ETV Bharat / state

ସବ୍‌ସିଡି ଦେଇ ମାଗଣାରେ ୨୦୦ ୟୁନିଟ ବିଜୁଳି ଦିଅନ୍ତୁ ସରକାର: ବିଦ୍ୟୁତ ଉପଭୋକ୍ତା ମହାସଂଘ

ରାଜ୍ୟରେ ସର୍‌ପ୍ଲସ୍‌ ବିଜୁଳି ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରୁଛନ୍ତି । ତେବେ ଯଦି ସର୍‌ପ୍ଲସ୍‌ ବିଜୁଳି ଅଛି, ତେବେ ସବ୍‌ସିଡି ଦେଇ ରାଜ୍ୟ ସରକାର ମାଗଣାରେ ୨୦୦ ୟୁନିଟ ବିଜୁଳି କାହିଁକି ପ୍ରଦାନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ । ସେପଟେ ମାଗଣା ବିଜୁଳି ନେଇ ରାଜନୀତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

୨୦୦ ୟୁନିଟ ମାଗଣା ବିଜୁଳି ଦାବି
୨୦୦ ୟୁନିଟ ମାଗଣା ବିଜୁଳି ଦାବି
author img

By

Published : Jun 2, 2023, 9:23 PM IST

୨୦୦ ୟୁନିଟ ମାଗଣା ବିଜୁଳି ଦାବି

ଭୁବନେଶ୍ବର: ଯଦି ରାଜ୍ୟ ସରକାର ସବସିଡି ଦେବେ, ତେବେ ରାଜ୍ୟବାସୀଙ୍କୁ ମାଗଣାରେ ମିଳିପାରିବ ୨୦୦ ୟୁନିଟ ମାଗଣା ବିଜୁଳି । ଏହା କହିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ । ରାଜ୍ୟରେ ସରପ୍ଲସ ବିଜୁଳି ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରୁଛନ୍ତି । ଯଦି ସର୍‌ପ୍ଲସ୍‌ ବିଜୁଳି ଅଛି, ତେବେ ସବ୍‌ସିଡି ଦେଇ ରାଜ୍ୟ ସରକାର ମାଗଣାରେ ୨୦୦ ୟୁନିଟ ବିଜୁଳି କାହିଁକି ପ୍ରଦାନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ ।

'ରାଜ୍ୟ ସରକାର ସବ୍‌ସିଡି ଦେଲେ ଲୋକଙ୍କୁ ମିଳିବ ମାଗଣା ବିଜୁଳି': ରମେଶ ଶତପଥୀ କହିଛନ୍ତି, "୨୦ ବର୍ଷ ଧରି ବିଜୁଳି ରିଫର୍ମେସନ ହୋଇସାରିଛି । ବର୍ଷକୁ ୪ ହଜାର କୋଟି ଟଙ୍କା ରାଜ୍ୟ ସରକାର ଆଦାୟ କରୁଛନ୍ତି । କିନ୍ତୁ ଉପଭୋକ୍ତା ଯେପରି ବିଜୁଳି ପାଇବା କଥା, ପାଉନାହାନ୍ତି । ଏହା ପଛର କାରଣ ହେଲା ଦୁର୍ବଳ ଭିତ୍ତିଭୂମି । ଟାଟା ପାୱାର ଯେବେଠାରୁ ଦାୟିତ୍ବ ନେଇଛି, ତା ପୂର୍ବରୁ ହୋଇଥିବା କାମ ନିମ୍ନ ମାନର ହୋଇଛି । ଏପରିକି ବାତ୍ୟା ପରେ ଯେଉଁସବୁ କାମ ହୋଇଥିଲା, ତାହା ଅସ୍ଥାୟୀ ଥିଲା । ତେଣୁ ଏବେ ବାରମ୍ବାର ପାୱାର କଟ୍‌ ହେଉଛି ।" ଭିତ୍ତିଭୂମିକୁ ସଜାଡି, ସବ୍‌ସିଡି ଦେଇ ରାଜ୍ୟ ସରକାର ଯଦି ଚାହିଁବେ, ତେବେ ୨୦୦ ୟୁନିଟ ମାଗଣା ବିଜୁଳି ଦେଇପାରିବେ ବୋଲି ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ ।

'ମନ୍ତ୍ରୀଙ୍କୁ ସ୍ବୀକାର କରିବାକୁ ପଡିବ ପାୱାର କଟ୍‌ ହେଉଛି': ଗୋଟିଏ ପଟେ ଚାଲିଛି ଘନଘନ ପାୱାର କଟ୍‌ । ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କର ଉତ୍ତର ହେଲା ଏହା ପାୱାର କଟ୍‌ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି । ଏପରି ବୟାନକୁ କଡ଼ା ନିନ୍ଦା କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ସଂଘର ଆବାହକ କହିଛନ୍ତି, "ଭାଷା ବଦଳାଇ କହିଲେ ହେବ ନାହିଁ, ସ୍ବୀକାର କରିବାକୁ ପଡ଼ିବ ଯେ ପାୱାର କଟ୍‌ ହେଉଛି । ଉପଭୋକ୍ତା ପଇସା ଦେଇଛନ୍ତି । କ୍ବାଲିଟି ବିଜୁଳି ପାଇବା ଲୋକଙ୍କ ଅଧିକାର । ତେଣୁ କେମିତି ପାଇବେ ଏକଥା ରାଜ୍ୟ ସରକାର ଚିନ୍ତା କରିବା ଦରକାର ।"

'କଂଗ୍ରେସ ସରକାରକୁ ଆସିଲେ ମିଳିବ ମାଗଣା ବିଜୁଳି': ସେପଟେ ମାଗଣା ବିଜୁଳିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ନବୀନ ସରକାର କାହିଁକି ମାଗଣା ବିଜୁଳି ଦେଉନାହାନ୍ତି ଆମେ ଜାଣିପାରୁନୁ । ୨୦୨୪ ନିର୍ବାଚନରେ କଂଗ୍ରେସ ଯଦି ସରକାରକୁ ଆସେ, ତେବେ ୨୦୦ ୟୁନିଟ ମାଗଣା ବିଜୁଳି ଲୋକଙ୍କୁ ଦିଆଯିବ । ରାହୁଲ ଗାନ୍ଧୀ ଏକଥା ସ୍ପଷ୍ଟ କରିସାରିଲେଣି ।" ତେବେ ୨୦୦ ୟୁନିଟ ମାଗଣା ବିଜୁଳି ବଣ୍ଟନ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ।

ମାଗଣା ବିଜୁଳି ଦାବିରେ ଆନ୍ଦୋଳନ କରିବ ଆପ: ଅନ୍ୟପଟେ ଆମ ଆଦମୀ ପାର୍ଟି ଜୁନ ୮ ତାରିଖରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରୁ ଜନସାଧାରଣଙ୍କ ଦସ୍ତଖତ ଥିବା ଲକ୍ଷ ଲକ୍ଷ ଦାବିପତ୍ରକୁ ଏକ ଶୋଭାଯାତ୍ରାରେ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବ ବୋଲି କହିଛି । ମାଗଣା ୨୦୦ ୟୁନିଟ ବିଜୁଳି ଦାବି ଖୁବଶୀଘ୍ର ପୂରଣ ନହେଲେ ଦ୍ବିତୀୟ ପର୍ଯ୍ୟାୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଆପ ଚେତାବନୀ ଦେଇଛି । ଖାଲି ସେତିକି ନୁହେଁ, ୨୦୨୪ ନିର୍ବାଚନରେ ବିଜୁଳି ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.