ଖୋର୍ଦ୍ଧା: ହାତୀ ଉପଦ୍ରବ । ହାତୀପଲ ନଷ୍ଟ କରୁଛନ୍ତି ଏକର ଏକର ଚାଷ । ଜମିରେ ହାତୀପଲ ପ୍ରବେଶ କରିବା ଯୋଗୁଁ ନଷ୍ଟ ହେଉଛି ଧାନ ଚାଷ ।
କ୍ଷୟ ହେଉଛି ଜଙ୍ଗଲ, ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଖୋର୍ଦ୍ଧା ଜିଲ୍ଲା ଗୋଡା ଅଞ୍ଚଳରେ 4 ଟିକିଆ ହାତୀପଲ ଚାଷୀଙ୍କ ଏକର ଏକର ଚାଷଜମିକୁ ଦଳି ଚକଟି ନଷ୍ଟ କରିଛନ୍ତି । ହାତୀପଲ ଗୋଡା ଗ୍ରାମର 30ରୁ ଊର୍ଦ୍ଧ୍ବ ଚାଷୀଙ୍କ ଚାଷ ଜମିକୁ ନଷ୍ଟ କରିଥିବା ଦେଖାଯାଇଛି । ବର୍ତ୍ତମାନ ଧାନ ଚାଷ ମଧ୍ୟବର୍ତ୍ତୀ ସ୍ଥତିରେ ରହିଥିବାବେଳେ ଚାଷୀଙ୍କ ବର୍ଷକର ଫସଲ ନଷ୍ଟ କରୁଛନ୍ତି, ଯାହାକୁ ନେଇ ଚିନ୍ତାରେ ଚାଷୀ ।
ସେପଟେ ହାତୀ ଘଉଡାଇବା ପାଇଁ ଗ୍ରାମବାସୀ ବାରମ୍ବାର ବନବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ ବନବିଭାଗ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହିଁ । ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ