ETV Bharat / state

ପବିତ୍ର ପଣା ସଂକ୍ରାନ୍ତି: ରାଜଧାନୀର ୧୦୮ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ହନୁମାନ ଜୟନ୍ତୀ ଅବସରରେ ଭୁବନେଶ୍ବର ସ୍ଥିତ ୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ଅଧିକ ପଢ଼ନ୍ତୁ

author img

By

Published : Apr 14, 2023, 5:26 PM IST

Hanuman jayanti in bhubaneswar
ହନୁମାନ ଜୟନ୍ତୀ
ହନୁମାନ ଜୟନ୍ତୀ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରାନୁଯାୟୀ ଆଜିର ଦିନରୁ ନୂତନ ବର୍ଷ ଆରମ୍ଭ ହୁଏ । ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ମେରୁ ଉପବାସ ମଧ୍ୟ କୁହାଯାଇଥାଏ । ଆଜି ଦିନରୁ ଜଗନ୍ନାଥ ପଞ୍ଜିକା ଆରମ୍ଭ ହୋଇଥାଏ । ଓଡ଼ିଆ ସଂସ୍କୃତିର ସମୟ ଗଣନା ଅନୁସାରେ ଓଡ଼ିଆ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ । ଆଜି ମହାବୀର ହନୁମାନଙ୍କ ଜୟନ୍ତୀ ଥିବାରୁ ରାଜଧାନୀ ବିଭିନ୍ନ ମନ୍ଦିର ଗୁଡିକରେ ଭିଡ ଲାଗିଛି । ଭୁବନେଶ୍ୱରର ୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଭୁବନେଶ୍ୱରର ୧୦୮ ହନୁମାନ ମନ୍ଦିର ବହୁ ପୁରୁଣା ହୋଇଥିବା ବେଳେ ଏଠାରେ ପଞ୍ଚମୁଖୀ ହନୁମାନଙ୍କର ପ୍ରତିମୂର୍ତ୍ତି ସହ ୧୦୮ ହନୁମାନ ମୂର୍ତ୍ତି ରହିଛି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କ ପାଇଁ ଭକ୍ତିପୂତ ଅର୍ପଣ ସ୍ୱରୂପ ହନୁମାନ ଯେଉଁ ଆରାଧନା କରିଥିଲେ ସେହି ଆରାଧନାର ବିଭିନ୍ନ ରୂପର ମୂର୍ତ୍ତି ଏଠାରେ ରହିଛି । ବିଶ୍ୱାସ ରହିଛି ଏଠାରେ ପୂଜାର୍ଚ୍ଚନା କଲେ ସିଦ୍ଧି ପ୍ରାପ୍ତ ହୁଏ ଓ ସମସ୍ତ ମନଷ୍କାମନା ପୂରଣ ହୁଏ । ତେଣୁ ଆଜିର ଦିନରେ ସକାଳୁ ଏହି ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଛି । ମହାବୀରଙ୍କ ଦର୍ଶନ କରି ଭକ୍ତମାନେ ଆଶିଷ ଲାଭ କରିଛନ୍ତି । ଏନେଇ ଭକ୍ତ କହିଛନ୍ତି, " ଆଜିଭଳି ପବିତ୍ର ଦିନରେ ସଙ୍କଟ ମୋଚନଙ୍କ ଦର୍ଶନ କରି ତାଙ୍କ ପୂଜାର୍ଚ୍ଚନା କଲେ ସୁଖ, ସମୃଦ୍ଧି ମିଳେ । ତେଣୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ବସି ହନୁମାନଙ୍କୁ ସ୍ମରଣ କରି ୧୦୮ ଥର ହନୁମାନ ଚାଳିଶା ଜପ କରୁଛନ୍ତି । ଯାହା ଫଳରେ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି ।"

ଆଜିଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି । ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପଞ୍ଜିକା ସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ । ତେଣୁ ଏହି ଦିନକୁ ଓଡ଼ିଆ ମାନେ ନବ ବର୍ଷ ଭାବେ ପାଳନ କରିଥାନ୍ତି । ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ, ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି । ସୂର୍ଯ୍ୟ ବିଷୁବ ରେଖାରେ ଅବସ୍ଥାନ କରିଥାନ୍ତି । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ । କାରଣ ପଣା ପିଇଲେ ଆତ୍ମା ଶାନ୍ତି ସହ ଶରୀର ସୁସ୍ଥ ରହିଥାଏ । ଏହାକୁ ନେଇ ଆଜି ରାଜଧାନୀରେ ଜମିଛି ପଣାର ଆସର । ବିଭିନ୍ନ ସ୍ବେଛାସେବୀ ସଂଗଠନ ଠାରୁ ଆରମ୍ଭ କରି ମନ୍ଦିରରେ ଲୋକମାନଙ୍କୁ ପଣା ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.