ETV Bharat / state

ମହିଳାଙ୍କ ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ: ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Aug 30, 2023, 12:30 PM IST

Updated : Aug 30, 2023, 1:48 PM IST

ଏଲପିଜି ସିଲିଣ୍ଡର ଦାମ୍ କମିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ ମାଆ ଓ ଭଉଣୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ମହିଳାଙ୍କ ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ । ଅଧିକ ପଢନ୍ତୁ

Dharmendra Pradhan reaction on LPG cylinder price cut

ଭୁବନେଶ୍ବର: ରକ୍ଷା ବନ୍ଧନର ଦିନକ ପୂର୍ବରୁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି । ଏଥିପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ମାଆ ଓ ଭଉଣୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ମାତୃଶକ୍ତିର କଲ୍ୟାଣ ପାଇଁ ରାକ୍ଷୀ ଅବସରରେ ପ୍ରଧାନମନ୍ତ୍ରୀ ବଡ ଉପହାର ସ୍ବରୂପ ଗ୍ୟାସ ମୂଲ୍ୟ 200 ଟଙ୍କା ଶସ୍ତା କରିଛନ୍ତି । ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର 96 ଲକ୍ଷ ହିତାଧିକାରୀ ରୋଷେଇ ଗ୍ୟାସର ନିର୍ଦ୍ଧାରିତ ମୂଲ୍ୟ ଠାରୁ 200 ଟଙ୍କା କମ୍ ମୂଲ୍ୟରେ ଗ୍ୟାସ୍ ପାଇବେ । ସେହିପରି ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ 53 ଲକ୍ଷରୁ ଅଧିକ ହିତାଧିକାରୀମାନେ 400 ଟଙ୍କାରୁ କମ୍ ମୂଲ୍ୟରେ ଗ୍ୟାସ ପାଇ ଉପକୃତ ହେବେ ।

ଧର୍ମେନ୍ଦ୍ର କହିଛନ୍ତି ଯେ, 2014ରେ ଓଡ଼ିଶାରେ 1 କୋଟି ଘରରୁ ମାତ୍ର 22 ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଲାଗୁ ହେବା ପରେ 53 ଲକ୍ଷ ହିତାଧିକାରୀ ବଢିଥିଲେ । ଆଜି ରାଜ୍ୟର ପାଖାପାଖି 96 ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଛି । ଆଗାମୀ ଦିନରେ ଆଉ 5 ଲକ୍ଷ ଘରେ ଏଲପିଜି ସଂଯୋଗ ହେବ । ଓଡ଼ିଶାର ମାଆମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ମୋଦି ସରକାର ବଡ ଉପହାର ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ରାକ୍ଷୀ ଗିଫ୍ଟ ! ୨୦୦ଟଙ୍କା କମିଲା LPG ସିଲିଣ୍ଡର ଦାମ୍, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ

କେନ୍ଦ୍ରମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଠାରେ ଦେଶରେ 2 କୋଟି ଲକ୍ଷପତି ଦିଦି ତିଆରି କରାଯିବ ବୋଲି ଘୋଷଣା କରିଥିଲେ । 2014ରେ ଓଡ଼ିଶାର ପାଖାପାଖି 14 ଲକ୍ଷ ଭଉଣୀମାନଙ୍କୁ କମ୍ ସୁଧରେ 386.37 କୋଟିର ଋଣ ମିଳିଥିଲା । ଯାହାର ବଡ ସୁଧ ଭାର ଭାରତ ସରକାର ନେଇଥିଲେ । ଆଜି ସେହି ସଂଖ୍ୟା 14 ଲକ୍ଷରୁ 40 ଲକ୍ଷକୁ ବୃଦ୍ଧି ପାଇଛି । ଏବେ ଓଡ଼ିଶାର ମହିଳାମାନଙ୍କୁ କମ୍ ସୁଧହାରରେ 25 ହଜାର କୋଟି ଋଣ ଦେଉଛନ୍ତି କେନ୍ଦ୍ର ସରକାର ।

ମହିଳାମାନଙ୍କ ଦକ୍ଷତା ବୃଦ୍ଧି ଓ ସଶକ୍ତକରଣ ପାଇଁ ମୋଦି ସରକାର ବଦ୍ଧପରିକର । ମାଆମାନଙ୍କ ସମ୍ମାନ ପାଇଁ ଶୌଚାଳୟ ନିର୍ମାଣ, ପକ୍କା ଘର, ବିଜୁଳି ସଂଯୋଗ ଓ ମାସକୁ ପ୍ରତି ବ୍ୟକ୍ତି ପିଛା ୫ କିଲୋ ମାଗଣା ଚାଉଳ ଇତ୍ୟାଦି ମୋଦି ସରକାର ଯୋଗାଇଛନ୍ତି । ମାଆମାନଙ୍କର ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.