ETV Bharat / state

ହଟକେଶ୍ବରରେ ମକର ମେଳା ଆରମ୍ଭ, ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜନ୍ତି ମହିଳା - ମକର ସଂକ୍ରାନ୍ତି

Makar Sankranti: ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ବାବା ହଟକେଶ୍ବର ମନ୍ଦିର । ବିଶ୍ବାସ ରହିଛି, ଅଟ୍ରି ଉଷ୍ମପ୍ରସବଣରେ ବୁଡ ପକାଇ ଗୁଆ ଖୋଜିଲେ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ମିଳେ ।

ମକର ସଂକ୍ରାନ୍ତି
hatkeshwar temple
author img

By ETV Bharat Odisha Team

Published : Jan 15, 2024, 11:46 AM IST

ମକର ସଂକ୍ରାନ୍ତି

ଖୋର୍ଦ୍ଧା: ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲାର ବାଘମାରି ଅଞ୍ଚଳରେ ଥିବା ବାବା ହଟକେଶ୍ୱରଙ୍କ ପୀଠ ଓ ଅଟ୍ରି ଉଷ୍ମପ୍ରସବଣ । ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ଅଟ୍ରି ଉଷ୍ମପ୍ରସବଣର ମାନସିକ କୁଣ୍ଡରେ ଅପୁତ୍ରିକ ନାରୀ ମାନେ ମାନସିକ କରି ଗୁଆ ଖୋଜିଥାନ୍ତି । ଆଉ ଗୁଆ ମିଳିଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏପରି ବିଶ୍ବାସ ରଖି ଓଡ଼ିଶାର କୋଣ ଅନୁକୋଣରୁ ଅପୁତ୍ରିକ ନାରୀ ମାନେ ଧାଇଁ ଆସିଛନ୍ତି ଏହି ପୀଠକୁ । ସକାଳୁ ବହୁ ଭକ୍ତଙ୍କ ଏଟାକୁ ସମାଗମ ହୋଇଛି ।

ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ପୀଠରେ ମାନସିକ କରି ଗୁଆ ଖୋଜିଥାନ୍ତି ଅପୁତ୍ରିକ ନାରୀ ମାନେ ଓ ଗୁଆ ଖାଇବାର ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଯେଉଁଠି ଚିକିତ୍ସା ବିଜ୍ଞାନ ହାର ମାନେ ସେଠି ହଟକେଶ୍ୱରଙ୍କ ଅଲୌକିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସଂକ୍ରାନ୍ତି ରାତିରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ବୁଡ଼ ପକାଇଛନ୍ତି । ଆଜି ଠାରୁ ହଟକେଶ୍ୱରଙ୍କ ପୀଠରେ ଦୀର୍ଘ 7ଦିନ ଧରି ଚାଲିବ ମକର ମେଳା ଓ ଅଟ୍ରି ଉଷ୍ମପ୍ରସବଣ ପରିସରରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ମକର ସଂକ୍ରାନ୍ତି, ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ମେଳାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ମୀନାବଜାର, ଖାଦ୍ୟ, ଘରକରଣା ସାମଗ୍ରୀ, ଦୋଳିର ଆସର ଜମିଥିବା ଦେଖିବାକୁ ମିଳିଛି । ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଦୁଇ ଜଣ ଡ଼ିଏସପି, 3 ଇନ୍ସପେକ୍ଟର, 6 ଜଣ ସବଇନ୍ସପେକ୍ଟର, 11 ଅତିରିକ୍ତ ସବ ଇନ୍ସପେକ୍ଟର, 4 ହାବିଲଦାର, 6 ମହିଳା କନେଷ୍ଟବଳ, 28 କନେଷ୍ଟବଳ, 44 ଜଣ ହୋମଗାର୍ଡ ଏବଂ ଦେଢ଼ ପ୍ଲାର୍ଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସେହିପରି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଉଷ୍ମ ପ୍ରସବଣ ଭିତରେ ଏବଂ ହଟକେଶ୍ୱର ମନ୍ଦିର ପରିସରରେ ଦୁଇଟି ଅସ୍ଥାୟୀ ଫାଣ୍ଡି କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟଜଳ, ସୂଚନାକେନ୍ଦ୍ର, ଅଗ୍ନି ନିରାପତ୍ତା ସୁବିଧା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.