନ୍ତି । ସେ ପ୍ରଥମେ ଶିଶୁ ଅଭିନତ୍ରୀ ଭାବେ ନିଜର କଳା ପ୍ରଦର୍ଶନ କରି ବେଶ ଲୋକପ୍ରିୟ ହୋଇ ପାରିଥିଲେ । ୧୯୯୮ ମସିହାରେ ମାଁ ଗୋଜବାୟାଣି ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ । ସେ ହିନ୍ଦି, ତେଲୁଗୁ , ବଙ୍ଗାଳୀ ଭଳି ବହୁଭାଷି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଏହା ପୁର୍ବରୁ କିଛି ଦିନ ତଳେ ଓଡ଼ିଶା ସିନେମା ଜଗତର ବହୁ ଲୋକପ୍ରିୟ କଳାକାରଙ୍କ ମିଛ ମତ୍ୟୁ ଖରବ ଘୁରି ବୁଲୁଥିଲା । ଯାହାକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଏବେ ଅଭିନେତ୍ରୀ ଅନୁ ଚୌଧୀରଙ୍କୁ କ୍ୟାନ୍ସର ହୋଇଥିବା ମିଛ ଖବର ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.