ETV Bharat / state

ବିଜେପିର ମିଶ୍ରଣ ପର୍ବ, ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

author img

By

Published : Apr 1, 2023, 2:14 PM IST

ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ ଓଡିଆ ଆପଣଙ୍କର ଜାଗିର ନୁହେଁ ଏହା ଆମ ରାଜ୍ୟ ଅଟେ । ଅଧିକ ପଢନ୍ତୁ

bjp target to bjd
bjp target to bjd
bjp target to bjd

ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ସବୁ ଦଳ ନିଜର ଘର ସଜଡା ଆରମ୍ଭ କରିଥିବା ବେଳେ ବିଜେପି ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି । ଏହାରି ଭିତରେ ଗତକାଲି(ଶୁକ୍ରବାର) ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲେ । ଏଥିରେ ଅନେକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ତେବେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ । ସେ କହିଥିଲେ ଓଡିଆ ଆପଣଙ୍କର ଜାଗିର ନୁହେଁ ଏହା ଆମ ରାଜ୍ୟ ଅଟେ ।

ରତ୍ନଭଣ୍ଡାର ଚାବିରୁ ଆରମ୍ଭ କରି ରାଜ୍ୟର ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, " ଆଠଗଡରେ ଖୁବଶୀଘ୍ର ବିରାଟ ସଭାର ଆୟୋଜନ କରାଯିବ । ଓଡିଶାକୁ ଆଜି ୮୭ ବର୍ଷ ହେବ । କିନ୍ତୁ ଓଡିଶାର ସରକାର ଉତ୍ତରବିହୀନ ସରରକାର ହୋଇ ରହିଛନ୍ତି । ଆଠଗଡରେ କୋପୋରେଟିଭ ବ୍ୟାଙ୍କ ନାମରେ ଗୋଟିଏ ପରିବାର ସେଠିକାର ଲୋକଙ୍କୁ ଲୁଟ୍ କରିଛି । ରାଜ୍ୟ ସରକାର ଏକ ଅସାମ୍ବିଧାନିକ ସରକାର ।"

ଅନ୍ୟପଟେ ରତ୍ନଭଣ୍ଡାର ଚାବିକୁ ନେଇ ମଧ୍ୟ ସେ ବର୍ଷିଛନ୍ତି । ସେ କହିଥିଲେ," ରତ୍ନଭଣ୍ଡାର ଚାବି ତ ହଜିଯାଇଛି, ଓଡିଶା ସରକାରଙ୍କ ଚାବି ଡୁପ୍ଲିକେଟ୍ ଲୋକଙ୍କ ହାତରେ ଅଛି । ଓଡିଶାରେ ଅପରାଧି ବଢିଛି ଅପରାଧ ପ୍ରବଣତା ବଢିଛି । " ସେ ଆହୁରି ମଧ୍ୟ କହିଛନ୍ତି, " 2 ମାସ ହେଲା ଗୋଟିଏ କଥା ଦେଖିବାକୁ ମିଳୁଛି । ଅପରାଧ ବଢ଼ିବା ସହ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଇଷ୍ଟ ଇଣ୍ଡିଆ କମ୍ପାନୀର ଭାଷା କହୁଛନ୍ତି ଓଡିଶା ସରକାର ।

୬ ବର୍ଷରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶକୁ ଅପରାଧମୁକ୍ତ କରିଛନ୍ତି । ୨୩ ବର୍ଷରେ ଓଡିଶା ସରକାର ଅପରାଧ ବଢାଇବାରେ ବ୍ୟସ୍ତ ଅଛନ୍ତି । ଓଡିଶାର ଅଧା ଡଜନ ମନ୍ତ୍ରୀଙ୍କ ନାମ ପ୍ରତ୍ୟେକ୍ଷ ଭାବରେ ଅପରାଧରେ ଜଡିତ । ମୁଖ୍ୟମନ୍ତ୍ରୀଙ୍କ ବାମ କଡେ ୪ ଅପରାଧୀ ଡାହାଣ କଡେ ୫ ଅପରାଧୀ ଏବଂ ପଛେ ପଛେ ଗଣ୍ଡେ ଗଣ୍ଡେ ଅପରାଧୀ । ମୁଖ୍ୟମନ୍ତ୍ରୀ କିଛି ଜାଣୁନାହାଁନ୍ତି ବୋଲି ତାଙ୍କର ବିଶ୍ୱସ୍ତମାନେ କହୁଛନ୍ତି । କିନ୍ତୁ ଆମେ କହିଲେ ବାଧୁଛି । ବିଧାନସଭାରେ ମହିଳା ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ତର୍କ କରାନ୍ତୁ । ଓଡିଶା କଣ ଆପଣଙ୍କ ଜାଗିର କି ? ଆପଣଙ୍କୁ କଣ ପ୍ରଶ୍ନ ପଚାରିବୁ ନାହିଁ ? ପ୍ରଶ୍ନ କଲେ ରାଜନୀତି କାହିଁକି କରୁଛ ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ ।"

ଜୟ ଜଗନ୍ନାଥର ନାରା, ନରେନ୍ଦ୍ର ମୋଦିଙ୍କ ନାରାକୁ ଗାଁ ଗାଁରେ ପହଞ୍ଚାଇବାକୁ ପଡ଼ିବ । 2036ରେ ଓଡିଶାକୁ 100 ବର୍ଷ ପୁରିବ । ଓଡିଶାକୁ ବିକଶିତ କରିବାକୁ ହେଲେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ପ୍ରକାଶଥାଉକି, ଗତକାଲି ଝାରସୁଗୁଡା ନିର୍ବାଚନ ପାଇଁ ବିଜେଡି ସ୍ବର୍ଗତ ନବ ଦାସଙ୍କ ଝିଅ ଦିପାଳୀକୁ ପ୍ରାର୍ଥୀ କରିଛି । ତେବେ ବିଜେପି ମଧ୍ୟ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.