ETV Bharat / entertainment

ଦୀପିକା ପାଦୁକୋନଙ୍କ ସହ ଫିଲ୍ମ କରିବେ ରୋହିତ ଶେଟ୍ଟୀ, 'ଲେଡି ସିଙ୍ଘମ' ସହ କରିବେ ଧମାକା

ସିଙ୍ଘମ, ସୂର୍ଯ୍ୟବଂଶୀ ଏବଂ ସିମ୍ୱା ପରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦୀପିକା ପାଦୁକୋନଙ୍କ ସହ ଏକାକୀ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । 'ଲେଡି ସିଙ୍ଘମ' ସହ କରିବେ ଧମାକା ।

ROHIT SHETTY FILM WITH DEEPIKA
ROHIT SHETTY FILM WITH DEEPIKA (FILM POSTER/IANS)
author img

By ETV Bharat Entertainment Team

Published : Nov 12, 2024, 4:52 PM IST

ହାଇଦ୍ରାବାଦ: ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସର ଲାଟେଷ୍ଟ ରିଲିଜ ଫିଲ୍ମ 'ସିଙ୍ଘମ ଏଗେନ' ବକ୍ସ ଅଫିସରେ ଧମାକା କରୁଛି। ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଅଜୟଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ରଣଭୀର ସିଂ, ଦୀପିକା ପାଦୁକୋନ, ଅର୍ଜୁନ କପୁର, ଟାଇଗର ଶ୍ରଫ, କରୀନା କପୁର ଭଳି ଅଭିନେତା ନଜର ଆସିଛନ୍ତି। ଏହି ଚରିତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଅଜୟ ଏବଂ କରୀନାଙ୍କୁ ସିଙ୍ଘମ ଫ୍ରାଞ୍ଚାଇଜରେ କ୍ରମାଗତ ଭାବରେ ଦେଖିବାକୁ ମିଳିଛି । ସେହିପରି ଅକ୍ଷୟ କୁମାରଙ୍କୁ କପ ୟୁନିଭର୍ସର 'ସୂର୍ଯ୍ୟବଂଶୀ'ରେ ଏବଂ ରଣଭୀର ସିଂଙ୍କୁ' ସିମ୍ବା'ରେ ଦେଖିବାକୁ ମିଳିଥିଲା। କିନ୍ତୁ ଦୀପିକା ପାଦୁକୋନ ଏବଂ ଟାଇଗର ଏହି ଫ୍ରାଞ୍ଚାଇଜରେ ନୂଆ ଅଟନ୍ତି। ଏହି କାରଣରୁ ରୋହିତ ଦୀପିକା ଏବଂ ଟାଇଗରଙ୍କ ଚରିତ୍ର ଉପରେ ପୃଥକ ଚଳଚ୍ଚିତ୍ର ନିର୍ମାଣ କରିବେ କି ନାହିଁ ତାହା ଉପରେ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ ରୋହିକତ ଶେଟ୍ଟୀ ।

ଦୀପିକାଙ୍କ 'ଲେଡି ସିଙ୍ଘମ' ଚରିତ୍ର ଉପରେ ଏକାକୀ ଫିଲ୍ମ କରିବେ

ରୋହିତଙ୍କ କପ ୟୁନିଭର୍ସରେ ଦୀପିକା ପାଦୁକୋନଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ସେ ଲେଡି ସିଙ୍ଘମ ଅବତାରରେ ନଜର ଆସିଛନ୍ତି। ବର୍ତ୍ତମାନ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦୀପିକାଙ୍କ ଅଭିନୀତ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ବିଷୟରେ ଏକ ଅପଡେଟ୍ ଦେଇଛନ୍ତି। ରୋହିତ ଶେଟ୍ଟୀ କହିଛନ୍ତି ଯେ କୋଭିଡ -19 କାରଣରୁ ସୂର୍ଯ୍ୟବଂଶୀ ମୁକ୍ତିଲାଭରେ ବିଳମ୍ବ ହୋଇଥିଲା। ନଚେତ୍ ଶକ୍ତି ଶେଟ୍ଟୀଙ୍କ ଚରିତ୍ର ବହୁତ ଆଗରୁ ଆସିଥାନ୍ତା । ରୋହିତ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଲେଡି ସିଙ୍ଘମଙ୍କ ଉପରେ ଏକ ଅଲଗା ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ତେବେ ଏହା କିଛି ସମୟ ନେଇପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସଠିକ୍ ସ୍କ୍ରିପ୍ଟକୁ ଅପେକ୍ଷା କରିଛି

ରୋହିତ ଶେଟ୍ଟୀ ଆହୁରି କହିଛନ୍ତି, “ଆମେ ଏପର୍ଯ୍ୟନ୍ତ ସ୍କ୍ରିପ୍ଟ ଲେଖା ହୋଇନାହିଁ। କିନ୍ତୁ ଏହାର ସମ୍ପୂର୍ଣ୍ଣ ଧାରଣା ଆମ ମନରେ ପୂର୍ବରୁ ପ୍ରସ୍ତୁତ । ମୁଁ ଜାଣେ ଚରିତ୍ରଟି କ’ଣ ହେବ କିମ୍ବା ତାଙ୍କ ଯାତ୍ରା କ’ଣ ହେବ । ତଥାପି, ମୁଁ ନିର୍ଦ୍ଦେଶକ ଭାବରେ ତାଙ୍କର ସମ୍ପୂର୍ଣ୍ଣ ଯାତ୍ରା ବିଷୟରେ ସ୍ପଷ୍ଟ ବିବରଣୀ ଜାଣି ନାହିଁ । ଠିକ୍, ଏହା ନିଶ୍ଚିତ ଯେ ଲେଡି କପ୍ ଉପରେ ଆଧାରିତ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ନିଶ୍ଚିତ ଭାବରେ ନିର୍ମିତ ହେବ । ସେଥିପାଇଁ ଆମେ 'ସିଙ୍ଘମ ଏଗେନ' ସହ ସେହି ଚରିତ୍ରର ନାମ ଏବଂ ଭୂମିକା ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ କାର୍ଯ୍ୟ କରିଥିଲୁ ।

ଏହା ମଧ୍ୟ ପଢନ୍ତୁ: ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3; 300 କୋଟି କ୍ଲବରେ ସାମିଲ ହେଲା ଅଜୟ-କାର୍ତ୍ତିକଙ୍କ ଫିଲ୍ମ

ସିଙ୍ଘମ ଏଗେନ ବକ୍ସ ଅଫିସ କଲେକ୍ସନ

ନଭେମ୍ବର 1 ରେ ସିଙ୍ଘମ ଏଗେନ ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 300 କୋଟି ପାର୍ କରିଛି ଏବଂ ଘରୋଇ ବକ୍ସ ଅଫିସରେ 200 କୋଟିରୁ ଅଧିକ ଆୟ କରିଛି । ଏହି ଫିଲ୍ମ 11ଦିନରେ 4.25 କୋଟି ଆୟ କରି ମୋଟ 211 କୋଟି କଲେକ୍ସନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.