ETV Bharat / state

ପୁରୁଣା ଗାଡି ବିକ୍ରିରେ ଜିଏସଟି ଜାଲିଆତି, ଜଳେଶ୍ବର ମୋଟର୍ସରେ ଚଢାଉ କଲା DGGI

author img

By

Published : Nov 7, 2022, 7:57 PM IST

ପୁରୁଣା ଗାଡି ବିକ୍ରିରେ ଜିଏସଟି ଜାଲିଆତି । ଭୁବନେଶ୍ୱର ଜଳେଶ୍ବର ମୋଟର୍ସରେ ଡିଜିଜିଆଇର ଚଢାଉ । ଜିଏସଟି ଜାଲିଆତି ଅଭିଯୋଗରେ ହୋଇଛି ରେଡ । ଅଧିକ ପଢନ୍ତୁ

ପୁରୁଣା ଗାଡି ବିକ୍ରିରେ ଜିଏସଟି ଜାଲିଆତି
ପୁରୁଣା ଗାଡି ବିକ୍ରିରେ ଜିଏସଟି ଜାଲିଆତି

ଭୁବନେଶ୍ବର: ପୁରୁଣା ଗାଡି ବିକ୍ରିରେ ଜିଏସଟି(GST) ଜାଲିଆତି । ସେକେଣ୍ଡ ହ୍ୟାଣ୍ଡ ଗାଡି ସୋରୁମରେ ରେଡ କଲା DGGI (Directorate General of GST Intelligence)। ଭୁବନେଶ୍ୱର ମଞ୍ଚେଶ୍ବର ସ୍ଥିତ ଜଳେଶ୍ବର ମୋଟର୍ସରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ଟିମ ମାରିଛି ରେଡ(DGGI ride in Jaleswar Motors )। ପୁରୁଣା ଗାଡିକୁ ଲ ମାର୍ଜିନରେ ବିକ୍ରି କରୁଥିଲା ଜଳେଶ୍ବର ମୋଟର୍ସ, କିନ୍ତୁ ଏହି ଆଳରେ ଜିଏସଟି ଫାଙ୍କୁଥିଲେ ସୋରୁମ ।

ପୁରୁଣା ଗାଡି ବିକ୍ରିରେ ଜିଏସଟି ଜାଲିଆତି

ଏପରିକି ଗାଡିର ଅସଲି ଦାମରେ ବିକ୍ରି କରି ଅନ୍ୟ ଏକ ଦାମରେ ଦେଖାଉଥିଲେ‌ । ଆପୋଷ ବୁଝାମଣା ଭିତରେ ଗାଡିର ବିକ୍ରି ଓ ଡିଲ କରୁଥିଲେ । ଫଳରେ କୋଟି କୋଟି ଟଙ୍କାର କାରବାର ହେଉଥିଲେ ମଧ୍ୟ ଜିଏସଟି ଭରୁନଥିଲେ‌ । ଏଥି ସହ ସେଲ ରିପୋର୍ଟ, ପରଚେଜ ରିପୋର୍ଟ ଏବଂ ଷ୍ଟକ ରିପୋର୍ଟରେ ଏସବୁ ଉଲ୍ଲେଖ କରୁନଥିଲେ ବିକ୍ରେତା । ଯାହାର ସୂଚନା ପାଇଥିଲେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ଟିମ ।

ଏହା ମଧ୍ୟ ପଢନ୍ତୁ-କୁମ୍ବିଂ ଅପରେସନ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ଏପରିକି କିଛି ରିପୋର୍ଟ ଆଧାରରେ ଇନପୁଟ କ୍ରେଡିଟ ଟ୍ୟାକ୍ସ ଫାଙ୍କୁଥିବା ମଧ୍ୟ ସୂଚନା ପାଇଥିଲା । ଯାହାକୁ ଆଧାର କରି ଆଜି ଡିଜିଜିଆଇ ଜୋନାଲ ୟୁନିଟ ଜଳେଶ୍ବର ସୋରୁମରେ ରେଡ ମାରିଥିଲା । ସୋରୁମରେ ପହଞ୍ଚି ଗତ ପାଞ୍ଚ ବର୍ଷର ସେଲ ପର୍ଚେଜ ରିପୋର୍ଟ ସହ ଷ୍ଟକ ରିପୋର୍ଟ ଓ ବିଲିଂ ହିଷ୍ଟ୍ରିର ରେକର୍ଡ ଖୋଲି ତଦନ୍ତ ଆରମ୍ଭ କରିଛି । ଏପରିକି କେଉଁ ଗାଡି କେତେ ଦାମରେ ବିକ୍ରି ହେଉଥିଲା, କିଭଳି ବିକ୍ରି ହେଉଥିଲା, କ୍ୟାସ , ଫାଇନାନ୍ସ ଓ ପେମେଣ୍ଟ ହିଷ୍ଟ୍ରିର ଖୋଳତାଡ କରିଛି ଡିଜିଜିଆଇ । ଜିଏସଟି ଫାଇଲ ଓ ଇନପୁଟ କ୍ରେଡିଟ ଟ୍ୟାକ୍ସର ମଧ୍ୟ ଛାନଭିନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.