ETV Bharat / state

ଆଇନଜୀବୀଙ୍କୁ ଏସିଡ ମାଡ ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ - PARALAKHEMUNDI ACID ATTACK

ପାରଳାଖେମୁଣ୍ଡିରେ ଆଇନଜୀବୀଙ୍କୁ ଏସିଡ ମାଡ ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ପାରଳାଖେମୁଣ୍ଡି ଓକିଲ ସଂଘ ।

Paralakhemundi Acid Attack On Advocate
Paralakhemundi Acid Attack On Advocate (ETV Bharat Odisha)
author img

By ETV Bharat Odisha Team

Published : Nov 12, 2024, 4:43 PM IST

ପାରଳାଖେମୁଣ୍ଡି: ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କୁ ଏସିଡ ମାଡ ଘଟଣା । ଏହି ଘଟଣାକୁ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡିନାହାନ୍ତି । ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ସହ ଘଟଣା ପଛର ରହସ୍ୟ ଉନ୍ମୋଚନ ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ପାରଳାଖେମୁଣ୍ଡି ଓକିଲ ସଂଘ । ଫଳରେ କୌଣସି କୋର୍ଟରେ କିଛି କାମ ହୋଇପାରିନଥବାରୁ ମହକିଲମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଅତିଶୀଘ୍ର ଅପରାଧୀ ଧରାପଡିବେ ବୋଲି ପୋଲିସ କହିଛି ।

Paralakhemundi Acid Attack On Advocate (ETV Bharat Odisha)

ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ:
ଗତ ୯ ତାରିଖ (ଶନିବାର) ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ନିବାସୀ ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ୨ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ ମାଡ କରି ଫେରାର ହୋଇଯାଇଥିଲେ । ଇତି ମଧ୍ୟରେ ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଯାହାକୁ ନେଇ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସହରର ସାଧାରଣ ଜନତାଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଆଜି (ମଙ୍ଗଳବାର) ପାରଳାଖେମୁଣ୍ଡି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଗଜପତି ଜିଲ୍ଲାରେ ଥିବା ୪ଟି ଯାକ ଓକିଲ ସଂଘ ଏଥିରେ ସହମତି ପ୍ରକାଶ କରିଛନ୍ତି । ଜିଲ୍ଲାର ସମସ୍ତ କୋର୍ଟରେ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଇଛି। ଫଳରେ ମହକିଲମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅତିଶୀଘ୍ର ଅପରାଧୀଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓକିଲ ସଂଘ ଚେତାବନୀ ଦେଇଛି ।

Paralakhemundi Acid Attack On Advocate
Paralakhemundi Acid Attack On Advocate (ETV Bharat Odisha)

୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦାବି:

ସେହପରି ଏସିଡ ମାଡରେ ଗୁରୁତର ଥିବା ଆଇନଜୀବୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ମଧ୍ୟ ସଂଘ ଦାବି କରିଛି । ରାଜ୍ୟ ଓକିଲ ସଂଘ ସମେତ ରାଜ୍ୟର ୧୫୨ଟି ଓକିଲ ସଙ୍ଘକୁ ଏ ସଂପର୍କରେ ଜଣାଯାଇ ସେମାନଙ୍କ ସହଯୋଗ ଲୋଡାଯାଇଛି । ଓକିଲ ସୁରକ୍ଷା ଆଇନ ଲାଗୁ ପାଇଁ ମଧ୍ୟ ଦାବି କରାଯାଇଛି । ସରକାର ଏସବୁ ପ୍ରତି ଯତ୍ନବାନ ହେବାକୁ ଓକିଲ ସଂଘ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ପାରଳାଖେମୁଣ୍ଡି ଓକିଲ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ସେହିପରି ମୋହନା, ଆର.ଉଦୟଗିରି ଏବଂ କାଶୀନଗର ଆଦି ସ୍ଥାନରେ ମଧ୍ୟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି:

ପାରଳାଖେମୁଣ୍ଡି ଓକିଲ ସଂଘ ସଭାପତି ସ୍ବରୂପ କୁମାର ପାଳ କହିଛନ୍ତି, "ଜିଲ୍ଲାର ସବୁ କୋର୍ଟର କାର୍ଯ୍ୟ ବନ୍ଦ ଅଛି । ଯେତେ ଶୀଘ୍ର ହେବ ଅଭିଯୁକ୍ତକୁ ଧରିବା ପାଇଁ ଆମେ ଦାବି କରୁଛୁ । ଯେଉଁ ଓକିଲଙ୍କ ଉପରେ ଏସିଡ ମାଡ ହୋଇଛି ସରକାରଙ୍କ ପକ୍ଷରୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଉ । ଆଡଭୋକେଟ ପ୍ରୋଟେକ୍ସନ ବିଲ ଲାଗୁ ହେଉ ।" ଆଇନଜୀବୀ ଉମେଶ ପ୍ରସାଦ ରଥ କହିଛନ୍ତି, "ଆଜି ପର୍ଯ୍ୟନ୍ତ ଆମେ ୩ଟି ଦାବି ଉପସ୍ଥାପନ କରୁଛୁ । ଗୋଟିଏ ହେଉଛି କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଘୋଷଣା କରନ୍ତୁ । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଓକିଲମାନଙ୍କ ସୁରକ୍ଷା ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାକୁ ରାଷ୍ଟ୍ରପତି ଶୀଘ୍ର ଅନୁମୋଦନ ଦିଅନ୍ତୁ । ତୃତୀୟ ଦାବି ହେଉଛି ଆଇନଜୀବୀଙ୍କୁ ହୋଇଥିବା ଏସିଡ ମାଡ ଘଟଣାରେ ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରୁ ।"

ଏହା ମଧ୍ୟ ପଢ଼ନ୍ତୁ...ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି
ଏହା ମଧ୍ୟ ପଢ଼ନ୍ତୁ...ଅପରାଧୀଙ୍କ ଚରାଭୂଇଁ ପାଲଟିଛି କି ଭୁବନେଶ୍ୱର ? ଥମୁନି ଅପରାଧ, ବଢୁଛି ଆତଙ୍କ

ପୋଲିସ ତଦନ୍ତ ଜାରି:

ଗତ ୯ତାରିଖ ଅପରାହ୍ନରେ ପାରଳାଖେମୁଣ୍ଡି ସହରର ବରିଷ୍ଠ ଆଇନଜୀବୀ ପି.ରାମାରାଓ ତାଙ୍କ ଜଙ୍ଗମ ସାହି ସ୍ଥିତ ଘରେ ଥିବା ବେଳେ ତାଙ୍କ ଉପରେ ଏସିଡ ମାଡ ହୋଇଥିଲା । ଏସିଡ ମାଡରେ ଗୁରୁତର ଆଇନଜୀବୀଙ୍କ ଚିକିତ୍ସା ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଜାରି ରହିଛି । ପାରଳାଖେମୁଣ୍ଡି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । "ଆଖପାଖର ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି । ସେଗୁଡିକର ଯାଞ୍ଚ ଚାଲିଛି । ବୈଷୟିକ ଦଳର ସହାୟତା ମଧ୍ୟ ନିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଅତିଶୀଘ୍ର ଅପରାଧୀ ଧରାପଡିବେ" ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.