ETV Bharat / state

ଧରାପଡ଼ିଲା ନକଲି IPS ଅଫିସର, ଭିଜିଲାନ୍ସ ଏସପି କହି ଠକିଥିଲା 10 ଲକ୍ଷ - ଠକେଇ କରି ଅଧ୍ୟାପକ ଗିରଫ

Fake IPS Officer Arrested: ନିଜକୁ IPS ଅଫିସର ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିଲେ ଅଧ୍ୟାପକ । ନିଜକୁ ଭିଜିଲାନ୍ସ ଏସପିର 10ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

fake IPS officer arrested
ନକଲି IPS ଅଫିସର ଗିରଫ
author img

By ETV Bharat Odisha Team

Published : Jan 14, 2024, 7:30 PM IST

ନକଲି IPS ଅଫିସର ଗିରଫ

ଭୁବନେଶ୍ବର: ପଦାରେ ପଡ଼ିଲା ଅଧ୍ୟାପକଙ୍କ କଳାକାରନାମା । ନିଜକୁ IPS ଅଫିସର ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିଲେ । ଭିଜିଲାନ୍ସ ଏସପି କହି କଣ୍ଟ୍ରାକ୍ଟର ଓ ବିଲଡରଙ୍କୁ ଠକୁଥିଲେ । ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦର ମନୋଜ କୁମାର ମାଝୀ । ସୂଚନା ଅନୁସାରେ, ମନୋଜ ଏକ କଲେଜରେ ସାଇକୋଲେଜି ବିଭାଗର ଅଧ୍ୟାପକ ଭାବେ କାମ କରୁଥିବାବେଳେ ପରେ‌ ପରେ ଏଭଳି ଠକାମୀ ପନ୍ଥା ଆପଣାଇଥିଲେ । ନକଲି ଆଇପିଏସ ସାଜି ଭିନ୍ନ ଭିନ୍ନ ପରିଚୟ ଦେଇ କଣ୍ଟ୍ରାଟର, ବିଲଡର ଓ ବିଜେନେସମ୍ୟାନଙ୍କୁ ଚୁନା ଲଗାଉଥିଲେ । ଅନେକ ଲୋକଙ୍କୁ ବିଭିନ୍ନ‌ ବ୍ଲାକମେଲ କରି ଠକୁଥିଲେ । ମନୋଜଙ୍କ ନାଁରେ ପୂର୍ବରୁ ଅନେକ ଠକେଇ ମାମଲା ଥିବା ଜଣାପଡିଛି ।

ଜୋନ 5 ଏସିପି ଗୌତମ କିଶାନ କହିଛନ୍ତି, "ମନୋଜ ପ୍ରଥମେ ରାୟଗଡ଼ାର R&Bର ଇଞ୍ଜିନିୟରଙ୍କୁ ଫୋନ କଲ୍ କରି ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇଥିଲେ । ଭିଜିଲାନ୍ସ ପକ୍ଷରୁ ସବୁ ଜିଲ୍ଲାରେ କାର୍ଯ୍ୟାଳୟ ଖୋଲିବା ପାଇଁ ବିଲଡିଂ ନିର୍ମାଣ ହେବା ନେଇ କହିଥିଲେ । ଏଥିପାଇଁ ଜଣେ ଭଲ କଣ୍ଟ୍ରାଟରର ରେଫରେନ୍ସ ମାଗିଥିଲେ । ଇଞ୍ଜିନିୟରଙ୍କ ଠାରୁ ନମ୍ବର ସଂଗ୍ରହ ପରେ ମନୋଜ କୁମାର ଚୌଧୁରୀଙ୍କୁ କଲ କରିଥିଲେ ଅଭିଯୋଗକାରୀ । ଏପରିକି ଠକର ନମ୍ବର‌ ଟ୍ରୁ କଲରରେ ଏସପି ଆସୁଥିଲା । ତେବେ ମନୋଜ ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ପ୍ରୋଜେକ୍ଟ କାମ ପାଇଁ କହିଥିଲେ । ଏଥିପାଇଁ କଣ୍ଟ୍ରାଟରଙ୍କୁ 20 କୋଟିର ପ୍ରୋଜେକ୍ଟ କରିବା ପାଇଁ 20 ଲକ୍ଷ ଡିପୋଜିଟ୍ କରିବାକୁ କହିଥିଲେ। ଏପରିକି କଣ୍ଟ୍ରାଟର ଟିକେ ପଛଘୁଞ୍ଚା ଦେବାରୁ ଡିପୋଜିଟ ଟଙ୍କା ଶୀଘ୍ର ରିଲିଜ‌ ହେବା ନେଇ ପ୍ରତିଶ୍ରୁତି ବି ଦେଇଥିଲେ ।"

ଏହା ମଧ୍ୟ ପଢନ୍ତୁ...ଲବଙ୍ଗ ବାବାର ଖୋଲିବ କାରନାମା, ନିବସ୍ତ୍ର କରି ଯୁବତୀଙ୍କୁ ଭର୍ଚ୍ଚୁଆଲ ଝଡାଫୁଙ୍ଖା

ଏନେଇ ଭିଜିଲାନ୍ସ ଅଫିସ ସାମ୍ନାକୁ କଣ୍ଟ୍ରାକ୍ଟରଙ୍କୁ ଆସିବାକୁ କହି ଜଣେ ଡ୍ରାଇଭରଙ୍କ ମାଧ୍ୟମରେ ଟଙ୍କା ଆଣିବାର ଯୋଜନା କରିଥିଲେ । ପ୍ରଥମେ 5 ଲକ୍ଷ ପରେ ଆଉ ଥରେ‌ 3 ଲକ୍ଷ କ୍ୟାସ ସହ ଫୋନପେରେ 2 ଲକ୍ଷ ନେଇଥିଲେ । ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏପରିକି ଫୋନ କରିଥିଲେ‌ ବି ଫୋନ ଉଠାଇ ନଥିଲେ । ଏନେଇ କଣ୍ଟ୍ରାଟର ଜଣକ ସାଇବର ଥାନରେ ଠକେଇ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା' ନିକଟରୁ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଓ 2 ଲକ୍ଷ 60 ହଜାର ଟଙ୍କା ଥିବା ଏକ ଆକାଉଣ୍ଟକୁ ଫ୍ରିଜ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.