ETV Bharat / state

ପ୍ରକୃତି ମିତ୍ର ପୁରସ୍କାର ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ପରିବେଶବିତ୍‌ - ବୋଲଗଡ଼ରେ ପ୍ରକୃତି ମିତ୍ର ପୁରସ୍କାର ବଣ୍ଟନରେ ପାତର ଅନ୍ତର

ଖୋର୍ଦ୍ଧା ବୋଲଗଡ଼ରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପରିବାରର ସଦସ୍ୟଙ୍କୁ ବାରମ୍ବାର ଏହି ପୁରସ୍କାର ଦିଆଯାଉଥିବା ପରିବେଶବିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ବୋଲଗଡ଼ରେ ପ୍ରକୃତି ମିତ୍ର ପୁରସ୍କାର ବଣ୍ଟନରେ ପାତର ଅନ୍ତର, ଗୋଟିଏ ପରିବାରକୁ ଦିଆଯାଉଛି ବାରମ୍ବାର ପୁରସ୍କାର

author img

By

Published : May 28, 2022, 1:32 PM IST

ଖୋର୍ଦ୍ଧା: ଜିଲ୍ଲାରେ ବୋଲଗଡ ବ୍ଳକରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ବଣ୍ଟନରେ ପାତର ଅନ୍ତର ହେଉଥିବା ଅଭିଯୋଗ । ଗୋଟିଏ ପରିବାରର ସଦସ୍ୟଙ୍କୁ ବାରମ୍ବାର ପୁରସ୍କାର ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବେଶବିତ । କୌଣସି ବ୍ୟକ୍ତି ଗୋଟିଏ ଥର ଏହି ପୁରସ୍କାର ପାଇଥିଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପୁନର୍ବାର ଏହି ପୁରସ୍କାର ପ୍ରଦାନ କରାଯିବ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶନାମା ରହିଥିବା ବେଳେ ବୋଲଗଡ଼ରେ ଏହାର ବ୍ୟତିକ୍ରମ ଦେଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ପ୍ରକୃତି ମିତ୍ର ପୁରସ୍କାର ବଣ୍ଟନରେ ପାତର ଅନ୍ତର

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଜଣଙ୍କୁ ପ୍ରକୃତି ବନ୍ଧୁ ଓ ଗୋଟିଏ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପାଇଁ ମାନପତ୍ର, ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥାଏ । ଯେଉଁମାନେ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି ଓ ବୃକ୍ଷ ରୋପଣ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବା ଦ୍ବାରା ସବୁଜ ପରିବେଶ ସୃଷ୍ଟି କରନ୍ତି ସେହି ଅନୁଷ୍ଠାନଙ୍କୁ ବନବିଭାଗ ଓ ପରିବେଶ ବିଭାଗରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥାଏ ।

ସେହିପରି ପ୍ରକୃତି ଓ ପରିବେଶ ସଂରକ୍ଷଣ ଏବଂ ଏହାର ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଏ । ଅଭିଯୋଗ ଅନୁସାରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରକୁ ପାତର ଅନ୍ତର କରି ଗୋଟିଏ ପରିବାର ବାପା, ପୁଅ ,ସ୍ତ୍ରୀ ଓ ବୋହୂଙ୍କୁ ପ୍ରଦାନ କରାଯାଇଥିବା ବୋଲଗଡ ବନ ସୁରକ୍ଷା ସମିତି ମହାସଂଘ ଓ ପରିବେଶ ପ୍ରେମୀ ଅଭିଯୋଗ କହିଛନ୍ତି ।

ବୋଲଗଡ଼ ଅଧିନ ସାନବାଡ଼ ଗ୍ରାମର ଗୋଟିଏ ଘରେ ତିନି ତିନୋଟି ଅନୁଷ୍ଠାନ ମେଘମଲ୍ଳାର, ମା' ଶାରଳା ପଲ୍ଲୀମଙ୍ଗଳ ଓ ଓଡିଶା ସିନେ କଳାକାର ଆସୋସିଏସନ କରି ଦୁଇଥର ପ୍ରକୃତି ମିତ୍ର ଓ ତିନିଥର ପୁଅ, ସ୍ତ୍ରୀ ଓ ବୋହୂ ନାମରେ ଚଞ୍ଚକତା କରି ପ୍ରକୃତି ବନ୍ଧୁ ପୁରସ୍କାର ହାତେଇଥିବା ସାମାଜିକ କର୍ମୀ ଭାଗିରଥି ଦାଶଙ୍କୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି ।

ବହୁ ପରିବେଶବିତ ଆବେଦନ କରିଥିଲେ ମଧ୍ୟ ଅସାଧୁ ବନବିଭାଗ କର୍ମଚାରୀଙ୍କୁ ମନମାନି ଫଳରେ ପୁରସ୍କାର ବଣ୍ଟନରେ ବ୍ୟତିକ୍ରମ ଘଟିଥିବା ଯୋଗୁ ପରିବେଶ ପ୍ରେମୀ କ୍ଷୋଭ ଓ ଦୁଃଖ ପ୍ରକାଶ କରିଛନ୍ତି । ଏହି ପୁରସ୍କାର ବଣ୍ଟନରେ ପାତର ଅନ୍ତର ନୀତି ଘଟଣାର ତଦନ୍ତ ସହ ବାରମ୍ବାର ପୁରସ୍କାର ପାଉଥିବା ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଡିଏଫଓଙ୍କୁ ଲିଖିତ ଭାବେ ଅନୁରୋଧ କରିଛି ବନ ସୁରକ୍ଷା ସମିତି। ଏହି ପୁରସ୍କାର ଚୟନ କମିଟି ଦ୍ବାରା ନିର୍ଦ୍ଧାରିତ କରଯାଇଥାଏ ବୋଲି ସଫେଇ ଦେଇଛନ୍ତି ଖୋର୍ଦ୍ଧା ଏସିଏଫ ଗୋବିନ୍ଦ ବିଶ୍ବାଳ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.