ETV Bharat / state

Matric Exam: କାଲିଠୁ ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

author img

By

Published : Mar 9, 2023, 3:58 PM IST

ରାତି ପାହିଲେ ମାଟ୍ରିକ ପରୀକ୍ଷା। 3218 ଟି କେନ୍ଦ୍ରରେ 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ଦେବେ ପରୀକ୍ଷା। ଅନ୍ୟ ବିଷୟ ଅପେକ୍ଷା ଗଣିତ ରେ ଅଧିକ 15 ମିନିଟ ଲେଖିବାର ସୁଯୋଗ ଦିଆଯିବ। କପି ରୋକିବାକୁ କେନ୍ଦ୍ରୀୟ ସ୍ପେଶାଲ୍ ସ୍କ୍ବାଡ। ଅଧିକ ପଢନ୍ତୁ

education minister Samir dash
education minister Samir dash
education minister Samir dash

ଭୁବନେଶ୍ବର: ରାତି ପାହିଲେ ମାଟ୍ରିକ ପରୀକ୍ଷା । ସମ୍ମେଟିଭ ୨ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆସନ୍ତା କାଲି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 17 ତାରିଖରେ ସରିବ । ଏନେଇ ସୁରକ୍ଷାର ସହ ହବରେ ରହିଛି ପ୍ରଶ୍ନପତ୍ର । ଖରା ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା ହୋଇଛି । ଚାପ ମୁକ୍ତ ରହି ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମେଟିଭ ୧ ସରିଥିବା ବେଳେ ପ୍ରଶ୍ନପତ୍ର ପାର୍ଟନ ପିଲାଙ୍କୁ ଜଣା ଅଛି । ଏଣୁ ବ୍ୟସ୍ତ ବିବ୍ରତ ନହୋଇ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ରୀୟ ସ୍କ୍ବାଡ ୫୭ଟି କରାଯାଇଛି । ଯେଉଁମାନେ କୌଣସି ବି କେନ୍ଦ୍ରକୁ ଅଚାନକ ଭାବରେ ପରିଦର୍ଶନ କରିପାରିବେ । ଏନେଇ ଜିଲ୍ଲା ପ୍ରଶାସନର ସାହାଯ୍ୟ ନିଆଯାଇଛି ।

ତେବେ ଚଳିତ ଥର କପି ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ବେଳେ ଖରା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ସକାଳ 8ରୁ 10 ଯାଏଁ ହେବ ପରୀକ୍ଷା । ସକାଳ 7 ସୁଦ୍ଧା ଏଣ୍ଟ୍ରି କରିବାକୁ ହେବ। ସେହିପରି ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଯେଉଁ ସେଣ୍ଟରରେ ସମ୍ମେଟିଭ 1 ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ 2 ପରୀକ୍ଷା ହେବ । ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ଖବର ଆସିଥିଲା, ସେଠାରେ ସେଣ୍ଟର ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଏପଟେ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ କହିଛନ୍ତି ଯେ, ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ସରିଛି । ଆସନ୍ତାକାଲି(ଶୁକ୍ରବାର) ପରୀକ୍ଷା ହେବାକୁ ଯାଉଛି । କ୍ୟାପିଟାଲ ହାଇସ୍କୁଲ ସେଣ୍ଟରରେ 7ଟି ଅନ୍ୟ ସ୍କୁଲର ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । 361 ପିଲା ଏହି ସ୍କୁଲରେ ପରୀକ୍ଷା ଦେବେ।

ସମ୍ମେଟିଭ 1ରେ ଯେଉଁ ନିୟମ ରହିଥିଲା ତାହା ସମେଟିଭ 2ରେ ମଧ୍ୟ ରଖାଯାଇଛି । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷାର ସମୟ ପରିବର୍ତ୍ତନ କରାଯାଇଛି । ସବୁ ବିଷୟରେ ସକାଳ 8 ରୁ 10 ଟା ପର୍ଯ୍ୟନ୍ତ ପରୀକ୍ଷା କରାଯାଉଥିବା ବେଳେ ଗଣିତରେ ଅଧିକ 15 ମିନିଟ ସମୟ ଦିଆଯାଇଛି । ଖରାକୁ ଦୃଷ୍ଟିରୁ ରଖି ପାଣିର ବ୍ୟବସ୍ଥା, ଏଥିସହ ଇଲେକ୍ଟ୍ରିକ କିଭଳି ଭାବରେ ପରୀକ୍ଷା ସମୟରେ ନକଟା ଯିବ ସେନେଇ ମଧ୍ୟ ବିଦ୍ୟୁତ୍‌ ବିଭାଗକୁ ଜଣାଇ ଦିଆଯାଇଛି । ଅନେକ କ୍ଲାସ ରୁମରେ ମଧ୍ୟ ଇନଭଟର କନେକ୍ସନ ରଖାଯାଇଛି। ଏଥିସହ କ୍ଲାସ ରୁମରେ ଅଧିକ ଫ୍ୟାନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ।

ପ୍ରକାଶ ଥାଉକି, ଆସନ୍ତାକାଲି ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ସକାଳ 8ଟା ରୁ 10ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ପରୀକ୍ଷା ଦେବେ 5 ଲକ୍ଷ 41 ହଜାର 247 ପିଲା । ଏଥିପାଇଁ 3218 ପରୀକ୍ଷା କେନ୍ଦ୍ର ସହ 316 ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଞ୍ଚଳରେ 22ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ଏଥି ମଧ୍ୟରେ କନ୍ଧମାଳରେ 7ଟି, କୋରାପୁଟରେ 5 ଟି ଏବଂ ମାଲକାନଗିରି ରେ 10 ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.