ETV Bharat / state

ଇଡିକୁ ଧରାଛୁଆଁ ଦେଉନାହାନ୍ତି ଶ୍ରଦ୍ଧାଞ୍ଜଳି, ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ! - ଅର୍ଚ୍ଚନା ନାଗ ମାମଲା

ବାରମ୍ବାର ସ୍ଥାନ ବଦଳାଉଛନ୍ତି ଶ୍ରଦ୍ଧାଞ୍ଜଳି । ବର୍ତ୍ତମାନ ତାଙ୍କୁ ଇଡି ଟିମ୍‌ ଖୋଜିବାରେ ଲାଗିଛି । ଅଧିକ ପଢ଼ନ୍ତୁ

ED team looking for Shradhanjali who in another accused in Archana nag case
ଶ୍ରଦ୍ଧାଞ୍ଜଳିଙ୍କ ପତ୍ତା ପାଉନି ଇଡି, ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି !
author img

By

Published : Dec 9, 2022, 6:53 PM IST

Updated : Dec 9, 2022, 10:13 PM IST

ଭୁବନେଶ୍ବର: ଇଡି ପାଇଁ ବାଧକ ସାଜିଛନ୍ତି ଶ୍ରଦ୍ଧାଞ୍ଜଳି । ଖୁବଶୀଘ୍ର ଗିରଫ ହୋଇପାରନ୍ତି । କାରଣ ବାରମ୍ବାର ସ୍ଥାନ ବଦଳାଉଛନ୍ତି ଶ୍ରଦ୍ଧାଞ୍ଜଳି । ବର୍ତ୍ତମାନ ତାଙ୍କୁ ଇଡି ଟିମ୍‌ ଖୋଜିବାରେ ଲାଗିଛି । ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା ହେବାକୁ ଶ୍ରଦ୍ଧାଞ୍ଜଳି ଡରୁଥିବା ଅନୁମାନ କରାଯାଉଛି ।

ଇଡିକୁ ଧରାଛୁଆଁ ଦେଉନାହାନ୍ତି ଶ୍ରଦ୍ଧାଞ୍ଜଳି, ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି !

ଦୁଇ ଥର ଇଡି ନିକଟରେ ହାଜର ହେବାପରେ ଏବେ ଇଡିକୁ ଆଉ ଶ୍ରଦ୍ଧାଞ୍ଜଳି ସହଯୋଗ କରୁନାହାନ୍ତି । ଇଡିର ବାରମ୍ବାର ସମନ ପରେ ମଧ୍ୟ ଆଉ ଧରାଛୁଆଁ ଦେଉନାହାନ୍ତି ଶ୍ରଦ୍ଧାଞ୍ଜଳି । ଫୋନ୍‌ର ମଧ୍ୟ କୌଣସି ଜବାବ ଦେଉ ନାହାନ୍ତି । ଅର୍ଚ୍ଚନାଙ୍କ ନାମରେ ଆଣିଥିବା ଅଭିଯୋଗକୁ ନେଇ ସାମ୍ନାସାମ୍ନି ଜେରା କରିବାକୁ ଚାହୁଁଛି ଇଡି । ଅର୍ଚ୍ଚନା କିଛି ତଥ୍ୟ ଦେଇଥିବା ବେଳେ ଏବେ ଇଡିର ସାମ୍ନା କରିବାକୁ ନାରାଜ ଶ୍ରଦ୍ଧାଞ୍ଜଳି ।

ମୁହାଁ ମୁହିଁ ଜେରା କରି ତଥ୍ୟ ଓଗାଳିବାକୁ ଯୋଜନା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ଏହାକୁ ଭଣ୍ଡୁର କରିବାରେ ଲାଗିଛନ୍ତି ଶ୍ରଦ୍ଧାଞ୍ଜଳି । ଅର୍ଚ୍ଚନା ଦେଇଥିବା ତଥ୍ୟ ପରେ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି ଶ୍ରଦ୍ଧାଞ୍ଜଳି । ଏଥିପାଇଁ ସେ ବାରମ୍ବାର ସମନ ପରେ ଇଡି ନିକଟରେ ଆଉ ହାଜର ହୋଇ ନାହାନ୍ତି ।

ଶ୍ରଦ୍ଧାଞ୍ଜଳିଙ୍କ ଗିରଫଦାରୀଙ୍କୁ ସସ୍‌ପେନ୍ସ ବଢ଼ିବାରେ ଲାଗିଛି । କେଉଁ ମୂହୁର୍ତ୍ତରେ ବି ଗିରଫ ହୋଇ ପାରନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଏଥିପାଇଁ ଇଡି ଅଧିକାରୀ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏକ ତଦନ୍ତକାରୀ ଟିମ୍‌ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଉଭୟ ଶ୍ରଦ୍ଧାଞ୍ଜଳି ଓ ତାଙ୍କ ବୟଫ୍ରେଣ୍ଡଙ୍କ ପତ୍ତା ପାଉନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ ।

Last Updated : Dec 9, 2022, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.