ETV Bharat / state

ଅନ୍ଧବିଶ୍ବାସ ଦୂର ପାଇଁ ଅଣ୍ଟା ଭିଡିଲା ମହିଳା ଆୟୋଗ, ବସରେ ପ୍ରଥମେ ଚଢିପାରିବେ ମହିଳା ! - ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ବି ବହୁ ଲୋକେ ଅନ୍ଧବିଶ୍ଵାସରେ କବଳିତ ହୋଇଛନ୍ତି । ସେହିପରି ମହିଳାମାନେ ପ୍ରଥମେ ବସ ଭିତରକୁ ପ୍ରବେଶ କଲେ ବା ଯାତ୍ରୀ ଭାବେ ଯାତ୍ରା ଆରମ୍ଭ କଲେ ତାହା ଅଶୁଭ ବୋଲି ଆଜିବି ଅନେକ ବସ ଡ୍ରାଇଭର ଓ କଣ୍ଡକ୍ଟର ବାରଣ କରୁଥିବା ଦେଖିବାକୁ ମିଳୁଛି । ଯାହାଦ୍ବାରା ଅନେକ ସମୟରେ ମହିଳାମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅଧିକ ପଢନ୍ତୁ

ଅନ୍ଧବିଶ୍ବାସ ଦୂର ପାଇଁ ଅଣ୍ଟା ଭିଡିଲା ମହିଳା ଆୟୋଗ, ବସରେ ପ୍ରଥମେ ଚଢିପାରିବେ ମହିଳା !

author img

By

Published : Jul 27, 2023, 8:18 PM IST

Updated : Jul 27, 2023, 8:54 PM IST

ଅନ୍ଧବିଶ୍ବାସ ଦୂର ପାଇଁ ଅଣ୍ଟା ଭିଡିଲା ମହିଳା ଆୟୋଗ, ବସରେ ପ୍ରଥମେ ଚଢିପାରିବେ ମହିଳା !

ଭୁବନେଶ୍ବର: ଦିନର ପ୍ରଥମ ଯାତ୍ରୀ ଭାବେ ମହିଳା ବସରେ ଚଢ଼ିଲେ, ଅଶୁଭ ବୋଲି ରହିଛି ଅନ୍ଧବିଶ୍ବାସ । ଏହି ଅନ୍ଧବିଶ୍ବାସକୁ ଦୂର କରିବା ଲାଗି ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମହିଳା କମିଶନ । ଏଣିକି ବସର ପ୍ରଥମ ମହିଳା ଯାତ୍ରୀଙ୍କୁ ଆଉ ଅଶୁଭ ବୋଲି କହି ବାରଣ କରାଯିବ ନାହିଁ । ଯେକୌଣସି ସ୍ଥାନରୁ ବାହାରୁ ଥିବା ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାମାନେ ଯାତ୍ରା ଆରମ୍ଭ କରିପାରିବେ । ଏହି ନିୟମକୁ ଏଣିକି ରାଜ୍ୟର ସମସ୍ତ ବସରେ ଲାଗୁ କରାଯିବ । ଏଥିପାଇଁ ରାଜ୍ୟ ମହିଳା କମିଶନ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି । ତେବେ ଏହାକୁ କଠୋର ଭାଷାରେ ଅସନ୍ତୋଷ ବ୍ୟକ୍ତ କରିଛି ଘରୋଇ ବସ ମାଲିକ ସଂଘ ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ବି ବହୁ ଲୋକେ ଅନ୍ଧବିଶ୍ଵାସରେ କବଳିତ ହୋଇଛନ୍ତି । ସେହିପରି ମହିଳାମାନେ ପ୍ରଥମେ ବସ ଭିତରକୁ ପ୍ରବେଶ କଲେ ବା ଯାତ୍ରୀ ଭାବେ ଯାତ୍ରା ଆରମ୍ଭ କଲେ ତାହା ଅଶୁଭ ବୋଲି ଆଜିବି ଅନେକ ବସ ଡ୍ରାଇଭର ଓ କଣ୍ଡକ୍ଟର ବାରଣ କରୁଥିବା ଦେଖିବାକୁ ମିଳୁଛି । ଯାହାଦ୍ବାରା ଅନେକ ସମୟରେ ମହିଳାମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେହିପରି ରାଜ୍ୟର କେତେକ ସ୍ଥାନରେ ବିଭିନ୍ନ ବସଷ୍ଟାଣ୍ଡରୁ ଯଦି କୌଣସି ବସ ଯାତ୍ରା ଆରମ୍ଭ କରିଥାଏ ସେଠାରେ ଯାତ୍ରୀ ଭାବେ ଯଦି କେବଳ ମହିଳା ଯାତ୍ରୀ ଉପସ୍ଥିତ ଥାନ୍ତି ତେବେ ବସଟି ସେମାନଙ୍କ ନନେଇ ଚାଲିଯାଏ । ଯେଉଁଠାରେ ପୁରୁଷ ଏବଂ ମହିଳା ଯାତ୍ରୀମାନେ ଥାଆନ୍ତି ସେଠାରେ ପ୍ରଥମେ ପୁରୁଷ ଯାତ୍ରୀଙ୍କୁ ଉଠାଯାଇ ପରେ ମହିଳାଙ୍କୁ ବସ ଭିତରକୁ ଉଠାଯାଏ । ଏଥିପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏହାବି ପଢନ୍ତୁ- କଠୋର ହେଲେ ମହିଳା କମିଶନ; ଜୁନାଗଡ ପୀଡିତାଙ୍କୁ ନ୍ୟାୟ ଦେବାପାଇଁ ପଦକ୍ଷେପ

ଏହି ଚିଠି ଆଧାରରେ ରାଜ୍ୟ ପରିବହନ ବିଭାଗ ସମସ୍ତ ଜିଲ୍ଲାର ବସ ମାଲିକମାନଙ୍କୁ ଏସମ୍ପର୍କରେ ଅବଗତ କରାଇବେ । ସାମାଜିକ କର୍ମୀ ଘାସିରାମ ପଣ୍ଡା ବିଭିନ୍ନ ଜିଲ୍ଲାରେ ଏଭଳି ଅନେକ ଘଟଣାକୁ ଦେଖିବା ପରେ ଚଳିତ ମାସ 18 ତାରିଖରେ ରାଜ୍ୟ ମହିଳା ଆୟୋଗଙ୍କୁ ଚିଠି ମାଧ୍ୟମରେ ଏ ବାବଦରେ ଅବଗତ କରାଇଥିଲେ । ଏଭଳି ଅନ୍ଧବିଶ୍ୱାସକୁ ଲୋକଙ୍କ ମନରୁ ଦୂର କରିବାକୁ ଘାସିରାମ ଚିଠି ମାଧ୍ୟମରେ ନିବେଦନ କରିଥିଲେ । ଯେଉଁ ବସ୍‌ରେ ଲକ୍ଷ୍ମୀ, ଦୁର୍ଗା, ମଙ୍ଗଳା ଆଦି ଦେବୀମାନଙ୍କ ଫଟୋକୁ ପୂଜା କରାଯାଉଛି, ସେହି ବସ୍‌ରେ ମହିଳାମାନଙ୍କୁ ପ୍ରଥମ ଯାତ୍ରୀ ଭାବେ କାହିଁକି ଗ୍ରହଣ କରାଯିବ ନାହିଁ । ମହିଳାମାନଙ୍କୁ ଲକ୍ଷ୍ମୀ, ସରସ୍ଵତୀଙ୍କ ସହ ତୁଳନା କରାଯାଉଥିବା ବେଳେ ଅଶୁଭ ବୋଲି ଗ୍ରହଣ କରିବା ଭଳି ଅନ୍ଧବିଶ୍ବାସ ଦୂର ହେବା ନିହାତି ଆବଶ୍ୟକ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି । ସେହିପରି କମିଶନଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମହିଳା ଓ ଯୁବତୀ ।

ଅନ୍ୟପକ୍ଷରେ ମହିଳା କମିଶନଙ୍କ ଚିଠିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଘରୋଇ ବସ୍‌ ମାଲିକ ସଂଘ । ସଂଘର କର୍ମକର୍ତ୍ତା ବରାଦ ଆଚାର୍ଯ୍ୟ କହିଛନ୍ତି ଯେ, "ଯେତେବେଳେ ଆମେ ଗାଡ଼ି ପ୍ରଥମ ଅନୁକୂଳରେ ଆଣୁ ସେତେବେଳେ ଜଣେ ପୁରୁଷଙ୍କୁ ବସରେ ଚଢ଼ିବାକୁ ଦେଉ । ନିଜ ମା, ଭଉଣୀ କିମ୍ବା ସ୍ତ୍ରୀଙ୍କୁ ଚଢ଼ିବାକୁ ଦେଉନାହୁଁ । ପ୍ରଥମେ ଜଣେ ପୁରୁଷ ଲୋକ ପାଦ ପକାଇବ ତା'ପରେ ଜଣେ ସ୍ତ୍ରୀ ଲୋକ । ଆମର ଅନ୍ଧବିଶ୍ୱାସ ହେଉ ବା ଅସତ ବିଶ୍ୱାସ ହେଉ, ଘରୋଇ ବସ ପରମ୍ପରାରେ ଯେବେଠାରୁ ଆରମ୍ଭ ହୋଇଛି ସେବେଠାରୁ ଏହାକୁ ମାନି ଆସିଛୁ । ସବୁ ସଂକ୍ରାନ୍ତିରେ ହୋମ ହୁଏ, କିନ୍ତୁ ରଜ ସଂକ୍ରାନ୍ତିରେ ହୋମ ହୁଏ ନାହିଁ । ଏକା ଅନ୍ଧବିଶ୍ୱାସ ନୁହେଁ, ଏହା ଧର୍ମ ବିଶ୍ୱାସ । ସେହିପରି ଆମେ ଗାଡ଼ିରେ ପ୍ରଥମେ ମହିଳା ଯାତ୍ରୀଙ୍କୁ ଚଢ଼ିବାକୁ ଦେଉନାହୁଁ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଯଦି କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କଡ଼ାକଡ଼ି ହୁଏ ତେବେ ଆମେ ବିଚାର ବିମର୍ଶ କରିବୁ । ସଂଘର ବୈଠକ ଡାକି ଏ ଦିଗରେ କଣ ଆମେ କରିପାରିବୁ ଆଲୋଚନା କରିବୁ । ଜଣେ ମହିଳା ଦ୍ଵିତୀୟ ଯାତ୍ରୀ ହୋଇଗଲେ ଅସୁବିଧା କିଛି ନାହିଁ । କିମ୍ବା ମହିଳାଙ୍କ ଲାଗି ସଂରକ୍ଷିତ ସିଟରେ ଆଉ କାହାକୁ ବସାଇ ନେଉନାହୁଁ, ଆମେ ବ୍ୟବସାୟୀ । ଯଦି ଆମର କ୍ଷତି ହେବ, ତାହାର ଭରଣା କଣ ସରକାର ଦେବେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2023, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.