ଖୋର୍ଦ୍ଧା: ବିଦ୍ୟୁତ ଆଘାତରେ ମସ୍ୟଜୀବୀ ମୃତ । କଟକ ଜିଲ୍ଲା ବାଙ୍କୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମାଛ ମାରିବାକୁ ଯାଇଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମତ୍ସ୍ୟଜୀବୀ ମୃତ। ମୃତକ ଜଣକ ଶିମିଳିପୁର ପଞ୍ଚାୟତ କରବର ଗ୍ରାମର ପ୍ରକାଶ ଦଳେଇ ।
ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ବାଙ୍କୀ କରବର ଗ୍ରାମ ନିକଟସ୍ତ ମହାନଦୀର ଶାଖା ନଦୀରେ ପାଣି ମାଡ଼ି ରହିଥିବା ଅଞ୍ଚଳରେ ମାଛ ମାରିବାକୁ ଡଙ୍ଗା ନେଇ ଯାଇଥିବା ବେଳେ ପାଣି ଭିତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଡମପଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମତ୍ସ୍ୟଜୀବୀଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ବାଙ୍କି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକଙ୍କୁ ସମସ୍ତ ସରକାରୀ ସହଯୋଗ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ