ETV Bharat / state

ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କୁ ସମନ୍ କଲା ED, ଏଣ୍ଡଭର ଲିଙ୍କରେ ହାଜର ହେବେ ନେତା ! - ଏଣ୍ଡଭର କାର ଠାବ କରିଛି ଇଡି

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଗିରଫ ହେବାପରେ ବହୁ ଖୋଜାଖୋଜି ପରେ ସେମାନଙ୍କର ବିଳାସପୂର୍ଣ୍ଣ ଏଣ୍ଡଭର କାର ଠାବ କରିଛି ଇଡି । ତେବେ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଓ ବହୁ ହାଇ ପ୍ରଫାଇଲ ନେତାଙ୍କ ସମେତ ୧୫ ଜଣଙ୍କୁ ସମନ କରିଛି ଇଡି । ଅଧିକ ପଢ଼ନ୍ତୁ

ଏଣ୍ଡଭର ଲିଙ୍କରେ ହାଜର ହେବେ ନେତା ! ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କୁ ସମନ୍ କଲା ED

author img

By

Published : Nov 20, 2022, 6:19 PM IST

Updated : Nov 20, 2022, 7:26 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହେବାପରେ ବହୁ ଖୋଜାଖୋଜି ପରେ ସେମାନଙ୍କର ବିଳାସପୂର୍ଣ୍ଣ ଏଣ୍ଡଭର କାର ଠାବ କରିଛି ଇଡି । ତେବେ ଏହି ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରିବା ପାଇଁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପରେ ବହୁ ହାଇ ପ୍ରଫାଇଲ ନେତାଙ୍କ ସମେତ ୧୫ ଜଣଙ୍କୁ ସମନ କରିଛି ଇଡି ।

ଏଣ୍ଡଭର ଲିଙ୍କରେ ହାଜର ହେବେ ନେତା ! ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କୁ ସମନ୍ କଲା ED

ଖୋଲୁଛି ଅର୍ଚ୍ଚନା କେଳେଙ୍କାରୀ ଗୁମର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ହାତରେ ଲାଗିଛି ବ୍ଲାକ୍‌ମେଲର ଦମ୍ପତ୍ତିଙ୍କ ଏଣ୍ଡଭର ଗାଡି । ଗାଡି କିଣାବିକାରେ ହୋଇଥିବା କେଳେଙ୍କାରୀର ସାମ୍ନାକୁ ଆସିବ ଲିଙ୍କ୍ । କାରଣ ଗାଡି ଶୋରୁମ ମାଲିକ ଦେଇଥିବା ତଥ୍ୟ ଆଧାରରେ ଇଡି ହାତରେ ଲାଗିଛି ୩୩ ଲକ୍ଷ ଟଙ୍କାର ସୁରାକ । ତେବେ ଗାଡିଟି ଇଡି ହାତରେ ଲାଗିଥିବାବେଳେ, ଏହା ପଛର ଆର୍ଥିକ କାରବାର ଲିଙ୍କ ମଧ୍ୟ ଲାଗିଛି ଇଡି ହାତରେ । ଅର୍ଚ୍ଚନାଙ୍କ ଗାଡି କିଣିବାକୁ ୩୩ ଲକ୍ଷ ଦେଇଥିବା ଜଣେ ନେତା ବର୍ତ୍ତମାନ ଫସିବେ ବୋଲି ଚର୍ଚ୍ଚା ହେଉଛି । ଯାହାଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଏହି ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଓ କିଛି ହାଇପ୍ରୋଫାଇଲ ନେତାଙ୍କ ସମେତ ୧୫ଜଣଙ୍କୁ ସମନ୍ କରିଛି ଇଡି ।

ଅଧିକ ପଢ଼ନ୍ତୁ...ମଞ୍ଚେଶ୍ବରରୁ ମିଳିଲା ଅର୍ଚ୍ଚନାଙ୍କ ଏଣ୍ଡଭର କାର, ଖୋଜୁଥିଲା ଇଡି

ଏନେଇ ସେସବୁ ନେତା ଓ ହାଇପ୍ରୋଫାଇଲ ଖୁବଶୀଘ୍ର ଇଡିରେ ହାଜର ହେବେ । ଏନେଇ ଅକ୍ଷୟ ପରିଜାଙ୍କ ଓକିଲ ଇଡିରେ ହାଜର ହୋଇ ଅକ୍ଷୟ ପରିଜାଙ୍କ ହାଜର ନେଇ ସମୟ ମାଗିଥିଲେ । ଖୁବଶୀଘ୍ର ସେ ମଧ୍ୟ ହାଜର ହୋଇ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ରଖିପାରନ୍ତି । କାରଣ ଅକ୍ଷୟ ପରିଜା ହିଁ ମୁଖ୍ୟ ଅଭିଯୋଗକାରୀ, ଯିଏ ଅର୍ଚ୍ଚନା କେଳେଙ୍କାରୀ ନେଇ ପ୍ରଥମେ ଅଭିଯୋଗ କରିଥିଲେ‌ । ତେବେ ନିଖୋଜ ଥିବା ଏଣ୍ଡଭର ଗାଡି (OD 02 BP 2324) ଏବେ ଇଡି ହାତରେ । ଯାହାକୁ ମଞ୍ଚେଶ୍ବର ଅଞ୍ଚଳରୁ ଗତକାଲି ଠାବ କରି ନିଜ କଷ୍ଟଡିକୁ ନେଇଛି ଇଡି । ତେବେ ଗାଡ଼ିର ସୁରାକ ପାଇବା ପରେ ଏନେଇ ୧୫ ଜଣଙ୍କୁ ସମନ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 20, 2022, 7:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.