ETV Bharat / state

ରାଜଧାନୀରେ ସକ୍ରିୟ ନକଲି ସାର୍ଟଫିକେଟ ଗ୍ୟାଙ୍ଗ - ରାଜଧାନୀରେ ସକ୍ରିୟ

କଲେଜ ନ ଯାଇ ପାସ୍ । ଟଙ୍କା ଦେଲେ ମିଳୁଛି ନକଲି ସାର୍ଟଫିକେଟ । ରାଜଧାନୀରେ ଦିନକୁ ଦିନ କାୟା ବିସ୍ତାର କରୁଛନ୍ତି ନକଲି ସାର୍ଟଫିକେଟ ଗ୍ୟାଙ୍ଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 29, 2019, 11:49 PM IST

ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ହେବାରେ ଲାଗିଛି ନକଲି ସାର୍ଟଫିକେଟ ଗ୍ୟାଙ୍ଗ । ଠକେଇର ଶିକାର ହୋଇଛନ୍ତି 100ରୁ ଅଧିକ ଛାତ୍ରଛାତ୍ରୀ । ପାଠ ନପଢି ଘରେ ବସି +2 ଓ +3 ଓ ବିଏଡି ସାର୍ଟଫିକେଟ ପଠାଉଛନ୍ତି ଦଲାଲ ଯୁବକ । ନକଲି ସାର୍ଟଫିକେଟ ଜରିଆରେ ବିଭିନ୍ନ ସ୍ଥାନରେ ଚାକିରି ମଧ୍ୟ କରିଛନ୍ତି ଅନେକ ଯୁବକ ଯୁବତୀ।

ଲୋଭନୀୟ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଜାଲ ପ୍ରମାଣପତ୍ର ଦିଆଯାଉଛି। ଏପରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ସୁକଦେବ ସ୍ବାଇଁ। ଏହାକୁ ନେଇ ସୁକଦେବ କହିଛନ୍ତି 80ହଜାର ଟଙ୍କା ନେଇ ମୋତେ ଏକ ସାର୍ଟଫିକେଟ ଦେଇଛନ୍ତି। ମୁଁ ଚାକିରି ପାଇଁ ଆବେଦନ କରିଥିଲି । ମୋର ସାର୍ଟଫିକେଟ ଯାଞ୍ଚ ବେଳେ ମୋର ସାର୍ଟଫିକେଟ ନକଲି ବୋଲି ଜଣାପଡିଥିଲା। ମୋତେ ସେମାନେ ଥାନାରେ ଦେବାକୁ ଧମକ ମଧ୍ୟ ଦେଇଥିଲେ । ହେଲେ ସୁକଦେବ ସେମାନଙ୍କର ଗୋଡ଼ ହାତ ଧରି ସେଠାରୁ ଖସି ଆସିଥିବା ପୋଲିସକୁ ଖବର ଦେଇଛି।

ପ୍ରଥମେ ସୁକଦେବ ସାର୍ଟଫିକେଟ ନକଲି ବୋଲି ଜାଣିଥିଲେ ଉକ୍ତ ସଂସ୍ଥାର ମ୍ୟାନେଜର । ପରେ ସେ ପୋଲିସକୁ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଗ୍ୟାଙ୍ଗକୁ ଧରିବା ପାଇଁ ଛାନଭିନ୍ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାଜଧାନୀରେ ନକଲି ସାର୍ଟଫିକେଟ ଗ୍ୟାଙ୍ଗ ସକ୍ରିୟ।100 ରୁ ଅଧିକ ଛାତ୍ରଛାତ୍ରୀ ଠକେଇର ଶିକାର।

ପାଠ ପଢିବା ଦରକାର ନାହିଁ, ଘରେ ବସି ପ୍ଲସ ଟୁ ପ୍ଲସ ଥ୍ରୀ ଓ ବିଏଡି ସାର୍ଟଫିକେଟ ପାଇ ବ। ଏହି ସାର୍ଟଫିକେଟ ନେଇ ବିଭିନ୍ନ ସ୍ଥାନରେ ଚାକିରି ମଧ୍ୟ କରିଛନ୍ତି। ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଜଣେ ଛତ୍ରଙ୍କ ଠାରୁ 80ହଜାର ଟଙ୍କା ନେଇ ଛାତ୍ରଙ୍କୁ ଜାଲ ସାର୍ଟଫିକେଟ ଦିଆଯାଇଛି। ଏଥିରେ ସହ ସହ ପିଲା ଏପରି ନକଲି ସାର୍ଟଫିକେଟ ଜରିଆରେ ଫସୁଛନ୍ତି। Body:

କିଛି ଛାତ୍ରଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଜାଲ ସାରଟିଫିକେଟ ଦିଆଯାଉଛି। ଛାତ୍ର ଜଣଙ୍କ ହେଲେ କେନ୍ଦ୍ରାପଡ଼ାର ସୁକଦେବ ସ୍ୱାଇଁ। ଏହାକୁ ନେଇ ସୁକଦେବ କହିଛନ୍ତି 80ହଜାର ଟଙ୍କା ନେଇ ମୋତେ ଏକ ସାର୍ଟଫିକେଟ ଦେଇଛନ୍ତି। ମୁଁ ଚାକିରି ପାଇଁ ଆବେଦନ କରିଥିଲି । ମୋର ସାର୍ଟଫିକେଟ ଯାଞ୍ଚ ବେଳେ ମୋର ସାର୍ଟଫିକେଟ ନକଲି ବୋଲି ଜଣାପଡିଥିଲା। ମୋତେ ସେମାନେ ଥାନାରେ ଦେବାକୁ ଧମକ ଦେଇଥିଲେ ହେଲେ ସୁକଦେବ ସେମାନଙ୍କର ଗୋଡ଼ ହାତ ଧରି ସେଠାରୁ ଖସି ଆସିଛି। ଏପରି ନକଲି ସାର୍ଟଫିକେଟ କରାଜିଛି ବୋଲି ଜାଣିନଥିଲି। ଏହା ଏକ ନକଲି ସାର୍ଟଫିକେଟ ତିଆରି କରୁଥିବା ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇଛି। ଏନେଇ ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ସୁକଦେବ କହିଛନ୍ତି।

ସୂଚନା ଅନୁଯାୟୀ , ମଞ୍ଚେଶ୍ୱର୍ ନିକଟ ପାଳସୁନି ଅଞ୍ଚଳରେ ରହିଛି ଏସ ଏମ ଇ ସି ଟି ସକସେଶ ପଏଣ୍ଟ ନାମକ ଏକ ସଂସ୍ଥା। ବାରମ୍ବାର ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ନକଲି ସାର୍ଟଫିକେଟ ଦେଉଛି। ଏହା ସହ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛି।
ଉକ୍ତ ଯୁବକ ସୁକଦେବ ପ୍ରଲୋଭିତ ହୋଇ 2014 ମସିହାରେ ସେହି ସଂସ୍ଥାରେ ଆଡ଼ମିଶନ କରିଥିଲେ। 2018 ରେ ଉକ୍ତ ସଂସ୍ଥା ସୁକଦେବ କୁ ଏକ ସାର୍ଟଫିକେଟ ଦେଇଥିଲା। ସେହି ସାର୍ଟଫିକେଟ କୁ ନେଇ ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଆବେଦନ କରିଥିଲା ସୁକଦେବ। ତେବେ ଏକ କମ୍ପାନୀ ରେ ସୁକଦେବ ସାର୍ଟଫିକେଟ ଯାଞ୍ଚ ବେଳେ ଏହା ନକଲି ସାର୍ଟଫିକେଟ ବୋଲି ଜଣାପଡିଥିଲା। ତେବେ ସୁକଦେବ ସାର୍ଟଫିକେଟ ନକଲି ବୋଲି ଜାଣିପାରି ଉକ୍ତ ସଂସ୍ଥା ର ମ୍ୟାନେଜରଙ୍କ ଅଭିଯୋଗ କରିଥିଲା। ତେବେ ମ୍ୟାନେଜର ସୁକଦେବ ଙ୍କୁ କହିଥିଲେ କି ଆମ ସଂସ୍ଥା ଯାହାକୁ ସାର୍ଟଫିକେଟ ବନେଇବା ପାଇଁ ଦେଇଥିଲେ ସେ ନକଲି କରିଦେଇଛି, ସେଥିରେ ଆମର କିଛି ଭୁଲ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ ମ୍ୟାନେଜର।

ଖାଲି ସୁକଦେବ ନୁହେଁ ଏପରିକି ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କୁ ନକଲି ସାର୍ଟଫିକେଟ ଠକେଇର ଶିକାର ହୋଇଥିବା ଜଣାପଡିଛି। ତେବେ ରାଜଧାନୀ ରେ ନକଲି ସାର୍ଟଫିକେଟ ଗ୍ୟାଙ୍ଗ କରୁଥିବା ନେଇ ଛନଭିନ କରୁଛି କମିଶନରେଟ୍ ପୋଲିସ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.