ETV Bharat / state

ରାଜ୍ୟରେ ନିୟମିତ ଭାବରେ ପ୍ରାଣ ହରାଉଛନ୍ତି ବନ୍ୟଜନ୍ତୁ, ଚିନ୍ତା ପ୍ରକଟକଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରୁ ଲୋପ ପାଇଯିବେ କି ବନ୍ୟପ୍ରାଣୀ ? ହାତୀ, ବାଘ, ବଜ୍ରକାପ୍ତା ଭଳି ଅନେକ ବନ୍ୟପ୍ରାଣୀମାନଙ୍କ ଶିକାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ କଣ୍ଟ୍ରୋଲ କରିବାକୁ ନେଇ ପ୍ରଚେଷ୍ଟା ଚାଲିଛିବା କହିଛନ୍ତି ପିସିସିଏଫ । ଅଧିକ ପଢ଼ନ୍ତୁ

author img

By

Published : Mar 23, 2023, 6:50 PM IST

ରାଜ୍ୟରେ ବଢୁଛି ବନ୍ୟଜନ୍ତୁଙ୍କ ଶିକାର
ରାଜ୍ୟରେ ବଢୁଛି ବନ୍ୟଜନ୍ତୁଙ୍କ ଶିକାର
ରାଜ୍ୟରେ ବଢୁଛି ବନ୍ୟଜନ୍ତୁଙ୍କ ଶିକାର

ଭୁବନେଶ୍ବର: ରାଜ୍ୟରେ ବଢୁଛି ବନ୍ୟଜନ୍ତୁଙ୍କ ଶିକାର । ଦିନକୁ ଦିନ କମିବାରେ ଲାଗିଛି ବନ୍ୟପ୍ରାଣୀଙ୍କ ସଂଖ୍ୟା । ନିଜ ଲାଳସାରେ ବୁଡି ରହି ନଖ, ଦାନ୍ତ ପାଇଁ ପଶୁଙ୍କୁ ଶିକାର କରିବକୁ ପଛଉନାହିଁ ମଣିଷ । ତେବେ ଏପରି ଭାବରେ ଶିକାର ବୃଦ୍ଧି ପାଇଲେ ରାଜ୍ୟରୁ ଲୋପ ପାଇଯିବେ ହାତୀ, ବାଘ, ବଜ୍ରକାପ୍ତା ଭଳି ଅନେକ ବନ୍ୟପ୍ରାଣୀ । ଦିନକୁ ଦିନ ହାତୀମୃତ୍ୟୁ ମାମଲା ଚିନ୍ତାର କାରଣ ପାଲଟିଛି । କେତେବେଳେ ଶିକାର କରାଯାଉଛି ତ ଆଉ କେତେବେଳେ ବିଦ୍ୟୁତ ଆଘାତ ଦ୍ଵାରା ହାତୀଙ୍କର ମୃତ୍ୟୁ ଘଟୁଛି । ହାତୀ ହେଉଛି ଆମର ପରିବେଶ ସନ୍ତୁଳନ, ସାଂସ୍କୃତିକ ଐତିହ୍ୟ ଏବଂ ଓଡ଼ିଶାରର ସାମଗ୍ରିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ପରିବେଶମନ୍ତ୍ରୀଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଚିଠିରେ ଉଲ୍ଲେଖ କରି କହିଛନ୍ତି, "ଓଡ଼ିଶାରେ ଦିନକୁ ଦିନ ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି । ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ । ଗତ ତିନି ବର୍ଷ ଭିତରେ ୨୪୫ଟି ହାତୀଙ୍କର ମୃତ୍ୟୁ ଘଟିଛି । ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ, ରୋଗ ଅଥବା ଟ୍ରେନ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଶିକାର ହେବା ପରିତାପର ବିଷୟ ।" ହାତୀ ଓ ହଜାର ହଜାର ବନ୍ୟପ୍ରାଣୀଙ୍କର ମଧ୍ୟ ଏହିଭଳି ଅଭାବନୀୟ ମୃତ୍ୟୁ ଘଟୁଥିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେବଳ ହାତୀ ନୁହେଁ ଏପରିକି ବାଘ ବଂଶକୁ ମଧ୍ୟ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ହାତୀଙ୍କ ଭଳି ବାଘ ଓ ବଜ୍ରକାପ୍ତମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ । ବାଘ ଛାଲ, ଦାନ୍ତ ଭଳି ଅନେକ ଜିନିଷ ଦେଶ ବିଦେଶକୁ ଚୋରା ଚାଲାଣ କରାଯାଉଛି । ସେହିପରି ବଜ୍ରକାପ୍ତା ଭଳି ଜୀବକୁ ମଧ୍ୟ ଚୋରା ଚାଲାଣ କରାଯାଉଥିବା ନଜରକୁ ଆସୁଛି । ଅନେକ ସମୟରେ ରାଜ୍ୟ ଏସଟିଏଫ ମଧ୍ୟ ଶିକାରୀଙ୍କୁ ଗିରଫ କରି କେତେବେଳେ ବନ୍ୟ ଜନ୍ତୁଙ୍କୁ ଉଦ୍ଧାର କରୁଛି ତ କେତେବେଳେ ବାଘ ଛାଲ, ହାତୀ ଦାନ୍ତ ଜବତ କରିଥିବା ନଜୀର ରହିଛି ।

ଏନେଇ ପିସିସିଏଫ କହିଛନ୍ତି, "ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ଲାଗି ପ୍ରଚେଷ୍ଟା ଚାଲିଛି । ଅଳ୍ପ କିଛି ମାତ୍ରାରେ ହାତୀ ମୃତ୍ୟୁ ଘଟୁଛି । ଗତ ସେନ୍‌ସସ୍‌ରେ ହାତୀସଂଖ୍ୟା ପାଖାପାଖି 1976 ରହିଥିଲା । ବର୍ତ୍ତମାନ ପାଇଁ ହାତୀଙ୍କ ସଂଖ୍ୟା ହ୍ରାସ ପାଇନି । ବନ୍ୟଜନ୍ତୁଙ୍କୁ ଶିକାର କରିବା ପରେ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି । ରାଜ୍ୟରେ ପଶୁ ଶିକାର ଉପରେ ଲଗାମ କଷା ଯାଉଛି । ରାଜ୍ୟରେ ବନ କର୍ମଚାରୀ ଅଭାବ ରହିଥିଲା କିନ୍ତୁ ଏହାରି ମଧ୍ୟରେ 800 ଜଣଙ୍କୁ ନିଯୁକ୍ତି କରାଯାଇଛି । 24 ଜଣ ଏସ ସିଏଫ୍, 29 ଜଣ ରେଞ୍ଜର ଟ୍ରେନିଂରେ ରହିଛନ୍ତି ।" ଏହା ଛଡ଼ା 806 ଜଣଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ପିସିସିଏଫ ଦେବିଦତ୍ତ ବିଶ୍ୱାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.