ETV Bharat / state

AIIMS Job scam: ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର - job scam in bhubaneswar

AIIMSରେ ଚାକିରି କରାଇଦେବା ନାଁରେ ୪ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି । ନକଲି ଅତିରିକ୍ତ ବିଏମସି କମିଶନରର ପରିଚୟ ଦେଇ ଠକୁଥିବା ଠକ ତରପଦା ମହାନ୍ତିକୁ ଗିରଫ କରିଛି ପୋଲିସ ।

ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
author img

By

Published : Jul 16, 2023, 7:06 AM IST

ଭୁବନେଶ୍ବର: AIIMSରେ ଚାକିରି କରାଇଦେବା ନାଁରେ ୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ଚାକିରି ଦେବା ଆଳରେ ନିରୀହ ଯୁବକ ଯୁବତୀଙ୍କୁ ଠକି ଆସୁଥିବା ଠକ ତରପଦା ମହାନ୍ତିକୁ ଗିରଫ କରିଛି ପୋଲିସ । ତରପଦା ଦୀର୍ଘ ଦିନ ହେବ ଲୋକଙ୍କ ବିଶ୍ବାସ ସହ ଖେଳି ଠକୁଥିଲା ଲକ୍ଷ ଲକ୍ଷ ଟଙ୍କା । ଶେଷରେ ସତ ସାମନାକୁ ଆସବା ପରେ ପୋଲିସ ତରପଦାକୁ ଗିରଫ କରିଛି । ଏହାସହ ତରପଦା ନକଲି ବିଏମସି କମିଶନର ସାଜି ଠକେଇ କରିଥିବା ନେଇ ଅଭିଯୋଗ ରହିଛି । ତେବେ ଅଭିଯୁକ୍ତ ଜଣକ ଲିଙ୍ଗରାଜ ଥାନା ଅଞ୍ଚଳର ଖରାଖିଆ ଅଞ୍ଚଳର ହୋଇଥିବା ଜଣାପଡିଛି ।

ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
ସୂଚନା ମୁତାବକ, ବିଏମସି ଅଫିସରେ କଣ୍ଟ୍ରାକଚୁଆଲରେ କାମ କରୁଛନ୍ତି କିଛି ଫାର୍ମାସିଷ୍ଟ । ଯାହାଙ୍କ ସଂସ୍ପର୍ଶରେ ଆସିଥିଲା ଗିରଫ ହୋଇଥିବା ଅଭିଯୁକ୍ତ । ଏନେଇ ଦୁଇ ଫାର୍ମାସିଷ୍ଟଙ୍କ ସହ କଥା ହେବାବେଳେ ଫାର୍ମାସିଷ୍ଟ ଚାକିରି ପାଇଁ ଅନେକ ଯୁବକ ଆଶାୟୀ ଥିବା ସେ ଜାଣିବାକୁ ପାଇଥିଲା । ଏହାପରେ ଓଲ୍ଡ ଟାଉନର ବିଏମସି ହସ୍ପିଟାଲ ଆସିଥିବାବେଳେ ହସ୍ପିଟାଲରେ କାମ କରୁଥିବା ଜଣେ ଫାର୍ମାସିଷ୍ଟଙ୍କ ସହ ତାର ଦେଖା ହୋଇଥିଲା । ଆଉ ତାପରେ "କାହିଁକି ଏଠାରେ ଏତେ କମ୍‌ ଟଙ୍କାରେ କାମ କରୁଛ ?" ବୋଲି ଫାର୍ମାସିଷ୍ଟଙ୍କୁ ପଚାରିଥିଲା ଅଭିଯୁକ୍ତ । ଏପରିକି ନିଜକୁ ବିଏମସିର ଅତିରିକ୍ତ କମିଶନର ପରିଚୟ ଦେଇ ପ୍ରଥମେ ସେହି ଫାର୍ମାସିଷ୍ଟଙ୍କ ବିଶ୍ବାସ ଭାଜନ ହେବାରେ ସଫଳ ହୋଇଥିଲା ।
ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର

ପ୍ରଥମେ ପ୍ରଥମେ ବିଏମସିରେ ପୂର୍ବରୁ ଚାକିରି କରୁଥିବା ଦୁଇ ଜଣଙ୍କ ସମ୍ପର୍କରେ ତଥ୍ୟ ଦେବା ସହ ସେମାନଙ୍କୁ ଠକ ଚାକିରି ଦେଇଥିବା କହି ସେମାନଙ୍କୁ ମିଥ୍ୟା ପ୍ରମାଣ ମଧ୍ୟ ଦେଇଥିଲା ଅଭିଯୁକ୍ତ ତରପଦା ମହାନ୍ତି । ଏହାସହ BMC & NUHM Govt. Of Odishaର କାର୍ଯ୍ୟକ୍ରମ ଜରିଆରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ପର୍ଯ୍ୟାୟକ୍ରମେ ୪ ଲକ୍ଷ ୯ ହଜାର‌ଟଙ୍କା ନେଇଥିଲା। ଏପରିକି ବିଏମସି କମିଶନର ଷ୍ଟାମ୍ପ ଥିବା ଏକ ରେଫରାଲ ଲେଟର ସହ ଲିଙ୍ଗରାଜ ଥାନା NUHMର ଡାଇରେକ୍ଟର ନାମରେ ଏକ ନକଲି ଚିଠି ମଧ୍ୟ ଦେଇଥିଲା । ଆଉ ଖୁବଶୀଘ୍ର ଏମ୍ସରୁ ଜଏନିଂ ଲେଟର ଆସିବ ବୋଲି ଆଶାୟୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣକ ସମୟ ଗଡାଇ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ...ୱାର୍କ ଫ୍ରମ୍ ହୋମ ନାଁରେ ଆସୁଛି ଲିଙ୍କ୍, ଗୋଟିଏ କ୍ଲିକରେ ଖାଲି ହେଉଛି ଆକାଉଣ୍ଟ

ଅଭିଯୋଗକାରୀଙ୍କ ମନରେ ସନ୍ଦେହ ହେବାରୁ ସେ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଟଙ୍କା ଦେବା ପରିବର୍ତ୍ତେ ପୁଣି ଥରେ ସମୟ ଗଡ଼ାଇ ଚାଲିଥିଲା ଅଭିଯୁକ୍ତ । ଶେଷରେ ଲିଙ୍ଗରାଜ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତା ନିକଟରୁ ନକଲି ବିଏମସି କମିଶନରଙ୍କ ଏକ ଷ୍ଟାମ୍ପ ସହ ଲେଟରପ୍ୟାଡ ଜବତ ହୋଇଛି । ଏପରି ଠକାମିର ଶିକାର ହୋଇଥିଲେ ତୁରନ୍ତ ଥାନାରେ ରିପୋର୍ଟ କରିବା ସହ ୦୬୭୪-୨୩୪୦୪୭୫/ ୮୨୮୦୩୩୮୩୧୧ ନମ୍ବରରେ ଯୋଗଯୋଗ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.