ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣାରେ ଫୁଲଦୋଳ ମେଳନ ଉତ୍ସବ ଅନୁଷ୍ଠିତ ହୋଇଛି । ଗାଁରେ ତିନିଦିନ ଧରି ଫୁଲଦୋଳ ମେଳନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବର୍ଷକରେ ଥରେ ହରିହରଙ୍କର ଭେଟ ହୋଇଥାଏ । ଗ୍ରାମର ଆରାଧ୍ୟ ଦେବତା ଜଳେଶ୍ବର ,ଗୋପୀନାଥ ,ବୃନ୍ଦାବନ ଏବଂ ରଘୁନାଥ ଦେବ ସୁସଜ୍ଜିତ ଦୋଳ ବିମାନରେ ପୂର୍ଣ୍ଣିମା ଠାରୁ ଦୋଳ ମଣ୍ଡପରେ ବିଜେ ହୋଇଥିଲେ । ଆଜି ସେଇ ମହାପ୍ରଭୁ ମାନଙ୍କର ମେଳଣ ଅନୁଷ୍ଠିତ ହୋଇଛି ।
ରଙ୍ଗ ବେରଙ୍ଗର ଅବିର ଖେଳ ସହ ଝାଞ୍ଜ,ମୃଦଙ୍ଗ ନାଦରେ ଧାରାକୁ ପ୍ରକମ୍ପିତ କରି ଠାକୁର ମାନେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗ୍ରାମବାସୀ ମାନେ ଘରେ ଘରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ