ETV Bharat / state

ଦାୟିତ୍ବ ନେଲେ ଖୋର୍ଦ୍ଧା ଜିଲ୍ଲାପାଳ: E-ସେବାକୁ ଗୁରୁତ୍ବ, ମାଫିଆଙ୍କୁ ତାଗିଦ - ବିକାଶମୂଳକ କାର୍ଯ୍ୟକ୍ରମ

ଖୋର୍ଦ୍ଧା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେବା ପରେ ଖଣି ମାଫିଆ ଏବଂ ନିଶା ମାଫିଆଙ୍କୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ...

ବିକାଶମୂଳକ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ପାଇଁ E-ସେବା: ଜିଲ୍ଲାପାଳ

author img

By

Published : Oct 22, 2021, 6:50 PM IST

ଖୋର୍ଦ୍ଧା: ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଜିଲ୍ଲାରେ ହେବ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ । ଏହି ଅବସରରେ ଆଜି (ଶୁକ୍ରବାର) ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ରୂପେ ଦାୟିତ୍ବ ଗ୍ରହଣ କଲେ ସଂଗ୍ରାମ କେଶରୀ ମହାପାତ୍ର । ସେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ଜିଲ୍ଲାରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରସୟ ଦିଆଯିବ ନାହିଁ ।

ବିକାଶମୂଳକ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ପାଇଁ E-ସେବା: ଜିଲ୍ଲାପାଳ

ସେହିପରି ଖଣି ମାଫିଆ ଏବଂ ନିଶା ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଜନସାଧାରଣଙ୍କ କାମ କିପରି ସୂଚାରୁ ରୂପେ E-ସେବା ମାଧ୍ୟମରେ କରାଯିବ ସେନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ । ତେବେ ଜିଲ୍ଲାର ସ୍ବାସ୍ଥ୍ୟଗତ ସମସ୍ୟା ଗମନାଗମନ ତଥା ଶିକ୍ଷାର ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯିବ ।

ସେ ଆହୁରି ମଧ୍ୟ କହିଛନ୍ତି କି ଜନସାଧାରଣ ଯେପରି ନିଜର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଠାରେ ସିଧାସଳଖ ଅଭିଯୋଗ କରିପାରିବେ ସେନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.