ETV Bharat / state

ଶ୍ରାବଣ ଶେଷ ସୋମବାର, ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରମୁଖ ଶୈବପୀଠ - ଶିବ ଧ୍ୱନିରେ ପ୍ରକମ୍ପିତ ଚତୁଃର୍ଦିଗ

ଶ୍ରାବଣ ମାସର ଶେଷ ସୋମବାର । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଥିବା ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଅଧିକ ପଢନ୍ତୁ

ସରିଲା ଶ୍ରାବଣ ସୋମବାର
ସରିଲା ଶ୍ରାବଣ ସୋମବାର
author img

By ETV Bharat Odisha Team

Published : Aug 28, 2023, 8:05 AM IST

ସରିଲା ଶ୍ରାବଣ ସୋମବାର

ଖୋର୍ଦ୍ଧା: ଆଜି ଶ୍ରାବଣ ମାସର ଶେଷ ସୋମବାର । ବୋଲ ବମ, ହର ହର ବମ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଖୋର୍ଦ୍ଧା ଗୁରୁଜଙ୍ଗର ଧବଳେଶ୍ବର, ବାଘମାରି ହଟକେଶ୍ୱର ଦେବ,ବାଙ୍କୋଇ ତାରେଶ୍ୱର ଦେବ,ଗଁପୁରର ସୋମନାଥ ଦେବ,ଗୋଡା ଲୋକନାଥ ଦେବଙ୍କ ପବିତ୍ର ପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି ।

ତେବେ ବୋଲ ବମ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ଏବଂ ଦର୍ଶନ କରିପାରିବେ ସେଥିପାଇଁ ଜିଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ସୋମବାର ଦିନ ବ୍ରତ ପାଳନ କଲେ ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ । ବର୍ଷକ 12ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ । ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ । ଶ୍ରାବଣ ମାସରେ ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ ।

ଏହା ମଧ୍ୟ ପଢନ୍ତୁ - ଶ୍ରାବଣ ମାସର ଶେଷ ସୋମବାର, ଜଳଲାଗି ପାଇଁ ନିଆରା ଢଙ୍ଗରେ କାଉଡିରେ ଜଳ ଉଠାଇଲେ କାଉଡିଆ

ଏହା ମଧ୍ୟ ପଢନ୍ତୁ - ଶ୍ରାବଣ ମାସରେ ମହାପ୍ରଭୁଙ୍କ ରଥଯାତ୍ରା , ଗାଁକୁ ରୋଗମୁକ୍ତ କରିବା ଲାଗି କାହିଁ କେଉଁ ଅମଳରୁ ଚାଲିଛି ନିଆରା ପରମ୍ପରା

ଶ୍ରାବଣ ମାସରେ କାଉଡିଆ ଯାତ୍ରା ମଧ୍ୟ ହୁଏ । କୌଣସି ପବିତ୍ର ନଦୀରୁ ମାଟି କଳସରେ ଜଳ ସଂଗ୍ରହ କରି ସେଇ ଜଳକୁ ଅଗୁରୁ, ଚନ୍ଦନ, ଚୁଆରେ ଅଭିମନ୍ତ୍ରିତ କରି ଚାଲି ଚାଲି ଶୈବ ପୀଠରେ ପହଞ୍ଚିଥାନ୍ତି । ସେହି ଜଳ ଦେବ ଦେବ ମହାଦେବଙ୍କ ମସ୍ତକରେ ଢାଳିଥାନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଏହା ଆହୁରି ମହତ୍ୱପୂର୍ଣ୍ଣ ରହିଛି । ତେବେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡ଼ିଥିବାରୁ ଏହା ଶିବ ଭକ୍ତ ମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.