ETV Bharat / state

ବିପଦ ଡାକୁଛି ବିଦ୍ୟୁତ ଖୁଣ୍ଟ, ବିଭାଗର ଚରମ ଅବହେଳା

ବିଦ୍ୟୁତ ବିଭାଗର ଚରମ ଅବହେଳାର ଶିକାର ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅନେକ ବିଦ୍ୟୁତ ଉପଭୋକ୍ତା । କେତେବେଳେ ରକ୍ଷଣାବେକ୍ଷଣା ନାଁରେ ତ ଆଉ କେତେବେଳେ ମରାମତି କରିବା ବାହାନାରେ ବିଦ୍ୟୁତ ବିଭାଗ ଅଘୋଷିତ ବିଦ୍ୟୁତ୍ କାଟ । ଅଧିକ ପଢନ୍ତୁ...

electric poll damaged negligence by Electricity department in begunia
ବିପଦ ଡାକୁଛି ବିଦ୍ୟୁତ ଖୁଣ୍ଟ ,ବିଦ୍ୟୁତ ବିଭାଗର ଚରମ ଅବହେଳା
author img

By

Published : Aug 25, 2021, 10:48 PM IST

ଖୋର୍ଦ୍ଧା: ବିଦ୍ୟୁତ ବିଭାଗର ଚରମ ଅବହେଳାର ଶିକାର ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅନେକ ବିଦ୍ୟୁତ ଉପଭୋକ୍ତା । କେତେବେଳେ ରକ୍ଷଣାବେକ୍ଷଣା ନାଁରେ ତ ଆଉ କେତେବେଳେ ମରାମତି କରିବା ବାହାନାରେ ବିଦ୍ୟୁତ ବିଭାଗ ଅଘୋଷିତ ବିଦ୍ୟୁତ୍ କାଟ । ସେହିପରି ବିଲ ଦେବାରେ ଅନିୟମିତତା ବେଗୁନିଆ ,ବୋଲଗଡ଼, ଟାଙ୍ଗି ଆଦି ଅଞ୍ଚଳରେ ବିଦ୍ୟୁତ ଗ୍ରାହକଙ୍କ ଚିନ୍ତା ବଢ଼ାଉଛି । କିନ୍ତୁ ବିଦ୍ୟୁତ ବିଭାଗ ଭିତ୍ତିଭୂମି ସଜାଡି ପାରୁନଥିବା କାରଣରୁ ବାରମ୍ବାର ଘଟୁଛି ଅଘଟଣ । ଯାହା ଫଳରେ କେଉଁଠି ବିଦ୍ୟୁତ ପୋଲ ପଡ଼ି ଯାଉଛି ନିରୀହ ଶିଶୁର ଅକାଳରେ ମୃତ୍ୟୁ ହେଉଛି ।

ବିପଦ ଡାକୁଛି ବିଦ୍ୟୁତ ଖୁଣ୍ଟ ,ବିଦ୍ୟୁତ ବିଭାଗର ଚରମ ଅବହେଳା

ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ବ୍ଳକ ବଡବେରଣା ଗ୍ରାମର ବଡସାହିରେ । ଏକ ବିଦ୍ୟୁତ୍ ପୋଲ ଯାହା ତଳ ମୁଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଖୁଣ୍ଟର ଦୁଇ ପାର୍ଶ୍ଵରେ ଦୁଇଟି ମାଙ୍କଡ଼ା ପଥର ରଖି ସେହି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ତାର ଟାଣି ଉପଭୋକ୍ତାଙ୍କୁ ଦିଆଯାଇଛି । ଏନେଇ ବାରମ୍ବାର ଗ୍ରାମବାସୀ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କେହି ଶୁଣୁ ନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଖୁଣ୍ଟଟି ଏମିତି ବିପଦ ସଂକୁଳ ଅବସ୍ଥାରେ ରହିଛି ଯେ କେତେବେଳେ ବି ଅଘଟଣ ଘଟିପାରେ ।

ଏବେ ବର୍ଷା ଋତୁ ପାଇଁ ଭଙ୍ଗା ଲୁହା ବିଦ୍ୟୁତ ଖୁଣ୍ଟ ଗ୍ରାମବାସୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଖୁଣ୍ଟଟିକୁ ତୁରନ୍ତ ବଦଳାଇ ତା ସ୍ଥାନରେ ନୂତନ ଖୁଣ୍ଟ ଲଗାଇବା ପାଇଁ ଦାବି କରିଛନ୍ତି ବଡ଼ବେରଣା ଗ୍ରାମବାସୀ । ସେପଟେ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଥିବାବେଳେ ଶୀଘ୍ର ଏହାର ମରାମତି କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.