ETV Bharat / state

ଖୋର୍ଦ୍ଧାରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

author img

By

Published : Dec 15, 2019, 12:53 PM IST

ଖୋର୍ଦ୍ଧା ଜିଲ୍ଲାରେ ବଢିଚାଲିଛି ହାତୀ ଉତ୍ପାତ । ନଷ୍ଟ କରୁଛନ୍ତି ଧାନ ଓ ପରିବା ଫସଲ । ଅଧିକ ପଢନ୍ତୁ..

elephant
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ହାତୀ ଓ ମଣିଷ ମଧ୍ୟରେ ଲଢେଇ ଅନେକ ଦିନର । କେଉଁଠି ହାତୀ ଜନବସତି ମୁହାଁ ହୋଇ ଅନେକ ଧନ ଜୀବନ ନଷ୍ଟ କରୁଛି ତ ଆଉ କେଉଁଠି ନିରୀହ ମଣିଷଙ୍କୁ ପାଦରେ ଦଳିଦେଉଛି । ସେପଟେ ପୁଣି ଦିନକୁ ଦିନ କମିବାରେ ଲାଗିଛି ହାତୀଙ୍କ ସଂଖ୍ୟା । କେଉଁଠି କୂଅରେ ପଡି, କରେଣ୍ଟ ଲାଗି କିମ୍ବା ଶିକାରୀର ଫାଶରେ ପଡି ଅକାଳରେ ଜୀବନ ହାରୁଛନ୍ତି ହାତୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ହାତୀମାନଙ୍କର ଉପଦ୍ରବ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲୀ ହାତୀ ପଲ ରାତିରେ ଆସି ଜନବସତି ଭିତରକୁ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ସନ୍ଧ୍ୟା ହେଲେ ହାତୀମାନଙ୍କ ଭୟରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି ।

ସେହିଭଳି ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାର ଗୋଡ଼ା ଗାଁରେ ହାତୀପଲ ପଶି ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି । ହାତୀଙ୍କ କାରଣରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହାତୀ ଉପଦ୍ରବ ବ୍ୟାପକ ଧାନ ଫସଲ ନଷ୍ଟ

Body:ଖୋର୍ଦ୍ଧା : ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଛି । ରାତିରେ ଜଙ୍ଗଲୀ ହାତୀ ପଲ ଗ୍ରାମବସତି ଭିତରକୁ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ସେହିଭଳି ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ଗୋଡ଼ା ଗାଁରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି । ହାତୀଙ୍କ କାରଣରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.