ETV Bharat / state

ଜଳୁଛି ଓଡିଶା ଜଙ୍ଗଲ: ‘ନିଆଁ ଲିଭାରେ ହେଲିକପ୍ଟର ମୁତୟନ ହେଉ, ପ୍ୟାନେଲ୍ ଗଠନ କରି ପଦକ୍ଷେପ ନିଆଯାଉ’

author img

By

Published : Mar 13, 2023, 9:22 PM IST

Updated : Mar 13, 2023, 9:35 PM IST

ଓଡ଼ିଶାରେ ବନାଗ୍ନି ଦେଶରେ ସର୍ବାଧିକ। ଦିନକୁ ଦିନକ ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବାର ନଜରକୁ ଆସୁଛି ।ଏନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅଧିକ ପଢନ୍ତୁ

dharmendra pradhan meet minister bhupender yadav

ଭୁବନେଶ୍ବର: ଓଡ଼ିଶାରେ ବ୍ୟାପକ ଜଙ୍ଗଲରେ ନିଆଁ ନେଇ କେନ୍ଦ୍ର ଜଙ୍ଗଲମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ବନାଗ୍ନି ଦେଶରେ ସର୍ବାଧିକ। ଦିନକୁ ଦିନ ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବାର ନଜରକୁ ଆସୁଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନଭେମ୍ବର 2022ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 871ଟି ବଡ଼ ଧରଣର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ଯାହା ଦେଶରେ ସର୍ବାଧିକ ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1625ଟି ବନାଗ୍ନି ଖବର ସାମ୍ନାକୁ ଆସିଛି।

ତେବେ ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର 35 ପ୍ରତିଶତ ବୋଲି ଆକଳନ କରାଯାଇଛି। 2021 ମସିହାର ଶିମିଳିପାଳ ସମେତ ଅନ୍ୟାନ୍ୟ ଜଙ୍ଗଲରେ ବ୍ୟାପକ ବନାଗ୍ନି ଠାରୁ ଚଳିତ ବର୍ଷର ସ୍ଥିତି ଆହୁରି ସଙ୍ଗୀନ ଆକଳନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ସତ୍ତ୍ବେ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଇ ପାରୁନାହାନ୍ତି ଵନ କର୍ମଚାରୀ। ଉଭୟ କେନ୍ଦ୍ର ଓ ରାଜ୍ୟର ଜଙ୍ଗଲ ବିଭାଗ ମଧ୍ୟରେ ମିଳିତ ବୈଠକ କରି ଜଙ୍ଗଲ ନିଆଁର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର।

ସୂଚନା ଅନୁଯାୟୀ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପତ୍ର ଲେଖି ଧାମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନଭେମ୍ବର 2022ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 871ଟି ବଡ଼ ଧରଣର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଧିକ ରହିଛି। 2021 ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା । ରାଜ୍ୟରେ 51 ହଜାର 968ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ।

ଚଳିତ ବର୍ଷ 2021 ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ଜଙ୍ଗଲ, ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।କେନ୍ଦ୍ର-ରାଜ୍ୟ ପ୍ରତିନିଧି ତଥା ପରିବେଶବିତ ଏବଂ ଜଙ୍ଗଲ ସୁରକ୍ଷାରେ ସାମିଲ ଜନସାଧାରଣଙ୍କୁ ନେଇ ଏକ କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 13, 2023, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.