ETV Bharat / state

ଅବକାରୀ ବିଭାଗର ଚଢ଼ାଉ: ୪୮୦ କିଲୋ ଭାଙ୍ଗ ଜବତ, ୩ ଗିରଫ

author img

By

Published : Apr 20, 2022, 7:24 AM IST

ଅବକାରୀ ବିଭାଗର ଚଢାଉ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲି ଛକରେ ଚଢ଼ାଉ କରି ୪୮୦କିଲୋ ଭାଙ୍ଗ ଜବତ କରିବା ସହ ତିନି ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ଅବକାରୀ ବିଭାଗର ଚଢ଼ାଉ: ୪୮୦ କିଲୋ ଭାଙ୍ଗ ଜବତ, ୩ ଗିରଫ
ଅବକାରୀ ବିଭାଗର ଚଢ଼ାଉ: ୪୮୦ କିଲୋ ଭାଙ୍ଗ ଜବତ, ୩ ଗିରଫ

ଖୋର୍ଦ୍ଧା: ଅବକାରୀ ବିଭାଗର ଚଢାଉ । ଓଡିଶା ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲି ଛକରେ ଚଢ଼ାଉ କରି ଭାଙ୍ଗ ଜବତ କରିବା ସହ ୩ ଜଣକୁ ଗିରଫ କରିଛି ।

ସୂଚନାଅନୁସାରେ, ଏକ ଟାଟା ମ୍ୟାଜିକ ଗାଡ଼ିରେ ଗଜପତିରୁ ପୁରୀକୁ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ କୌଣସି ଏକ ସୁତ୍ରରୁ ଖବର ପାଇ ପିତାପଲ୍ଲୀ ଛକରେ ଉକ୍ତ ଗାଡିକୁ ମାଡ଼ି ବସିଥିଲା ଅବକାରୀ ବିଭାଗ । ତେବେ ଚଢାଉ ସମୟରେ ୪୮୦ କିଲୋ ଭାଙ୍ଗ ଜବତ ହୋଇଥିବା ବେଳେ ତିନି ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲା ମୋହନା ଅଂଚଳର ନୀଳାଚଳ ବିଷୋୟୀ ଏବଂ ପିଣ୍ଟୁ ନାୟକ ଓ ଗଞ୍ଜାମ ବଡହଡା ଅଞ୍ଚଳର ସନ୍ତୋଷ ନାୟକ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.