ETV Bharat / state

Online Ponzi Scam: ବ୍ୟବସାୟ ଆଳରେ ଭାରତରୁ ଲୁଟ, ଚାଇନିଜ୍ ଠକ ନାଁରେ ଲୁକଆଉଟ୍ ସର୍କୁଲାର - ବ୍ୟୁରୋ ଅଫ ଇମିଗ୍ରେସନ

ଅନଲାଇନ ପୁଞ୍ଜି ସାଜିଛି ଚାଇନା ଠକଙ୍କ ଅସ୍ତ୍ର । ଭାରତରୁ କୋଟି କୋଟି ଟଙ୍କା ଲୁଟ ପରେ ଚାଇନିଜ୍ ଠକ ନାଁରେ ଲୁକଆଉଟ୍ ସର୍କୁଲାର କଲା EOW । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 24, 2023, 9:09 PM IST

Updated : Jul 24, 2023, 9:27 PM IST

Online Ponzi Scam: ବ୍ୟବସାୟ ଆଳରେ ଭାରତରୁ ଲୁଟ, ଚାଇନିଜ୍ ଠକ ନାଁରେ ଲୁକଆଉଟ୍ ସର୍କୁଲାର

ଭୁବନେଶ୍ବର: ବ୍ୟବସାୟୀ ଆଳରେ ଭାରତକୁ ଲୁଣ୍ଠନ । ଅନଲାଇନ ପୁଞ୍ଜି ସାଜିଛି ଚାଇନା ଠକଙ୍କ ଅସ୍ତ୍ର । ସାମ୍ନାକୁ ଆସିଲା ଷଡ଼ଯନ୍ତ୍ରର ଆଉ ଏକ ଗୁମର । ଆଉ ଜଣେ ଚାଇନିଜ୍ ଠକ ନାଁରେ ଜାରି ହେଲା ଲୁକ ଆଉଟ ସର୍କୁଲାର । ବ୍ୟୁରୋ ଅଫ ଇମିଗ୍ରେସନ ଲଗାଇଲା ଚାଇନା ଠକ ଉପରେ ପ୍ରତିବନ୍ଧକ । ଭାରତ ଆସିଲେ ଚାଇନିଜ ଠକ ଗୁଆନହୁଆ ଓ୍ବାଙ୍ଗକୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି ।

ଓଡ଼ିଶା ଅର୍ଥନୈତିକ ଅପରାଧା ଶାଖାର ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ଏଭଳି ଠକର କେଳେଙ୍କାରୀ । ଏନେଇ ବ୍ୟୁରୋ ଅଫ ଇମିଗ୍ରେସନକୁ ଅନୁରୋଧ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ତେବେ ଇଓଡବ୍ଲୁ ଏସପି ସୂଚନା ଦେଇ କହିଛନ୍ତି । ଅନଲାଇନ ପୁଞ୍ଜି ସ୍କାମ ଜରିଆରେ ଭାରତରୁ ଅନେକ ଟଙ୍କା ଲୁଟିଛନ୍ତି ଚାଇନିଜ୍ ଠକ । ଏନେଇ ବେଙ୍ଗାଲୁରୁରେ ବିଟେକ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ, ଗେମକ୍ୟାମ୍ପ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ, ବାଇରୋଣ୍ଟେକ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ନାମରେ ୩ଟି କମ୍ପାନୀ ଖୋଲି ଭାରତୀୟ କିଛି ଲୋକଙ୍କୁ କମ୍ପାନୀର‌ ଡାଇରେକ୍ଟର ରଖି ଭାରତରେ ବିଭିନ‌ ଅନଲାଇନ ପୁଞ୍ଜି ସ୍କିମର ଆପ ଓ ଓ୍ବେବସାଇଟ କରି ପୁଞ୍ଜି ନିବେଶ ପାଇଁ ଲୋକଙ୍କୁ ଲୋଭନୀୟ ଅଫର ଦେଉଥିଲେ ।

  • LOC issued against one Guanhua Wang, a Chinese national, in mega pan-India online ponzi scam (EOW case 19/2023). He runs this scam using a complex network of mule accounts, shell companies/firms & crypto-traders. They used pics of celebrities in Ads. @odisha_police @CIDOdisha pic.twitter.com/ULvVU1qThi

    — Economic Offence Wing (@EOWODISHA) July 24, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ମୋବାଇଲ ଫାଇନାନ୍ସ କରେଇ ଦେବା ନାଁରେ କୋଟିଏରୁ ଊର୍ଦ୍ଧ୍ବ ଠକେଇ

ପରେ ଲୋକ ଟଙ୍କା ନିବେଶ ପରେ ସେମାନଙ୍କୁ ବିଭିନ ପଏଣ୍ଟ ବା ଲାଭର ଲୋଭ ଛୋଟ ଦେଇ କୋଟି କୋଟି ଟଙ୍କା ଠକି ଚାଲିଥିଲେ । ଏପରିକି ଏହି ଆପ ଜରିଆରେ ୧୦୦ କୋଟି ଠକିଥିବା ସୁରାକ ପାଇଛି ଇଓଡବ୍ଲ୍ୟୁ । ଏହି ଠକାମିର ଚେର ଖୋଜି ଖୋଜି ଜଣାପଡ଼ିଛି । ଏହି ସବୁ ଠକେଇ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ ଜରିଆରେ ଅନଲାଇନରେ କ୍ରିପ୍ଟୋ ବଜାରରେ ନିବେଶ କରି ଭାରତୀୟ ଅର୍ଥକୁ ଠକେଇ କରି ଚାଇନିଜ ଠକ ନିଜର ବ୍ୟବସାୟୀ କାରବାର ବଢାଇ ଚାଲିଛନ୍ତି । ଏପରିକି ଏହି ଠକ ଗୁଆନହୁଆ ଓ୍ବାଙ୍ଗ ଯିଏକି ଭାରତକୁ ୨୦୧୯ରୁ ୨୦୨୦ରେ ୬ଥର ଆସି ଏପରି ଠକାମି କରି ଭାରତରେ ବ୍ୟବସାୟ ଆଳରେ ଲୁଣ୍ଠନ କରି ଚାଲିଛନ୍ତି ।

ଏନେଇ ଇଓଡବ୍ଲ୍ୟୁ ଏହି କାରବାରର ଚେର‌ ଖୋଜି ଶେଷରେ ଏହି ଠକ ପାଖରେ ପହଞ୍ଚିଛି । ଯେହେତୁ ଚାଇନାର ଜେଜିଙ୍ଗା ହଙ୍ଗଚୁଙ୍ଗରେ ଘର । ତେଣୁ ତା ନାଁରେ ଲୁଟ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଅର୍ଥାତ୍ କୌଣସି ଏୟାରପୋର୍ଟରେ ଭାରତ ଆସିଲେ ତାକୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ରହିଛି। ଏନେଇ କେବଳ ଏଇ ଜଣେ ଠକ ନୁହେଁ ଏଭଳି ଭାରତୀୟ ବଜାରରେ ବ୍ୟବସାୟ ଆଳରେ ଲୁଟ କରୁଥିବା ବା ଠକୁଥିବା ଆହୁରି ୫ଜଣଙ୍କ ନାଁରେ ମଧ୍ୟ ଲୁକ ଆଉଟ୍ ସର୍କୁଲାର‌ ପୂର୍ବରୁ ଜାରି କରାଯାଇଛି।

ସେମାନେ ହେଲେ ଇଲିଗାଲ ଲୋନ ଆପ କେସର ଲିୟୁ ୟି, ଜିନ ପେଙ୍ଗ । ସେହିପରି ଆଉ ଏକ ଲୋନ ଆପ କେସର ତିନି ଚାଇନିଜ୍ ଠକ ସେନ ଜେନହୁଆ, କ୍ବାନ ହଙ୍ଗ ଓ୍ବେଇ, ୟାଙ୍ଗ ହାଇୟିଙ୍ଗ । ସେହିପରି କ୍ୟୁଆର ସ୍କାନ ଠକେଇ କେସ ମଧ୍ୟ ଚାଇନରୁ ଅପରେଟ ହେଉଥିବା ସନ୍ଦେହ କରୁଛି ଇଓଡବ୍ଲ୍ୟୁ । ଏନେଇ ତଦନ୍ତ ଜାରି ରଖିଛି ଇଓଡବ୍ଲ୍ୟୁ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2023, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.