ETV Bharat / state

ଆସୁଥିଲେ କାରରେ କହୁଥିଲେ BMC ଅଧିକାରୀ, ଭେଣ୍ଡିଂ ଜୋନରେ ଚାନ୍ଦା ମାଗି ଠକ ଲେଡି ଗିରଫ - ରାଜଧାନୀରୁ ଧରାପଡିଲେ ନକଲି ବିଏମସି ଅଧିକାରିଣୀ

ବିଏମସିର ଅଧିକାରିଣୀ କହି ଭେଣ୍ଡିଂ ଜୋନରେ ମାଗୁଥିଲେ ବଟି । ଲେଡି ଡନଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

fake bmc officer arrested in bhubaneswar
ନକଲି BMC ଅଧିକାରୀ ଗିରଫ
author img

By

Published : Jun 11, 2023, 11:39 AM IST

Updated : Jun 11, 2023, 10:23 PM IST

ନକଲି BMC ଅଧିକାରୀ ଗିରଫ

ଭୁବନେଶ୍ବର: ବିଏମ୍‌ସିର ଅଧିକାରିଣୀ କହି ଲୋକଙ୍କ ଠାରୁ ମାଗୁଥିଲେ ବଟି । କାରରୁ ଓହ୍ଲେଇବା କ୍ଷଣି ମ୍ୟାଡାମ ମ୍ୟାଡାମ କହି ପଛେ ଯାଉଥିଲା ପିଏ । ମାର୍କେଟରେ କେଉଁଠି ଅଳିଆ ଦେଖିଲେ ମହିଳା ଜଣଙ୍କ କଡା ତାଗିତ୍‌ କରୁଥିଲେ । ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର ଓ ନିଳାଦ୍ରୀ ବିହାର ଭଳି ଅଞ୍ଚଳରେ ଏହି ଠକ ବିଏମସି ଅଧିକାରିଣୀ ଓ ତାଙ୍କ ପିଏ ବେଶ ସକ୍ରିୟ ରହିଥିଲେ । ରାଜଧାନୀରୁ ଧରାପଡିଲେ ନକଲି ବିଏମସି ଅଧିକାରିଣୀ ।

ଏମିତି ବିଛାଇଥିଲେ ଠକାମିର ଜାଲ: ଠକ ଲେଡି ଓ ତାଙ୍କର ସହଯୋଗୀ ଏକ କାର ଯୋଗେ ନିତିଦିନ ଆସୁଥିଲେ । ମହିଳାଙ୍କ ଷ୍ଟାଇଲ ଓ ଥାଟବାଟ କୌଣସି ଓଏସ ଅଧିକାରୀଙ୍କଠୁ ବି କମ୍ ନଥିଲା । ଗାଡିରୁ ଓହ୍ଲାଇବା କ୍ଷଣୀ ସହଯୋଗୀ ଓମକାର ପିଏ ଭାବେ ଫାଇଲ ଧରି ଓହ୍ଲାଇ ପଡୁଥିଲେ । ଏସକର୍ଟ କଲା ଭଳି ଠକ ଲେଡିଙ୍କୁ ମ୍ୟାଡାମ ମ୍ୟାଡାମ କହି ମାର୍କେଟ ଭିଜିଟ କରାଇ ନେଉଥିଲେ । ପରେ ମାର୍କେଟରେ ଯେଉଁଠି ଅଳିଆ ଦେଖୁଥିଲେ ମ୍ୟାଡାମ ସେଠି ଏମିତି କାଇଁ ପଡ଼ିଛି, କିଏ ପକାଇଛି କହି କଡ଼ା ତାଗିଦ କରୁଥିଲେ । ପ୍ରଥମେ ପ୍ରଥମେ ଏପରି କରିବା ପରେ ଧୀରେ ଧୀରେ ଲୋକେ ଉକ୍ତ ମହିଳାଙ୍କୁ ବିଏମସି ଅଧିକାରୀ ବୋଲି ବିଶ୍ବାସ କରିନେଲେ । ଏପରିକି ଅନେକ ସ୍ଥାନରେ ମ୍ୟାଡାମ ଭିଜିଟ କହି ଆଗୁଆ ପିଏ ଦୋକାନୀ ଓ ମାର୍କେଟ ଆସୋସିଏସନ୍ ସହ ମିଟିଂ ଫିକ୍ସ କରୁଥିଲେ ।

ଏହିପରି ଢଙ୍ଗରେ ପ୍ରଥମେ ମୈତ୍ରୀ ବିହାର ପରେ ଚନ୍ଦ୍ରଶେଖର ତାପରେ ନିଳାଦ୍ରୀ ବିହାର ଭଳି ଅଞ୍ଚଳରେ ବେଶ ସକ୍ରିୟ ହୋଇଯାଇଥିଲେ । ନିଜକୁ ବିଏମସି ଅଧିକାରିଣୀ ଭାବେ ଜୋନାଲ ଦାୟିତ୍ବ ନେଇଥିବା କହି ଲୋକଙ୍କ ଆଗରେ ଏକ ପରିଚୟ ସୃଷ୍ଟି କରିସାରିଥିଲେ । ଧୀରେଧୀରେ ଏହାର ଫାଇଦା ଉଠାଇବା ମଧ୍ୟ ଆରମ୍ଭ କରିଥିଲେ । କାହାକୁ ଭେଣ୍ଡିଂ ଜୋନ ଅନୁମତି ଦିଆଯିବ ସେନେଇ ମଧ୍ୟ ବୈଠକ କରୁଥିଲେ । କିଏ ନିୟମ ଉଲ୍ଲଘଂନ କରୁଛି ଫାଇନ କଟାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଉଥିଲେ ।

ଏପରି ଅନେକ ନିୟମ ଆଧାରରେ ଲୋକଙ୍କଠୁ ବଟି ଆଦାୟ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ କିଛି ଲୋକ ଅତିଷ୍ଠ ହୋଇଯାଇଥିଲେ । ମ୍ୟାଡାମଙ୍କ ଥାଟବାଟ ଦେଖି କେହି ବି ଅବିଶ୍ବାସ କରୁନଥିଲେ ମହିଳା ଜଣଙ୍କ ଠକ ବିଏମସି ଅଧିକାରିଣୀ ବୋଲି । ଜଣେ ଉଠା ଦୋକାନୀକୁ ଜବରଦଖଲ ପାଇଁ ଚାନ୍ଦା ମାଗିବାରୁ ଏହାକୁ ବାରଣ କରିଥିଲେ ସମାଜସେବୀ ଦିଲ୍ଲୀପ କୁମାର ସାହୁ । ମିଛ ସ୍କ୍ବାର୍ଡ ଡକାଇ ସମାଜସେବୀଙ୍କୁ ଆକ୍ରମଣ କରିବା ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଶେଷରେ ଠକ ବିଏମସି ଅଧିକାରିଣୀ ଜଣଙ୍କ ମୁଖା ଖୋଲିଯାଇଥିଲା । ମହିଳାଙ୍କ ସହ ତାଙ୍କ ପିଏକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏନେଇ ସେ କହିଛନ୍ତି, "ଗିରଫ ଠକ ଲେଡି ହେଉଛନ୍ତି ସାଲିଆ ସାହିର ଅନୁ ମିଶ୍ର । ପୂର୍ବରୁ ଜାଗା ଦେବା ନାଁରେ ଲୋକଙ୍କୁ ଠକୁଥିଲେ । ଏହାପରେ ନକଲି ବିଏମସି ଅଧିକାରିଣୀ ହୋଇ ଲୋକଙ୍କଠାରୁ ଚାନ୍ଦା ମାଗୁଥିଲେ । ପୋଲିସ ଆଇପିସିର ଧାରା ୩୪୧,୩୨୩,୨୯୪,୫୦୬,୩୮୭ ସହ ୩୪ରେ ମାମଲା ରୁଜୁ କରି ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଏଥିସହ ଗାଡିକୁ ମଧ୍ୟ ଜବତ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2023, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.