ETV Bharat / state

ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ, ଭର୍ଚ୍ଚୁଆଲରେ ୧୧ ବିଷୟରେ ପଢ଼ିବେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Jan 13, 2024, 8:44 AM IST

E-Lectures: ଇ-ଲେକ୍ଚର୍ସରେ ଭର୍ଚ୍ଚୁଆଲ ଟ୍ୟୁଟୋରିଆଲରେ ପାଠ ପଢିବେ ଛାତ୍ରଛାତ୍ରୀ । ଉତ୍କଳ ବିଶ୍ଵବିଦ୍ୟାଳୟରେ ଅତ୍ୟାଧୁନିକ ଭର୍ଚ୍ଚୁଆଲ ଟ୍ୟୁଟୋରିଆଲ୍ ଷ୍ଟୁଡିଓ ମାଧ୍ୟମରେ ଇ-ଲେକ୍ଚର୍ସର ଯୋଗାଇ ଦିଆଯିବ। ଅଧିକ ପଢନ୍ତୁ

ଇ ଲେକ୍ଚର୍ସ
e lectures

ଭୁବନେଶ୍ବର: ଉଚ୍ଚ ଶିକ୍ଷା ପାଇଁ ଇ-ଲେକ୍ଚର୍ସ । ଭର୍ଚ୍ଚୁଆଲ ଟ୍ୟୁଟୋରିଆଲରେ ୧୧ ବିଷୟରେ ପଢିବେ ଛାତ୍ରଛାତ୍ରୀ । ଏନେଇ ଉତ୍କଳ ବିଶ୍ଵବିଦ୍ୟାଳୟରେ ଅତ୍ୟାଧୁନିକ ଭର୍ଚ୍ଚୁଆଲ ଟ୍ୟୁଟୋରିଆଲ୍ ଷ୍ଟୁଡିଓ ମାଧ୍ୟମରେ ଇ-ଲେକ୍ଚର୍ସର ଯୋଗାଇ ଦିଆଯିବ । ଏହା ସମ୍ପୂର୍ଣ ରୂପେ RUSA ଅଧୀନରେ ଥିବା ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ। ଯାହା ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ପାଇଁ ପାଠ ପଢ଼ିବା ଓ ପଢ଼ାଇବା ଅତି ସହଜ ହୋଇପାରିବ। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ ଭାବରେ ଏକ ସ୍ବତନ୍ତ୍ର ଭାବରେ ଅତ୍ୟାଧୁନିକ ଷ୍ଟୁଡିଓ ପ୍ରସ୍ତୁତ ହୋଇଛି।

ଏହି ପଦକ୍ଷେପକୁ ସୁଗମ କରିବା ପାଇଁ ଜାତୀୟ ସୂଚନା କେନ୍ଦ୍ର (NIC) ଦ୍ୱାରା ନିର୍ମିତ ଏକ ଉତ୍ସର୍ଗୀକୃତ ୱେବ ପୋର୍ଟାଲ ଆରମ୍ଭ କରାଯାଇଛି । https://vtputkal.odisha.gov.in ଲିଙ୍କ୍ ରେ ଏହା ଉପଲବ୍ଧ ହେବ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଏବଂ ଅର୍ଥନୀତି ବିଷୟରେ ଭର୍ଚ୍ଚୁଆଲ ମାଧ୍ୟମରେ ଇ-ଲେକ୍ଚର୍ସରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ । ଏହା ସହିତ ସମସ୍ତ ବିଷୟରେ ପ୍ରଥମ, ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ। ୱେବ୍ ପୋର୍ଟାଲରେ ସମସ୍ତ ତଥ୍ୟ ଅପଲୋଡ କରାଯିବ। ଏହାକୁ ସମ୍ପୂର୍ଣ ଭାବେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ସାମଗ୍ରିକ ଅଭିବୃଦ୍ଧିରେ ସହାୟକ ହେବ।

ଏହା ମଧ୍ୟ ପଢନ୍ତୁ-ଆରମ୍ଭ ହେଲା ପ୍ରତିଯୋଗିତା ମୂଳକ କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

ପରବର୍ତ୍ତୀ ସମୟରେ ଇ-ଲେକ୍ଚର୍ସରେ ଅନ୍ୟ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଚିଠି କରିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ଆଇଏଏସ କୋଚିଂ ବ୍ୟବସ୍ଥା କରାଇଛି । ପାଖାପାଖି ୨୦୦ ଜଣ ପିଲା ଏହି କୋଚିଂ ନେଉଛନ୍ତି । ଯାହାର ସମସ୍ତ ଆର୍ଥିକ ସହାୟତା ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ଓଡିଶାର ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷାରେ ଭଲ ପଦର୍ଶନ କରିପାରିବେ। ଉଚ୍ଚ ଶିକ୍ଷା ବିଭାଗରେ ପାଠ୍ୟକ୍ରମକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେହିପରି ଜାନୁଆରୀ 8 ତାରିଖରୁ ବିଧିବଦ୍ଧ ଭାବେ କଲେଜ ସ୍ତରରେ ମାଗଣା ଜେଇଇ ଓ ନିଟ କୋଚିଂ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଦିଆଯାଉଛି କୋଚିଂ । କିଭଳି ଭାବ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.