ETV Bharat / state

ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ବିଭାଗର ସ୍ୱତନ୍ତ୍ର ରଣନୀତି - ଓଡିଶା ଗଣଶିକ୍ଷା ବିଭାଗ

ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ ମନରୁ ଭୟ ଦୂର କରିବା ପାଇଁ ସରକାର ଆପଣାଇଛନ୍ତି ନୂଆ ରଣନୀତି । ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଟିପ୍ସ ଦେବେ ଶିକ୍ଷକ । ଆସନ୍ତା 4 ତାରିଖରେ ସମସ୍ତ ବିଦ୍ୟାଳୟରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଅଧିକ ପଢନ୍ତୁ

ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ବିଭାଗର ସ୍ୱତନ୍ତ୍ର ରଣନୀତି

author img

By ETV Bharat Odisha Team

Published : Oct 20, 2023, 8:25 PM IST

ଭୁବନେଶ୍ୱର: ଆଗକୁ ଦଶମ ପରୀକ୍ଷା । ବୋର୍ଡ ପରୀକ୍ଷା ଆସିଲେ ସମସ୍ତ ପରୀକ୍ଷାର୍ଥୀଙ୍କ ଭିତରେ ଚିନ୍ତା ସୃଷ୍ଟି ହୋଇଥାଏ । ପରୀକ୍ଷା କିପରି ହେବ ପ୍ରଶ୍ନପତ୍ର କଣ ଆସିବ ତାକୁ ନେଇ ସେମାନେ ଚିନ୍ତାରେ ଥାନ୍ତି । ପ୍ରଥମ ଥର କରି ବୋର୍ଡ ପରୀକ୍ଷାର ଦେଉଥିବା ପରୀକ୍ଷାର୍ଥୀଙ୍କ ମନରୁ ଭୟ ଦୂର କରିବା ପାଇଁ ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ରଣନୀତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପରୀକ୍ଷାର ସହଜ ଉପାୟ ସଚେତନ କରେଇବେ ଶିକ୍ଷକ । ଏଥିପାଇଁ ଆସନ୍ତା 4 ତାରିଖରେ ରାଜ୍ୟର ସମସ୍ତ ଉଚ୍ଚବିଦ୍ୟାଳୟରେ ଆଲୋଚନା ଚକ୍ର କରାଯିବ । ଏନେଇ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଲେଖିଛି ଓସେପା । କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି ।

ଗାଇଡ ଲାଇନ ଅନୁସାରେ

ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେବେ । କାର୍ଯ୍ୟକ୍ରମ କରୁଥିବା ସମୟରେ ସୁବିଧା ଅନୁଯାୟୀ ବ୍ୟାନର ବ୍ୟବସ୍ଥା କରାଯିବ । ଏଥିରେ ପ୍ରଧାନ ଶିକ୍ଷକ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବାପାଇଁ ବ୍ୟବସ୍ଥା କରିବେ । ଆବଶ୍ୟକ ହେଲେ ପ୍ରଧାନ ଶିକ୍ଷକ ପିଲା ସଂଖ୍ୟାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଦୁଇ ଦଳରେ ବିଭକ୍ତ କରି ଆଲୋଚନାର ବ୍ୟବସ୍ଥା କରିବେ । ଆଲୋଚନା ସମୟରେ ଶିକ୍ଷକ ଆଲୋଚନାର ବିଷୟ ବସ୍ତୁ ସମ୍ପର୍କିତ ଭିଡିଓ କିମ୍ବା ନିଜର ଅଭିଜ୍ଞତାକୁ ନେଇ ଅଲୋଚନାପ୍ରତି ଆଗ୍ରହ ସୃଷ୍ଟି କରିବେ । ଜିଲ୍ଲାରେ ଥ‌ିବା ହେଲ୍ପଲାଇନର ନୋଡାଲ ଅଫିସର ଆବଶ୍ୟକତା ଅନୁଯାୟୀ ବିଷୟବସ୍ତୁ ଓ ନିୟମାବଳୀକୁ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ।

ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କୁ ଆଲୋଚନା କରିବାପାଇଁ ଦାୟିତ୍ଵ ଦିଆଯିବ । ବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମ ଯେପରି ସୁଚାରୁରୂପେ ପରିଚାଳନା କରାଯାଇ ପାରିବ ସେନେଇ ଜିଲ୍ଲା ନୋଡାଲ ଅଫିସର ମାନେ ଦୃଷ୍ଟି ଦେବେ । ଶିକ୍ଷକ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଉପାୟ ଗୁଡିକୁ ପ୍ରଧାନ ଶିକ୍ଷକ ଅନ୍ୟ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀମାନଙ୍କ ସହିତ ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ...ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 4 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଅନ୍ୟପଟେ ବିଭିନ୍ନ କାରଣ ଯୋଗୁ ମାନସିକ ଚାପର ଶିକାର ହୋଇଥାନ୍ତି । ସେଥିମଧ୍ୟରୁ ପରୀକ୍ଷା ଗୋଟିଏ ମୁଖ୍ୟ କାରଣ । ପ୍ରତ୍ୟେକ ପିଲା ନିଜ ନିଜର ଦକ୍ଷତା ଅନୁସାରେ ସଫଳତା ପାଇଥାନ୍ତି । ଏହା ନିଜ ନିଜର କୌଶଳ, ଦୃଷ୍ଟିକୋଣ ଓ ପାଠପଢା ପଦ୍ଧତି ଉପରେ ନିର୍ଭର କରିଥାଏ । ପରୀକ୍ଷା ସମୟରେ ସର୍ବଦା ସକରାତ୍ମକ ଭାବନା ରହିବା ଆବଶ୍ୟକ ।

ଏହା ସହ ଅନଲାଇନରେ ପାଠ ପଢିବା ସମୟରେ ଅନେକ ପିଲାମାନେ ମୋବାଇଲ, ଟିଭି, ରେଡ଼ିଓ ଇତ୍ୟାଦି ସହିତ ଅଭ୍ୟସ୍ତ ହୋଇଥାନ୍ତି । ଅଧିକାଂଶ ପିଲାମାନେ ପଢା ହେଉଥିବା ସମୟରେ ମୋବାଇଲରେ ଖେଳୁଥିବାର ପରିଲକ୍ଷିତ ହୋଇଥାଏ । ଅତ୍ୟଧିକ ମୋବାଇଲରେ ଖେଳିବା ଦ୍ଵାରା ପିଲାମାନଙ୍କର ମସ୍ତିଷ୍କ ଉପରେ ଚାପ ପଡେ ଯାହା ଫଳରେ ପଢିଥ‌ିବା ପାଠ ଭୁଲି ଯାଇଥାନ୍ତି । ଏହା ସହ କେଉଁ ସମୟରେ କଣ ପାଠ ପଢ଼ିବା ଏବଂ କେତେ ସମୟ ପଢ଼ିବା ଆବଶ୍ୟକ ଟିପ୍ସ ଦେବେ ଶିକ୍ଷକ ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.