ETV Bharat / state

ମେଟା ସହ ‘ଶିକ୍ଷାରୁ ଉଦ୍ୟମିତା’ ଶୁଭାରମ୍ଭ: ଡେମୋକ୍ରାସୀ, ଡେମୋଗ୍ରାଫି ଓ ଡାଇଭରସିଟିକୁ ଯୋଡି଼ବା ଲକ୍ଷ୍ୟ - ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ

ମେଟା ସହ 3 ବର୍ଷିଆ କାର୍ଯ୍ୟକ୍ରମ ‘ଶିକ୍ଷାରୁ ଉଦ୍ୟମିତା’ର ଶୁଭାରମ୍ଭ ହୋଇଛି। ଡେମୋକ୍ରାସୀ, ଡେମୋଗ୍ରାଫି ଓ ଡାଇଭରସିଟିକୁ ଟେକ୍ନୋଲୋଜି ସହ ଯୋଡ଼ିିବା ନେଇ ଲକ୍ଷ୍ୟ ରହିଛି। ଅଧିକ ପଢନ୍ତୁ

meta partners with niesbud
ଯୁବବର୍ଗଙ୍କୁ ସଶକ୍ତ କରିବା ଲକ୍ଷ୍ୟ
author img

By ETV Bharat Odisha Team

Published : Sep 4, 2023, 10:38 PM IST

ଯୁବବର୍ଗଙ୍କୁ ସଶକ୍ତ କରିବା ଲକ୍ଷ୍ୟ

ଭୁବନେଶ୍ବର: ମେଟା ସହ 3 ବର୍ଷିଆ କାର୍ଯ୍ୟକ୍ରମ ‘ଶିକ୍ଷାରୁ ଉଦ୍ୟମିତା’ର ଶୁଭାରମ୍ଭ ହୋଇଛି। ଯୁବପିଢିଙ୍କୁ ସଶକ୍ତ କରିବା ଦିଗରେ ନୂଆ ପଦକ୍ଷେପ ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ମେଟା ମଧ୍ୟରେ 3 ବର୍ଷ ପାଇଁ ସହଭାଗୀତାରେ ଶୁଭାରମ୍ଭ ହୋଇଛି ‘ଶିକ୍ଷାରୁ ଉଦ୍ୟମିତା’ କାର୍ଯ୍ୟକ୍ରମ। ଏହା ଛାତ୍ରଛାତ୍ରୀ, ଯୁବବର୍ଗ, ମାନବ ସମ୍ବଳ, ଲଘୁ ଉଦ୍ୟୋଗୀଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ନିରନ୍ତର ଯୋଡିବ ବୋଲି ଆଶା ରଖାଯାଇଛି। ତେବେ ଆଗାମୀ ୩ ବର୍ଷରେ ମେଟା ଦ୍ୱାରା ୫ ଲକ୍ଷରୁ ଅଧିକ ଉଦ୍ୟମୀଙ୍କୁ ଡିଜିଟାଲ ମାର୍କେଟିଂ ଦକ୍ଷତା ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରହିଛି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି। ଆଜି ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ 'ମେଟା' ମଧ୍ୟରେ 3 ବର୍ଷିଆ ସହଭାଗୀତା ‘ଶିକ୍ଷାରୁ ଉଦ୍ୟମିତା'ର ଶୁଭାରମ୍ଭ ହୋଇଛି। ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଉଦ୍ୟମିତାଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ଏହି ଇନିସିଏଟିଭକୁ ଲୋକାର୍ପଣ କରାଯାଇଛି। ଏହି ଅବସରରେ ରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ସଂସ୍ଥା(NIESBUD) ଇଣ୍ଟେଣ୍ଟ୍ ସ୍ୱାକ୍ଷର ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଏହି କାର୍ଯ୍ୟକ୍ରମ ଗେମ ଚେଞ୍ଜର । ଏହା ଡିଜିଟାଲ କୌଶଳକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେବ। ଭାରତରେ ଥିବା ପ୍ରତିଭାମାନେ ଆହୁରି ବିକଶିତ ହୋଇପାରିବେ । ଛାତ୍ରଛାତ୍ରୀ, ଯୁବବର୍ଗ, ମାନବ ସମ୍ବଳ, ଲଘୁ ଉଦ୍ୟୋଗୀଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ନିରନ୍ତର ଯୋଡି ରଖିବ । ଯୁବପିଢିଙ୍କୁ ଆଗାମୀ ଭବିଷ୍ୟତର ସମସ୍ୟାର ସମାଧାନର ସୂତ୍ର ସାଜିବାରେ ସହାୟକ ହେବ। ଭାରତର ଡେମୋକ୍ରାସୀ, ଡେମୋଗ୍ରାଫି ଏବଂ ଡାଇଭରସିଟିକୁ ଟେକ୍ନୋଲୋଜି ସହ ଯୋଡା ହେବ।"

ଏହା ବି ପଢନ୍ତୁ...ଦିଲ୍ଲୀ ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ଏହାଦ୍ୱାରା ସମାଜରେ ପ୍ରଯୁକ୍ତିବିଦ୍ୟା ସମାନ ଭାବରେ କାମ କରିବ। ଜାତୀୟ ଶିକ୍ଷା ନୀତି ଆଧାରରେ ମେଟାର ଏନଆଇଇଏସବିୟୁଡି, ଏଆଇସିଟିଇ, ସିବିଏସଇ ମଧ୍ୟରେ ସହଭାଗୀତା ଜନସାଧାରଣଙ୍କ ପାଇଁ ଡିଜିଟାଲ ସ୍କିଲିଂରେ ଅପାର ସମ୍ଭାବନା ତିଆରି କରିବ। ଏନଆଇଇଏସବିୟୁଡିର ସହଭାଗୀତାରେ ଆଗାମୀ ୩ ବର୍ଷରେ ମେଟା ଦ୍ୱାରା ୫ ଲକ୍ଷରୁ ଅଧିକ ଉଦ୍ୟମୀଙ୍କୁ ଡିଜିଟାଲ ମାର୍କେଟିଂ ଦକ୍ଷତା ପ୍ରଦାନ କରାଯିବ । ପ୍ରାରମ୍ଭରେ ବର୍ତ୍ତମାନର ଉଦ୍ୟମୀଙ୍କୁ ମେଟା ପ୍ଲାଟଫର୍ମରେ ୭ଟି ଆଞ୍ଚଳିକ ଭାଷାରେ ଡିଜିଟାଲ ମାର୍କେଟିଂ ସ୍କିଲ୍ ପ୍ରଦାନ କରାଯିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.