ETV Bharat / state

ଧାମନଗରରେ ବିଜେଡି ଅଙ୍କ ଫେଲ, କାର୍ପଟଦାରଙ୍କ ନେତୃତ୍ୱକୁ ନେଇ ଚର୍ଚ୍ଚା

author img

By

Published : Nov 7, 2022, 8:47 PM IST

ସୂର୍ଯ୍ୟବଂଶୀ ସୂରଜଙ୍କ ମର୍ମସ୍ପର୍ଶୀ ମନ୍ତବ୍ୟ । ଧର୍ମେନ୍ଦ୍ରଙ୍କ ସିଧା ସଳଖ ଆକ୍ରମଣ । କର୍ମୀଙ୍କ ଜୋଶ୍ । ଦଳର ଶକ୍ତିଶାଳୀ ସଂଗଠନ । ପୁରୁଖା ଅଭିଜ୍ଞ ମନମୋହନ ସାମଲଙ୍କ ସଫଳ ରଣନୀତି ଭାରି ପଡିଲା ଶାସକ ବିଜୁ ଜନତା ଦଳ (Biju Janata Dal) ଉପରେ । ବରଗଡ ବିଜେପୁରରୁ ଆରମ୍ଭ ହୋଇଥିବା ବିଜେଡିର ବିଜୟଯାତ୍ରାରେ ଲାଗିଛି ବ୍ରେକ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ସୂର୍ଯ୍ୟବଂଶୀ ସୂରଜ (Suryavanshi Suraj) ଙ୍କ ମର୍ମସ୍ପର୍ଶୀ ମନ୍ତବ୍ୟ । ଧର୍ମେନ୍ଦ୍ରଙ୍କ ସିଧା ସଳଖ ଆକ୍ରମଣ । କର୍ମୀଙ୍କ ଜୋଶ୍ । ଦଳର ଶକ୍ତିଶାଳୀ ସଂଗଠନ । ପୁରୁଖା ଅଭିଜ୍ଞ ମନମୋହନ ସାମଲଙ୍କ ସଫଳ ରଣନୀତି ଭାରି ପଡିଲା ଶାସକ ବିଜୁ ଜନତା ଦଳ (Biju Janata Dal) ଉପରେ । ବରଗଡ ବିଜେପୁରରୁ ଆରମ୍ଭ ହୋଇଥିବା ବିଜେଡିର ବିଜୟଯାତ୍ରାରେ ଲାଗିଛି ବ୍ରେକ । ଧାମନଗରରେ ଫୁଟିଛି ପଦ୍ମ । ବିଜେପିର ଏହି ବିଜୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ । ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ପାଇଁ ଏହି ପରାଜୟ ଯେତିକି ଆତ୍ମସମୀକ୍ଷାର ସମୟ ସେତେକି ଆହ୍ବାନ ବି । କାରଣ 2000 ମସିହାରୁ ଆଜି ଯାଏଁ ରାଜ୍ୟରେ 15 ଟି ଉପନିର୍ବାଚନ ହୋଇଥିବା ବେଳେ ଶାସକ ବିଜେଡି ମାତ୍ର 3 ଟି ଉପନିର୍ବାଚନରେ ପରାଜିତ ହୋଇଛି ।

ଧାମନଗର ଉପନିର୍ବାଚନରେ ବିଜେଡି ଯେତିକି ସଂକଟର ସମ୍ମୁଖୀନ ହେଲା ଗତ 14 ଟି ଉପନିର୍ବାଚନରେ ହୋଇନଥିଲା । ପ୍ରଥମ ଥର ପାଇଁ ବିଜେଡି ସୁପ୍ରିମୋଙ୍କୁ କୌଣସି ଦଳୀୟ ନେତା ଖୋଲାଖୋଲି ବିରୋଧ କଲେ । ପ୍ରଥମ ଥର ପାଇଁ ଦଳର ନିଷ୍ପତ୍ତି ବିରୋଧରେ ଦଳର କୌଣସି ଏକ ଗୋଷ୍ଠୀ ବିଦ୍ରୋହ କଲେ । ପ୍ରଥମ ଥର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି କୌଣସି ନେତା ବିଦ୍ରୋହୀ ପ୍ରାର୍ଥୀ ହେଲେ । ପ୍ରଥମ ଥର ପାଇଁ ବିଜେଡି ପ୍ରଚାର ମୈଦାନରେ ଲୋକଙ୍କ ଦ୍ବାରା ଅପଦସ୍ଥ ହେଲା । ପ୍ରଥମ ଥର ପାଇଁ ବିଜେଡିର ସବୁ ରଣନୀତି ଫେଲ ମାରିଲା । ଯାହା ଏବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଦଳ ପରିଚାଳନାକୁ ନେଇ ନୂଆ ଆହ୍ବାନ ସୃଷ୍ଟି ହୋଇଛି ।

ଏହାବି ପଢନ୍ତୁ- ସୂରଜଙ୍କୁ ଗ୍ରହଣ କଲେ ଧାମନଗରବାସୀ, ଅତ୍ୟଧିକ ଅହଂକାର ବିଜେଡି ପତନର କାରଣ !

କେତୋଟି ଉପନିର୍ବାଚନ ହୋଇଛି?

ଗତ 2000 ମସିହାରୁ ଆଜି ସୁଦ୍ଧା ରାଜ୍ୟରେ ହୋଇଥିବା 15 ଟି ଉପନିର୍ବାଚନରେ ସର୍ବାଧିକ 11 ଟି ଶାସକ ବିଜେଡି ବିଜୟୀ ହୋଇଥିବା ବେଳେ, ବିଜେପି ଓ କଂଗ୍ରେସ 2 ଟି ଲେଖାଏଁ ବିଜୟୀ ହୋଇଛନ୍ତି ।

2000- 2004 ଅବଧି ଉପନିର୍ବାଚନ

ବିଜୁ ଜନତା ଦଳ ଗଠନର 3 ବର୍ଷ ପରେ ଦଳ କ୍ଷମତାକୁ ଆସିଥିଲା । ଦଳର ମୁଖ୍ୟ ଭାବେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ 5 ମାର୍ଚ୍ଚ 2000 ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଓଡିଶା ବିଧାନସଭା ଦ୍ବାଦଶ ବିଧାନସଭାର 2000- 2004 ଅବଧିରେ ରାଜ୍ୟରେ 4ଟି ଉପନିର୍ବାଚନ ହୋଇଥିଲା । ପ୍ରଥମ ଉପନିର୍ବାଚନ ହୋଇଥିଲା ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସଭା ଆସନରେ । ଦ୍ବାଦଶ ବିଧାନସଭାର ସଦସ୍ୟ ଥିବା ବିଜେଡି ବିଧାୟକ ଦୁର୍ଯ୍ୟୋଧନ ସୋହେଲାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହୋଇଥିଲା । ବିଜେଡି ଗଠନ ପରେ ଦଳ ସମ୍ମୁଖୀନ ହୋଇଥିବା ପ୍ରଥମ ଉପନିର୍ବାଚନକୁ ସହଜରେ ବିଜୟୀ ହୋଇଥିଲା । ଦଳୀୟ ପ୍ରାର୍ଥୀ ସନାତନ ବିଶି ବିଜୟୀ ହୋଇଥିଲେ । ଦ୍ବିତୀୟ ଉପନିର୍ବାଚନ ହୋଇଥିଲା ସେହି ପଶ୍ଚିମ ଓଡିଶାରେ । ଏକ ସଡକ ଦୁର୍ଘଟଣାରେ ସୋନପୁର ଜିଲ୍ଲା ବୀରମହାରାଜପୁର ତତ୍କାଳୀନ ବିଧାୟକ ବୈଷ୍ଣବ ପ୍ରଧାନଙ୍କ ଦେହାନ୍ତ ହୋଇଥିଲା । ବୈଷ୍ଣବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନିଜେ ମୁଖିଆ ନବୀନ ଯାଇଥିଲେ । ସେଠି ଘୋଷଣା କରିଥିଲେ ବୈଷ୍ଣବଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ପାଇଁ । ହେଲେ ନିର୍ବାଚନ ବେଳକୁ ଟିକେଟ ଦେଇଥିଲେ ସଞ୍ଜୀବ ସାହୁଙ୍କୁ । ବୈଷ୍ଣବ ପ୍ରଧାନଙ୍କ ପତ୍ନୀ ସ୍ବାଧୀନ ଭାବେ ଲଢିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତୃତୀୟ ଉପନିର୍ବାଚନ ହୋଇଥିଲା ନୟାଗ ଜିଲ୍ଲାରେ । ନୟାଗଡ ବିଜେଡି ବିଧାୟକ ଥିବା ଭାଗବତ ବେହେରାଙ୍କ ଦେହାନ୍ତ ପରେ, ତାଙ୍କ ପତ୍ନୀ ମନ୍ଦାକିନୀ ବେହେରାଙ୍କୁ ଟିକେଟ ଦେଇଥିଲା ଦଳ । ସେ ବିଜୟୀ ମଧ୍ୟ ହୋଇଥିଲେ । ଚତୁର୍ଥ ଉପନିର୍ବାଚନ ହୋଇଥିଲା ଭଦ୍ରକ ଜିଲ୍ଲାରେ । ଭଦ୍ରକ କଂଗ୍ରେସ ବିଧାୟକ ଥିବା ବୀରେନ ପଲେଇଙ୍କ ଦେହାନ୍ତ ପରେ ବିଜେଡି ଏହି ଆସନକୁ ଦଖଲ କରିଥିଲା । ଦଳୀୟ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ବିଜୟୀ ହୋଇଥିଲେ ।

2004 - 2009 ଅବଧି ଉପନିର୍ବାଚନ

ତ୍ରୟୋଦଶ ବିଧାନସଭା 2004 ରୁ 2009 ମଧ୍ୟରେ ରାଜ୍ୟରେ 3 ଟି ଉପନିର୍ବାଚନ ହୋଇଥିଲା । ବିଜେଡି- ବିଜେପି ମେଣ୍ଟ ସରକାର ଥିଲା । ସୁନ୍ଦରଗଡ ବିଧାୟକ ସୁଦର୍ଶନ ନାଏକଙ୍କ ଦେହାନ୍ତ ହୋଇଥିଲା । ମେଣ୍ଟ ସରକାର ଭାଗରେ ଏହି ଆସନଟି ବିଜେପି ପାଖରେ ସେହି ଆଧାରରେ ବିଜେପି ଦଳୀୟ ପ୍ରାର୍ଥୀ ଦେଇଥିଲା । ବିଜେପି ପ୍ରାର୍ଥୀନି ସୁଷମା ପଟେଲ ବିଜୟୀ ହୋଇଥିଲେ । ସେହିପରି ଏହି ଅବଧିରେ ଜିଲ୍ଲାର ଆଉ ଜଣେ ବିଧାୟକଙ୍କ ଦେହାନ୍ତ ହୋଇଥିଲା । ତଳସରା କଂଗ୍ରେସ ବିଧାୟକ ଗଦାଧର ମାଝୀଙ୍କ ଦେହାନ୍ତ ହୋଇଥିଲା । କ୍ଷମତାରେ ନଥାଇ ସୁଦ୍ଧା କଂଗ୍ରେସ ଏହି ଆସନକୁ ବଜାୟ ରଖିବାରେ ସଫଳ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ଡା. ପ୍ରଫୁଲ୍ଲ ମାଝୀ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ସେହିଭଳି ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ ଅର୍ନ୍ତଯାମୀ ମାଝୀଙ୍କ ମୃତ୍ୟୁ ପରେ କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ । ଦ୍ବିତୀୟ ଥର ପାଇଁ କଂଗ୍ରେସ ବିଜେଡି ବିଜେପିକୁ ଟକ୍କର ଦେଇ ନିଜ ଆସନ ବଞ୍ଚାଇଥିଲା ।

2009-2014 ଅବଧି ଉପନିର୍ବାଚନ

2009 ନିର୍ବାଚନ ପୂର୍ବରୁ ରାଜ୍ୟରେ ବଦଳି ଗଲା ରାଜନୈତିକ ସମୀକରଣ । ଭାଙ୍ଗିଗଲା ବିଜେଡି- ବିଜେପି ମେଣ୍ଟ । ପରସ୍ପର ବିରୋଧରେ ମୈଦାନରେ ଲଢିଲେ ବିଜେଡି- ବିଜେପି । ଚତୁର୍ଦ୍ଦଶ ବିଧାନସଭାରେ ଗୋଟିଏ ଉପନିର୍ବାଚନ ହୋଇଥିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା ପରେ ଏଠି ଉପନିର୍ବାଚନ ହୋଇଥିଲା । ଏଠି ବିଜେଡି ସୁବାସ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଧର୍ମୁ ଗଣ୍ଡଙ୍କୁ ଟିକେଟ ଦେଇଥିଲା । ହେଲେ ବିଜେଡି ନିଜ ଆସନ ବଜାୟ ରଖିଥିଲା । ଯେଉଁ ବିଜୟ ଧାରା ଗତକାଲି ଯାଏଁ ଥିଲା ।

2014-2019 ଅବଧି ଉପନିର୍ବାଚନ

ପଞ୍ଚଦଶ ବିଧାନସଭା ଅବଧି 2014-2019 ରେ ରାଜ୍ୟରେ କେବଳ ଗୋଟିଏ ଉପନିର୍ବାଚନ ହୋଇଥିଲା । 2018 ରେ ବରଗଡ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା । 2019 ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନକୁ ଉଭୟ ବିଜେଡି ବିଜେପି ମଧ୍ୟରେ ଯୋରଦାର ଟକ୍କର ହୋଇଥିଲା । ହେଲେ ଶାସକ ବିଜେଡି ଏହି ଆସନକୁ କଂଗ୍ରେସ ପାଖରୁ ଛଡାଇ ଆଣିଥିଲା । ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟୀ ହୋଇଥିଲେ ।

ଏହାବି ପଢନ୍ତୁ- Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, 9881 ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

2019-2024 ଅବଧି ଉପନିର୍ବାଚନ

ବର୍ତ୍ତମାନର ଷୋଡଶ ବିଧାନସଭା (2019- 2024) ରେ ବର୍ତ୍ତମାନ ସୁଦ୍ଧା 6 ଟି ଉପନିର୍ବାଚନ ହେଲାଣି । ଚଳିତ ଅବଧିରେ ପ୍ରଥମ ଉପନିର୍ବାଚନ ହୋଇଥିଲା ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନରେ । 2019 ସାଧାରଣ ନିର୍ବାଚନରେ ବିଜେପୁର ଓ ହିଞ୍ଜିଳିକାଟୁର ପ୍ରତିଦ୍ବନ୍ଦିତା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଆସନରୁ ବିଜୟୀ ହେବା ପରେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଫଳରେ ଏଠି ଉପନିର୍ବାଚନ ହୋଇଥିଲା । ବିଜେଡି ରୀତା ସାହୁଙ୍କୁ ଟିକେଟ ଦେଇ ଥିଲା । ସେ ବିଜୟୀ ମଧ୍ୟ ହୋଇଥିଲେ । ଦ୍ବିତୀୟ ଉପନିର୍ବାଚନ ହୋଇଥିଲା ବାଲେଶ୍ବର ସଦର ଆସନରେ । ତୃତୀୟ ଉପନିର୍ବାଚନ ହୋଇଥିଲା ଜଗତସିଂପୁର ତିର୍ତ୍ତୋଲ ବିଧାନସଭା ଆସନରେ । ବାଲେଶ୍ବର ସଦର ଆସନରୁ ବିଜେପି ବିଧାୟକ ମୋଦନ ମୋହନ ଦତ୍ତ ତିର୍ତୋଲ ଆସନରୁ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ହୋଇଥିଲା । ବାଲେଶ୍ବର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ, ତିର୍ତୋଲରେ ବିଷ୍ଣୁ ଦାସଙ୍କୁ ପୁଅ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ । ଉଭୟ ଆସନକୁ ବିଜେଡି ଦଖଲ କରିଥିଲା । ପୁରୀ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ଶାସକ ବିଜେଡି ମହାରଥୀଙ୍କ ପୁଅଙ୍କୁ ଟିକେଟ ଦେଇ ବିଜୟୀ ହୋଇଥିଲା । ଏହାବାଦ ଝାରସୁଗୁଡା ବ୍ରଜରାଜ ନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଦଳ ଟିକେଟ ଦେଇ ଆସନ ବଜାୟ ରଖିଛି ।

ହେଲେ ଭଦ୍ରକ ଧାମନଗର ଉପନିର୍ବାଚନରେ ବିଜେଡିକୁ ଲାଗିଛି ଜୋରଦାର ଝଟକା । ଦଳର ବିଜୟ ଧାରରେ ଲାଗିଛି ବ୍ରେକ । 2009 ପର ଠାରୁ ଅପରାଜୟେ ଥିବା ଶାସକ ଦଳ ଚାଖିଛି ପରାଜୟ । ଧାମନଗରରେ ପ୍ରତ୍ୟାଖ୍ୟାନ ହୋଇଛି ବିଜେଡି । ବିଜେପିର ରଣନୀତି ଆଗରେ ଧାମନଗର ମୈଦାନରେ ଫସି ଗଲେ ବିଜେଡିର ଦ୍ବିତୀୟ ପୀଢି ନେତା । କାମ ଦେଲା ନାହିଁ ବିଜେଡିର କୌଣସି ରଣନୀତି । ଦଳର ହାଇଭଲଟେଜ ପ୍ରଚାର, ଶହ ଶହ ନେତାଙ୍କ ପଇଁତରା, ମାଳ ମାଳ ଷ୍ଟାର ପ୍ରଚାରକ, ସର୍ବୋପରି ବ୍ରାଣ୍ଡ ନବୀନ ସବୁକୁ ଧାମନଗର ଭୋଟର ଗ୍ରହଣ କରିନାହାଁନ୍ତି । ଯାହା ଏବେ ଶାସକ ବିଜେଡି ପାଇଁ ଆହ୍ବାନ ପାଲଟିଛି । ନବୀନଙ୍କ ନେତୃତ୍ବରେ ଦଳ ତୃତୀୟ ଉପନିର୍ବାଚନ ପରାଜିତ ହୋଇଛି ।

ଅନ୍ୟପଟେ ଧାମନଗରରେ ବିଜେଡିକୁ ପରାଜିତ କରିବା ପଛରେ ଅନେକ କାରଣ ଅଛି । କିନ୍ତୁ ଭଦ୍ରକ ଜିଲ୍ଲାର ଅନ୍ୟତମ ପୁରୁଖା ରାଜନେତା, ପୂର୍ବତନ ମନ୍ତ୍ରୀ, ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ବକୁନ ନେଇ ଏବେ ଯୋରଦାର ଚର୍ଚ୍ଚା । ଯଦିଓ ନିଜେ 2009 ମସିହାରୁ ବିଧାନସଭା ଆସିପାରିନାହାଁନ୍ତି । କିନ୍ତୁ 2022 ରେ ବିଜେଡିକୁ ହରାଇବାରେ ବଡ ଭୂମିକା ତୁଳାଇଛନ୍ତି । ଜିଲ୍ଲା ରାଜନୀତିରେ ତାଙ୍କର ଅନୁଭବ, ରଣନୀତି ସଠିକ ନିର୍ବାଚନ ପରିଚାଳନା ବିଜେପିକୁ ସଫଳତା ଆଣିଦେଇଛି । ପୁରା ଉପନିର୍ବାଚନରେ ବିଜେପି ମନମୋହନ ସାମଲଙ୍କ ମାର୍ଗଦର୍ଶନରେ ଲଢୁଥିଲା । ଯଦିଓ ରାଜ୍ୟ ବିଜେପି ନେତା ମୈଦାନକୁ ଓହ୍ଲାଇଥିଲେ, ହେଲେ ମନମୋହନଙ୍କ ଭୂମିକା ଥିଲା ନିର୍ଣ୍ଣାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.