ETV Bharat / state

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବିନ୍ୟାସ ଲକ୍ଷ୍ୟ, ଅଧ୍ୟକ୍ଷଙ୍କୁ ମନ୍ତ୍ର ଦେଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Feb 22, 2023, 7:47 AM IST

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଦକ୍ଷତା ବିକାଶ କର୍ମଶାଳାରେ ଯୋଗ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

Education minister
ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବିନ୍ୟାସ ପାଇଁ ଅଧ୍ୟକ୍ଷମାନଙ୍କୁ ମନ୍ତ୍ର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ରାଜ୍ୟର ସମସ୍ତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଦକ୍ଷତା ବିକାଶ କର୍ମଶାଳା ଶୁଭାରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଅଧ୍ୟକ୍ଷମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି ।

f
f

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ରାଜ୍ୟର ସମସ୍ତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଦକ୍ଷତା ବିକାଶ କର୍ମଶାଳାରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ''ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟର ପ୍ରତ୍ୟେକ ବିଷୟର ଫଳାଫଳ ନିୟମିତ ସମୀକ୍ଷା କରିବା ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାର ଲକ୍ଷ୍ୟ ରଖି ଆଗାମୀ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ଏହା ସହ ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ଓ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଅଧ୍ୟକ୍ଷମାନଙ୍କର କର୍ତ୍ତବ୍ୟ ଉପରେ ପରାମର୍ଶ ଦେଇଛନ୍ତି ।''

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଅଧ୍ୟକ୍ଷମାନଙ୍କ ପାଇଁ ଏକ ଆହ୍ବାନ । ସେମାନେ ବ୍ଲକରେ ଥିବା ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କ ସହ ସମନ୍ବୟ ରଖି ଆସନ୍ତା ଶିକ୍ଷାବର୍ଷ ଆରମ୍ଭରେ ନାମଲେଖା ଅଭିଯାନ ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ସମଗ୍ର ଶିକ୍ଷା ଓ ଷ୍ଟାର୍ଷ ମାଧ୍ୟମରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ,୧୭୪ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ପୁନର୍ବିନ୍ୟାସ ଓ ଅନୁଦାନର ସୁବିନିଯୋଗ ଉପରେ ହୋଇଛି । ଏହାପରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କନିଷ୍ଠ ମେଧାବୃତ୍ତି, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହ ବିଶେଷ କରି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ କିପରି ସୁଦୃଢ କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଛି ।

ୟୁନିସେଫ ପକ୍ଷରୁ ଦଶବନ୍ତ ଶିଙ୍ଘାଲ ଓଡିଶା କ୍ୟାରିୟର ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ନିଜର ଦକ୍ଷତା ଓ ରୁଚି ଅନୁଯାୟୀ ବୃତ୍ତି ଚୟନ କରିବେ ଓ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ସେ ନେଇ ଗୁରୁତ୍ଵ ଦିଆଯାଇଛି । ଏହା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ପୋର୍ଟାଲକୁ ଲଗ୍‌ଇନ କରିବେ ସେ ବିଷୟରେ ତାଲିମ ମଧ୍ୟ ଦିଆଯାଇଛି । ରାଜ୍ୟରେ ଥିବା ମୋଟ ୨୩୧ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରଥମ ଦିବସରେ ୧୧୬ ଅଧ୍ୟକ୍ଷ ଅଂଶ ଗ୍ରହଣ କରିଛନ୍ତି । ଦ୍ବିତୀୟ ଦିବସରେ ଅବଶିଷ୍ଟ ୧୧୫ ଜଣ ଅଧ୍ୟକ୍ଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.