ETV Bharat / state

ଦିବ୍ୟାଙ୍ଗଙ୍କ ଅଙ୍ଗ 'ତ୍ରିଲୋଚନ'

କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ତ୍ରିଲୋଚନ । ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସେ । ଜଣେ ଦିବ୍ୟାଙ୍ଗ ହୋଇ ଜୀବନରେ ବହୁ ଅପବାଦ ଓ ସମାଜରେ ଅପବ୍ୟବହାର ସାମ୍ନା କରିଛନ୍ତି । ୨୦୧୪ ମସିହାରେ ତ୍ରିଲୋଚନଙ୍କ ଜୀବନରେ ଆସିଗଲା ଏକ ଭିନ୍ନ ମୋଡ ।

author img

By

Published : Mar 24, 2019, 8:54 PM IST

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ । ଦୁର୍ବଳତାକୁ ଲୁଚେଇ ପାରିଲେ ସଫଳତା ମିଳେ । ସାଧାରଣଲୋକଙ୍କ ନିକଟରେ ଏହା ହୁଏତ ସମ୍ଭବ । ହେଲେ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ପାଇଁ ଏହା ଏକ କଷ୍ଟକର ବ୍ୟାପାର । କିନ୍ତୁ ଏହାକୁ ସହଜ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ । ତାଙ୍କ ଦୁର୍ବଳତା ହିଁ ଅନ୍ୟ ପାଇଁ ସାଜିଛି ପ୍ରେରଣାର ଉତ୍ସ । ନିଜେ ବଞ୍ଚିବାର ରାହା ଖୋଜି ବାଟ ଦେଖିବାକୁ ଯାଇଥିବାବେଳେ ସାଜିଗଲେ ଅନ୍ୟମାନଙ୍କ ପାଇଁ ସାହାରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଏ କାହାଣୀ ହେଉଛି କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ତ୍ରିଲୋଚନଙ୍କ । ଜନ୍ମରୁ ଜଣେ ପରୋପକାରୀ ଓ ମେଧାବୀ ଛାତ୍ର । ହେଲେ ଆର୍ଥିକ ବୋଝ ହିଁ ତାଙ୍କ ପଢାଘରେ ତାଲା ମାରି ଦେଇଥିଲା । ଏହାପରେ କିଛି ରୋଜଗାର ଆଶା ନେଇ ଚାଲି ଆସିଥିଲେ ଭୁବନେଶ୍ୱର । କାମ ପାଇଁ ରାଜଧାନୀର ଗଳି କନ୍ଦି ଘୁରି ବୁଲୁଥିଲେ, କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁଁ କୌଣସି ସ୍ଥାନରେ ମଧ୍ୟ କାମ ମିଳିନଥିଲା।ଶେଷରେ କିଛି ଉପାୟ ନପାଇ ଅଟୋ ଶିଖିବା ସହ ଭଡ଼ାରେ ଅଟୋ ଚଳାଇବା ଆରମ୍ଭ କରିଥିଲେ ।

ଜଣେ ଦିବ୍ୟାଙ୍ଗ ହୋଇ ଜୀବନରେ ବହୁ ଅପବାଦ ଓ ସମାଜରେ ଅପବ୍ୟବହାର ସାମ୍ନା କରିଛନ୍ତି । ଏପରିକି ତାଙ୍କୁ ସମାଜରୁ ବାସନ୍ଦ କଲାପରି ବ୍ୟବହାର ମଧ୍ୟ ହୋଇଛି । ଏହିପରି ଅଘଟଣ ଅନ୍ୟ କୌଣସି ଦିବ୍ୟାଙ୍ଗ ଭାଇ ଓ ଭଉଣୀଙ୍କୁ କରାନଯାଉ। ସେଥିପାଇଁ ତ୍ରିଲୋଚନ ସର୍ବଦା କାର୍ଯ୍ୟ କରିଥାନ୍ତି । ସବୁବେଳେ ସବୁ ସମୟରେ ଦିବ୍ୟାଙ୍ଗପିଲାଙ୍କର ସେବାରେ ଦିନ କାଟିଥାନ୍ତି । ରାସ୍ତାରେ ଯେଉଁଠି ଦିବ୍ୟାଙ୍ଗ ପିଲାଙ୍କୁ ଦେଖନ୍ତି ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢେଇଥାନ୍ତି । ବିନା ପଇସାରେ ଦିବ୍ୟାଙ୍ଗ ପିଲାଙ୍କୁ ଠିକଣା ଜାଗାରେ ପହଞ୍ଚାଇ ଦେଇଥାନ୍ତି ତ୍ରିଲୋଚନ ।

ତେବେ ୨୦୧୪ ମସିହାରେ ତ୍ରିଲୋଚନଙ୍କ ଜୀବନରେ ଆସିଗଲା ଏକ ଭିନ୍ନ ମୋଡ । ଏକ ଗଛରେ ଚଢ଼ିଥିବାବେଳେ ଖସିପଡିଲେ ତ୍ରିଲୋଚନ । ଫଳରେ ଅନ୍ୟ ଦିବ୍ୟାଙ୍ଗ ପରି ନିଜେ ମଧ୍ୟ ପାଲଟିଯାଇଥିଲେ ଦିବ୍ୟାଙ୍ଗ । ସେବେଠାରୁ ସ୍ଥିର କରିଥିଲେ ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସବୁବେଳେ ଦୁଃଖ ସୁଖ ସମୟରେ ପାଖରେ ରହିବେ ।ଏପରିକି ନିଜେ ଚଳାଉଥିବା ଅଟୋରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ହୁଇଲି ଚେୟାର, ଦୃଷ୍ଟିହୀନଙ୍କ ପାଇଁ ଆଶାବାଡ଼ି ଇତ୍ୟାଦି ରଖିଛନ୍ତି । ସେ ନିଜେ ପ୍ରତିଟି ସମୟ ଦିବ୍ୟାଙ୍ଗଙ୍କ ପାଇଁ ଆଶା ବାଡ଼ି ହୋଇ ରହିବେ ବୋଲି କୁହନ୍ତି ତ୍ରିଲୋଚନ ।

ଭୁବନେଶ୍ୱରରୁବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.