ETV Bharat / state

ଡହଡହ ଖରାରେ ଘର ଭାଙ୍ଗୁଛି ପ୍ରଶାସନ, ରାସ୍ତା ଉପରେ ବିସ୍ଥାପିତ

author img

By

Published : Apr 12, 2023, 9:25 PM IST

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅହସ୍ୟ ହେଉଛି ଜବରଦଖଲ ଉଚ୍ଛେଦ । ବିନା ନୋଟିସରେ ବିଏମସି ବିସ୍ଥାପିତଙ୍କୁ ଉଚ୍ଛେଦ କରିଥିବା ନେଇ ଅଭିଯୋଗ । ଅଧିକ ପଢ଼ନ୍ତୁ

eviction drive in bhubaneswar
ଭୁବନେଶ୍ବର ଜବରଦଖଲ ଉଚ୍ଛେଦ
ଭୁବନେଶ୍ବର ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ଘର ବାହାରକୁ ଗୋଡ଼ କାଢ଼ିବା ଏକ ପ୍ରକାର କଷ୍ଟ ହୋଇପଡ଼ିଛି । ବାହାରକୁ ବାହାରିଲେ ମୁଣ୍ଡଫଟା ଖରା ।ହେଲେ ଡହଡହ ଖରାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଛି ବିଏସି । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଏମସି ଓ ପୋଲିସ ମିଳିତ ଭାବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛି । ଥାନାଠାରୁ ବିଏମସି ଅଳିଆ କମ୍ପୋଷ୍ଟ ସେଣ୍ଟର ପର୍ଯ୍ୟନ୍ତ ଥିବା ପାଖାପାଖି ୩୦ରୁ ଊର୍ଦ୍ଧ୍ବ ଘର ଦୋକାନରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇଛି । ଏବେ ବିସ୍ଥାପିତ ରାସ୍ତା ଉପରେ । ମୁଣ୍ଡଫଟା ଖରାରେ ପରିବାର ଧରି ରାସ୍ତା ଉପରକୁ ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜୋରସୋରରେ ଚାଲିଛି ବରମୁଣ୍ଡା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ପ୍ରବେଶ ଓ ପ୍ରସ୍ଥାନ ପଥରୁ ହଟିଲା ଜବରଦଖଲ

ଭୀଷଣ ଖରାରେ ବେଘର କରିଦେଇଛି ପ୍ରଶାସନ । ଯେତେ ନେହୁରା ହେଲେ ବି କୌଣସି ସୁଫଳ ମିଳିନି । ଅସହ୍ୟ ଖରାରେ କିଛି ଜଣ ଚେତାଶୂନ୍ୟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ କେତେଜଣ ଗଛ ମୂଳେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଘରେ ପିଲାଠୁ ଆରମ୍ଭ କରି ବୃଦ୍ଧ ଓ ଗର୍ଭବତୀ ମହିଳା । ଆଗରୁ ନୋଟିସ ନଦେଇ ହଠାତ ଦିନକ ପୂର୍ବରୁ ଘର ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଗଲା । ସକାଳ ସୁଦ୍ଧା ଘର ଖାଲି ନକଲେ ବୁଲଡୋଜର ବୁଲିବ ବୋଲି ଚେତାବନୀ ଦିଆଯାଇଥିଲା । ଏହାପରେ ପ୍ରଶାସନ ଆସି ସବୁ ଘର ଉପରେ ବୁଲଡୋଜର ଚଢାଇ ଦେଇଛି । ଏନେଇ ବିସ୍ଥାପିତ କହିଛନ୍ତି," ୩୦ରୁ ୩୫ ବର୍ଷ ଧରି ଏଠି ରହି ଆସୁଥିବା ବିନା ନୋଟିସରେ ବୁଲଡୋଜର ଚଢାଇ ଭାଙ୍ଗିଦେଲେ । ଏବେ ଆମେ କୁଆଡେ ଯିବୁ ।"

ଅନ୍ୟପଟେ, ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଛନ୍ତି, ରାଘବ ଜେନା ନାମକ ଜଣେ ଜବରଦଖଲକାରୀ ନୟାପଲ୍ଲୀ କେସରେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ସେ ବେଆଇନ ଭାବେ ସରକାରୀ ଜମି ଜବରଦଖଲ କରି ଭଡ଼ା ଲଗାଇ ଟଙ୍କା ଇନକମ କରୁଛନ୍ତି । ତେଣୁ ତାଙ୍କ ରୋଜଗାର ମାଧ୍ୟମକୁ ରୋକିବା ପାଇଁ ଏପରି ଏନଫୋର୍ସମେଣ୍ଟ ହୋଇଛି । ପୂର୍ବରୁ ସେଠାରେ ରହୁଥିବା ଲୋକଙ୍କୁ ନୋଟିସ ହୋଇଥିଲା । ହେଲେ ସେମାନେ କେହି ନଶୁଣିବାରୁ ଘର ଭାଙ୍ଗି ଦିଆଯାଇଛି । ଅନ୍ୟପଟେ ବିସ୍ଥାପିତଙ୍କ ପାଇଁ ଅନ୍ୟ ସ୍ଥାନରେ ରହିବା ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଡିସିପି କହିଛନ୍ତି । ତେବେ ଗ୍ରୀଷ୍ମ ପ୍ରବାହ ବେଳେ ଲୋକଙ୍କୁ ବିସ୍ଥାପିତ କରିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.