ETV Bharat / state

ବ୍ୟବସାୟୀଙ୍କ ପାଇଁ ଖୁସି ଖବର: ମିଳିବ ଡିଗ୍ରୀ, ଡିପ୍ଲୋମା ଓ ଗ୍ରାଜୁଏଟ ଭଳି କୋର୍ସର ସୁଯୋଗ

author img

By ETV Bharat Odisha Team

Published : Oct 15, 2023, 10:09 PM IST

Updated : Oct 16, 2023, 8:57 AM IST

ଏଣିକି ସମସ୍ତ ବ୍ୟବସାୟୀଙ୍କୁ ମିଳିବ ଡିଗ୍ରୀ ହାସଲ କରିବାର ସୁଯୋଗ । ଅନଲାଇନ ଜରିଆରେ କୋର୍ସ କରିପାରିବେ ବ୍ୟବସାୟୀ । ଅଧିକ ପଢନ୍ତୁ

digital course facilities
ଡିଗ୍ରୀ ହାସଲ କରିବାର ସୁଯୋଗ ପାଇବେ ବ୍ୟବସାୟୀ
ଡିପ୍ଲୋମା ଓ ଗ୍ରାଜୁଏଟ ଭଳି କୋର୍ସର ସୁଯୋଗ

ଭୁବନେଶ୍ବର: କମ୍ ପାଠ ପଢି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ବ୍ୟବସାୟ କରି ବି ହାସଲ କରିପାରିବେ ଡିଗ୍ରୀ । ବ୍ୟବସାୟୀକ ଭିତ୍ତିରେ ଡିଗ୍ରୀ ହାସଲ ପାଇଁ ସୁବିଧା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ଖୁବଶୀଘ୍ର ଆପଣ ପଢିଥିବା ପାଠ ହିସାବରେ ଆପଣଙ୍କୁ ବ୍ୟବସାୟରେ ମିଳିବ ମାଟ୍ରିକ, ଡିପ୍ଲୋମା, ଗ୍ରାଜୁଏଟ ଭଳି ଡିଗ୍ରୀ କରିବାର ସୁଯୋଗ । ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗୁରୁତ୍ବ ଦେଉଛନ୍ତି ସରକାର । ତେଣୁ ଏହାର ରିଟେଲରେ କାମ କରୁଥିବା ବା ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସାର୍ଟିଫିକେଟ କୋର୍ସ ଦେବା ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ 'ଡିଜିଟାଲ ସ୍କିଲ ଇଣ୍ଡିଆ' ପୋର୍ଟାଲର ବ୍ୟବସ୍ଥା କରାଯିବ ।

"ଏହି ପୋର୍ଟାଲ ଦ୍ବାରା NSDC, ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ, କୋକାକୋଲା, IIMକୁ ଯୋଡାଯିବା ସହ କୋର୍ସ୍ ପାଇଁ ସୁବିଧା କରାଯିବ । ଫଳରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ମିଳିପାରିବ ସାର୍ଟିଫିକେଟ ପାଇବାର ସୁଯୋଗ । ବ୍ୟବସାୟରେ ଉନ୍ନତି ଓ ପ୍ରଗତି ପାଇଁ ମଧ୍ୟ ଜ୍ଞାନ ଆହରଣ କରିପାରିବେ ବ୍ୟବସାୟୀ । ଡିଜିଟାଲ ଲର୍ଣ୍ଣିଂ ପ୍ରକ୍ରିୟାରେ ଏହାର ସୁବିଧା ରହିବ" ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରର ସୋଆ କନଫରେନ୍ସ ହଲରେ NSDC ଦ୍ବାରା ଆୟୋଜିତ ଖୁଚୁରା ବ୍ୟବସାୟିକ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି, "ସାରା ଦେଶରେ 1 କୋଟି ୪୦ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି । ରେଳ ଲାଇନଠୁ ଆରମ୍ଭ କରି ସହରରେ ସିଜିନାଲ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଏହାର ସୁବିଧା ପାଇପାରିବେ । ଯେଉଁମାନେ ଆମ୍, ଲିଚୁ, କୋକାକୋଲା ଭଳି ବ୍ୟବସାୟ ଆରମ୍ଭ କରି ପାନ କିମ୍ବା ଶୀତଦିନେ ଗରମ ଜିନିଷ ବିକ୍ରି କରିଥାନ୍ତି ସେମାନେ କୌଣସି ଟାଟା,ବିର୍ଲା, ଅମ୍ବାନୀ ବା ଆଦାନୀଙ୍କଠାରୁ କମ୍ ନୁହଁନ୍ତି । ଏମାନଙ୍କର ବ୍ୟବସାୟୀକ ଦୁନିଆ ବା ରିଟେଲ ସେକ୍ଟର ଛୋଟ ଅବସ୍ଥାରେ ଥାଏ ସତ । ହେଲେ ସେମାନଙ୍କ ବ୍ୟବସାୟ ପାଇଁ ଅନେକ ପରିବାର ଚାଲୁଛି । ଅନେକ ପିଲା ମଧ୍ୟ ନିଯୁକ୍ତି ପାଉଛନ୍ତି।"

ଏହା ବି ପଢନ୍ତୁ...ମାତୃଭାଷାରେ ଶିକ୍ଷା ପାଇବା ପାଇଁ ପ୍ରାଇମର ପ୍ରସ୍ତୁତ

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏହି ବ୍ୟବସାୟୀମାନଙ୍କୁ କିପରି ସ୍କିଲ , ଅଫ ସ୍କିଲ , ରିସ୍କିଲ ଅର୍ଥାତ୍ ତାଲିମ ଦେଇ ସେମାନଙ୍କର ମାର୍କେଟି କରିବାର କୌଶଳ ବଢାଯିବ ସେ ଦିଗରେ ଧ୍ୟାନ ଦିଆଗଲେ ସେମାନେ ବ୍ୟବସାୟରେ ଲାଭ ଦାୟକ ହୋଇପାରିବେ। ସେଥିପାଇଁ ସର୍ବଭାରତୀୟ ବୁଝାମଣା ଦ୍ବାରା NSDC ଓ କୋକାକୋଲା ଜରିଆରେ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ କୋର୍ସ ଶିଖାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଯେମିତି ଜଣେ ଡାକ୍ତରୀ, ଇଞ୍ଜିନିୟରିଂ, ଏମବିଏ ଭଳି ପାଠ ପଢ଼ିବାର ସୁଯୋଗ ପାଉଛି ସେମିତି ଜଣେ ଅନଲାଇନରେ ମଧ୍ୟ ବ୍ୟବସାୟ କରି 'ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ' ଜରିଆରେ ଏହି ତାଲିମ ନେବାର ସୁଯୋଗ ପାଇପାରିବ ।"

"ଏହାସହ SHGର ମହିଳା ବା ଛୋଟ ଛୋଟ ଦୋକାନ କରି ଚଳୁଥିବା ପରିବାର ଏହି ବ୍ୟବସାୟିକ ବୃଦ୍ଧି କରିବାର ଜ୍ଞାନ ପାଇପାରିବେ। 'ଡିଜିଟାଲ ଇଣ୍ଡିଆ ଫ୍ରେମ୍ ଓ୍ବାର୍କ' ଜରିଆରେ ଡିଜିଟାଲ ପେମେଣ୍ଟ ବଢିବା ହେଉଛି ଏହାର ଉଦାହରଣ । ଚାରିଆଡେ ଏବେ ୟୁପିଆଇ ପେମେଣ୍ଟ ହେଉଥିବାବେଳେ ଛୋଟ‌ ବ୍ୟବସାୟୀଟିଏ ମଧ୍ୟ ଏହାର‌ ଲାଭ ପାଇପାରିବେ"ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.