ETV Bharat / state

ଦୁର୍ଗା ଓ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ମଣ୍ଡପରେ ଲାଗିବ CCTV

author img

By

Published : Sep 18, 2022, 1:50 PM IST

ଖୋର୍ଦ୍ଧା ସହରରେ ଦଶହରା ଓ ଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ତୁଲାଇବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି (Puja Preparation Meeting) । ଅଧିକ ପଢନ୍ତୁ

ଦୁର୍ଗା ଓ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ପାର୍ବଣ ପାଇଁ ସଜେଇ ହେଲାଣି ଖୋର୍ଦ୍ଧା ସହର । ଦଶହରା, ରାବଣ ପୋଡି, ଗଜଲକ୍ଷ୍ମୀ ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ପୂଜାକୁ ସୁରୁଖୁରୁରେ ତୁଲାଇବା ସହ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ନିମନ୍ତେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି(Puja Preparation Meeting)।

ଏହା ମଧ୍ୟ ପଢନ୍ତୁ:କୋଟିଆ ସୀମାନ୍ତରେ ମହାବଳ ବାଘ ଆତଙ୍କ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଲକ୍ଷ୍ମୀ ପୂଜା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଭସାଣି ହେବ । ଏଥିରେ ପ୍ରାୟ ୩୧ଟି ମେଢ ସ୍ଥାନ ପାଇବ ।ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କିପରି କାର୍ଯ୍ୟ କରାଯିବ ଏ ସଂପର୍କରେ ସେମାନେ ପରାମର୍ଶ ଦେଇଥିଲେ । ରାବଣ ପୋଡି, ମେଳଣ ଓ ଭସାଣି ନେଇ ଯାଗା ଚିହ୍ନଟ କରିବାକୁ ଉପଜିଲ୍ଲାପାଳ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଏସଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯିବ ।

ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି, ଆଲୋକୀକରଣ, ସଫେଇ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ବିଷଦ ଭାବେ ଆଲୋଚନା କରାଯିବା ସହ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ଶାନ୍ତିଶୃଙ୍ଖଳା, ବିଭିନ୍ନ ମିଠା ଓ ଜଳଖିଆ ଦୋକାନରେ ଖାଦ୍ୟମାନ ପରୀକ୍ଷା, ରାସ୍ତା ପାର୍ଶ୍ବ ଦୋକାନରେ ଖାଦ୍ୟ ଅପମିଶ୍ରଣ ଯାଞ୍ଚ,ସ୍ବାସ୍ଥ୍ୟ, ଆମ୍ବୁଲାନ୍ସ ବ୍ୟବସ୍ଥା ସଜାଗ ରଖିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ପ୍ରତ୍ୟେକ ପୂଜା ମଣ୍ତପରେ ସିସିଟିଭି ଲଗେଇବା ଉପରେ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଲୋକମାନେ ଅଳଙ୍କାର କିଣୁଥିବାରୁ ବିଭିନ୍ନ ଗହଣା ଦୋକାନରେ ଓଜନ ମାପ ସଠିକ ଥିବା ନେଇ ଯାଞ୍ଚ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପୂଜା ମଣ୍ତପ ଏବଂ ବିସର୍ଜନ ଶୋଭାଯାତ୍ରା ବେଳେ ଉଚ୍ଚ ଶଦ୍ଦ ସମ୍ପର୍ଣ୍ଣ ଡାକବାଜି ଯନ୍ତ୍ର ନବଜାଇବା ସହ ସ୍କୁଲ, ମେଡିକାଲ ନିକଟରେ କମ ଶଦ୍ଦ ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ କ୍ଷେତ୍ରକୁ ବିଚାରକୁ ନେଇ ଶ୍ରେଷ୍ଠ ମେଢକୁ ଭସାଣି ପରଦିନ ପୁରସ୍କୃତ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଛି । ପ୍ରାରମ୍ଭରେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସମସ୍ତ ପୂଜା ବିଧି ବିଧାନ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବା ନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.