ETV Bharat / state

କ୍ରିପ୍ଟୋ କରେନ୍ସି ନିବେଶରେ ୧୪୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ, ମହାରାଷ୍ଟ୍ରରୁ ଠକ ଗିରଫ

ବଦଳୁଛି ପୁଞ୍ଜି ନିବେଶ ଆଳରେ ଠକେଇ ଟ୍ରିକ୍ । ଏବେ କ୍ରିପ୍ଟୋ କରେନ୍ସି ନିବେଶରେ ନୂଆ ଧରଣର ଠକାମି ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

author img

By

Published : Apr 2, 2023, 8:49 PM IST

Updated : Apr 2, 2023, 10:18 PM IST

EOW arrests fraudster from Maharashtra
EOW arrests fraudster from Maharashtra
ମହାରାଷ୍ଟ୍ରରୁ ଠକ ଗିରଫ

ଭୁବନେଶ୍ବର: ଠକେଇ ପାଇଁ ଠକଙ୍କ ବଦଳୁଛି ଟ୍ରିକ୍ । ନୂଆ ନୂଆ ଟ୍ରିକରେ ହେଉଛି ଠକାମି । ଅନ୍‌ଲାଇନରେ ଠକେଇ ପାଇ ପୁଞ୍ଜି ନିବେଶ ଆଳରେ ଏବେ ଅଧିକାଂଶ ହେଉଛି ଠକେଇ । ସାମ୍ନାକୁ ଆସିଛି କ୍ରିପ୍ଟୋ କରେନ୍ସି ନିବେଶ ଆଳରେ ଠକେଇ ସିଣ୍ଡିକେଟ । ଯୁବପୀଢି ଓ ପାଠୁଆ ଯୁବକଙ୍କୁ କ୍ରିପ୍ଟୋ କରେନ୍ସି ବା ଡିଜିଟାଲ କରେନ୍ସିର ଲୋଭ ଦେଖାଇ ଠକୁଛନ୍ତି କୋଟି କୋଟି । ଏଭଳି ଏକ ଠକାମି ସିଣ୍ଡିକେଟର ଖୁଲାସା କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ଟିମ୍ ।

ମହାରାଷ୍ଟ୍ର ପୁଣେରୁ ଅଭିଯୁକ୍ତ ବିଶାଲ ଶାଖାରାମ ଉତ୍କର ନାମକ ଅଭିଯୁକ୍ତକୁ ଗିରଫ ପରେ ଖୋଲିଛି ଏହି ସିଣ୍ଡିକେଟର ଚେର । ଏହି ନୂଆ ଧରଣର ଠକେଇରେ ୧୪୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କାରବାର ହୋଇଥିବା ଜଣାପଡ଼ିଛି । ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣି କଟକ ଓପିଆଇଡି କୋର୍ଟରେ ଅଭିଯୁକ୍ତଙ୍କୁ ପୁଞ୍ଜି ଠକେଇ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ପୁରା ସିଣ୍ଡିକେଟର ଚେର ଖୋଲିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ।

ଇଓଡବ୍ଲୁ ଏସପି ଦିଲ୍ଲୀପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଏବେ ଅନଲାଇନରେ ପୁଞ୍ଜି ନିବେଶ ଆଳରେ ଲୋଭ ଦେଖାଇ ଠକାମି ପାଇଁ ବିଭିନ ଉପାୟ ବାଛିଛନ୍ତି ଠକ । କିଛିଦିନ‌‌ ତଳେ ଯେପରି ଫୁଟବଲ୧୮.ଡଟକମ ଆଳରେ ବେଟିଂ ଆଳରେ ଠକାମି କରୁଥିଲେ ଠିକ୍ ସେହିପରି ବର୍ତ୍ତମାନ‌ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଠକେଇ କରାଯାଉଛି । ଡିଜିଟାଲ କରେନ୍ସିକୁ କନଭର୍ଟ କରି ନିବେଶ କରିବାକୁ ଲୋକେ ଏବେ ଆଗ୍ରହୀ ହେଉଛନ୍ତି । ଏଣୁ ଏଭଳି ନୂଆ ଧରଣର ଠକେଇ ପନ୍ଥା ଆପଣାଇଛନ୍ତି ଠକ । ବିଶେଷ କରି ଯାହାର ଫାଇଦା ନେବାକୁ ଠକ ବିଭିନ୍ନ ଜାଲ ବିଛାଇଛନ୍ତି ।

ଏହା ବି ପଢନ୍ତୁ-କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଘଟଣ, ଅମ୍ପାୟାରକୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଆୟୋଜକଙ୍କ ମୃତ୍ୟୁ

ନୟାପଲ୍ଲୀ ଥାନା ଅଞ୍ଚଳର ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ସାଙ୍ଗମାନଙ୍କ ଜରିଆରେ ଏକ ରେଫରାଲ ଲିଙ୍କ୍‌ ପାଇଥିଲେ । ଯେଉଁଥିରେ ଗେଟସୋ ଭଳି ଏକ କମ୍ପାନୀର କହି ଗିରଫ ହୋଇଥିବା ଠକ ନିଜକୁ ପରିଚିତ କରି ଏକ ଗେଟସୋ ଆପ ମାଧ୍ୟମରେ କ୍ରିପ୍ଟୋ ମାଇନି ପାଇଁ ଆଗ୍ରହୀ ନିବେଶକାରୀଙ୍କୁ ଲୋଭନୀୟ ସ୍କିମ୍‌ ଦେଉଥିଲେ। କ୍ରିପ୍ଟୋ କରନ୍ସିରେ ଟଙ୍କା ବିନିଯୋଗ କଲେ ଦିନକୁ ୬ପ୍ରତିଶତ ହିସାବରେ ମୁନାଫା ମିଳିବା ସହ ଆପଣଙ୍କର ଆନ୍ତର୍ଜାତିକ ବଜାରରେ କ୍ରିପ୍ଟୋର ଦାମ ଅନୁସାରେ ଆପଣଙ୍କ ଟଙ୍କାକୁ କ୍ରିପ୍ଟୋ କନଭର୍ଟ କରି ଲାଭବାନ ହୋଇପାରିବେ ।

ସେହିଭଳି ଏଭଳି ବିନିଯୋଗ ପାଇଁ ଯେଉଁମାନେ ଅନ୍ୟକୁ ରେଫର କରିବେ ଏହାଦ୍ବାରା ମଧ୍ୟ ରେଫରାଲ କରିଥିବା ଲୋକକୁ ସ୍ବତନ୍ତ୍ର ମୁନାଫା ମିଳିବ । ପ୍ରଥମେ ପ୍ରଥମେ ୪ରୁ ୫ମାସ ସେମାନେ ଆପଣଙ୍କ ବିନିଯୋଗ ଉପରେ ରିଟର୍ଣ୍ଣ ଦେବେ । ଭରସା ‌ହେଲା ପରେ ଅଧିକ ଟଙ୍କା ବିନିଯୋଗ କଲା ପରେ ସେହି ଆପ୍‌ ବନ୍ଦ କରି ଛୁ ମାରିବେ । ଏଭଳି ଢଙ୍ଗରେ ଠକୁଥିବା ଏହି ମହାରାଷ୍ଟ୍ରର ଠକକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଏବେ ତା'ର ଆକାଉଣ୍ଟରୁ ଗୋଟିଏ ଆକାଉଣ୍ଟରୁ ୯କୋଟି ଟ୍ରାନଜାକ୍ସନ ଠାବ ହୋଇଥିବା ବେଳେ ୫ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ଏହି ଠକେଇ କାରବାରରେ ୧୪୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକାମି ହେଉଥିବା ନେଇ ଇଓଡବ୍ଲୁ ସନ୍ଦେହ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 2, 2023, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.